ETV Bharat / sports

Asia Cup 2023: 238 ରନରେ ପାକିସ୍ତାନର ବଡ ବିଜୟ, ହାରିଲା ନେପାଳ

author img

By ETV Bharat Odisha Team

Published : Aug 31, 2023, 7:09 AM IST

ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ନେପାଳ ପରାସ୍ତ ହୋଇଛି । ପାକିସ୍ତାନ ନେପାଳ ବିପକ୍ଷରେ ଏକ ବଡ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

Asia Cup 2023
Asia Cup

ମୁଲତାନ: ଏସିଆ କପର ଉଦଘାଟନୀ ମ୍ୟାଚ ନେପାଳ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆୟୋଜକ ପାକିସ୍ତାନ ନେପାଳ ବିପକ୍ଷରେ 238ରନ ବଡ ବିଜୟ ହାସଲ କରିଛି । ବାବର ଆଜମ ଓ ଇଫତିକାରଙ୍କ ଶତକ ଓ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ପାକିସ୍ତାନ ଏସିଆ କପ 2023ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପାକିସ୍ତାନର ଏହା ତୃତୀୟ ବଡ ବିଜୟ । ପୂର୍ବରୁ ଜିମ୍ବାୱେ ଓ ଆୟର୍ଲାଣ୍ଡ ବିପକ୍ଷରେ ବିରାଟ ବିଜୟ ହାସଲ କରିଥିଲା । ସେପଟେ ପ୍ରଥମ ଥର ଏସିଆ କପ ଖେଳୁଥିବା ନେପାଳ ପରାସ୍ତ ହେଇ ନିରାଶ ହୋଇଛି ।

ପାକିସ୍ତାନ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 6 ୱିକେଟରେ 342ରନର ବଡ ସ୍କୋର କରିଥିଲା । 25ରନ ପାକିସ୍ତାନର ଦୁଇ ଓପନର ଆଉଟ ହୋଇଥିଲେ । ଫଖାର ଜମାନ 14 ଓ ଇମାମ ଉଲ ହକ 5 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହା ପରେ ବାବର ଆଜମ ଓ ମହମ୍ମଦ ରିଜୱାନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟଙ୍କ ମଧ୍ୟରେ 86ରନ ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 111 ବେଲେ ରିଜୱାନୀ 44ରନ କରି ଆଉଟ ହୋଇଥିଲେ । ବାବାରଙ୍କୁ ଅଟକାଇବା ନେପାଳ ବୋଲରଙ୍କ ପାଇଁ କଷ୍ଟକର ହୋଇଥିଲା ।

ରିଜୱାନୀଙ୍କ ପରେ ସଲମାନ 5 ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ବାବାରଙ୍କୁ ଯୋଗ ଦେଇଥିଲେ ଇଫତିଖର । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 5ମ ୱିକେଟରେ ଉଭୟ 214ରନ ଭାଗିଦାରୀ କରିଥିଲେ । ଅଧିନାୟକ ବାବର ଆଜମ ଶତକ ହାସଲ କରିଥିଲେ । ଏହା ତାଙ୍କର 19ତମ ଦିନିକିଆ ଶତକ । ଦଳୀୟ ସ୍କୋର 338 ବେଳେ ବାବର 151 ରନ କରି ଆଉଟ ହୋଇଥିଲେ । ଇଫତିକର ଅପରାଜିତ ରହି ଦଳୀୟ ସ୍କୋରକୁ 342 ରନରେ ପହଞ୍ଚାଇଥିଲେ । ଇଫତିକରଙ୍କ ଏହା ପ୍ରଥମ ଶତକ ଥିଲା । ସେ 71 ବଲରେ 109ରନ କରିଥିଲେ । ନେପାଳ ପକ୍ଷରୁ ସୋମପାଲ କାମି 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...Asia Cup 2023: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ରଙ୍କ ବୟାନ; 'ଆସେସ୍‌ଠାରୁ ବଡ଼ ଭାରତ-ପାକ୍‌ ମ୍ୟାଚ୍'

343ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ନେପାଳ । ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂର ମୁକାବିଲା କରିପାରି ନଥିଲା ନେପାଳ । ପ୍ରଥମ ଓଭରରେ ଦଳର 2ଟି ୱିକେଟ ପତନ ହୋଇଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ନେପାଳ । ଦଳ ପକ୍ଷରୁ ଆରିଫ ଶେଖ 26, କାମି 28 ଓ ଗୁଲଶନ ଝା 13 ରନ କରିଥିଲେ । ଅନ୍ୟ କେହି ବ୍ୟାଟର 2 ଅଙ୍କ ଛୁଇଁ ନଥିଲେ । ନେପାଳ 23.4 ଓଭରର 104 ରନ କରି ଅଲଆଉଟ ହୋଇଥିଲା । ଫଳରେ ପାକିସ୍ତାନ 238 ରନ ବଡ ବିଜୟ ହାସଲ କରି ନେଇଥିଲା । ପାକିସ୍ତାନ ପକ୍ଷରୁ ଶଦାବ ଖାନ 4ଟି ୱିକେଟ ଅକ୍ତିଆର କରିଥିବା ବେଳେ ସାହିନ ଓ ହ୍ୟାରିସ ରୌଫ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.