ନୂଆଦିଲ୍ଲୀ: ଏସିଆ କପ 2023ରେ ବାଜି ମାରି ନେଇଛି ଟିମ ଇଣ୍ଡିଆ । ଅଷ୍ଟମ ଥର ପାଇଁ ଏହି ଟାଇଟଲ ଜିତି ଏକ ସଫଳ ଦଳ ଭାବେ ଉଭା ହୋଇଛି ଭାରତୀୟ କ୍ରିକେଟ ଦଳ । ଏସିଆ କପ 2023 ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ମହମ୍ମଦ ସିରାଜ । 21 ରନ୍ ଦେଇ 6 ୱିକେଟ ଅକ୍ତିଆର କରି ଭାରତକୁ ବିଜୟୀ ଭେଟି ଦେଇଥିଲେ ଏହି ଷ୍ଟାର ବୋଲର । ଜବରଦସ୍ତ ବୋଲିଂ ପାଇଁ ମହମ୍ମଦ ସିରାଜ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆଉ ପ୍ଲେୟାର ଅଫ୍ ଦି ମ୍ୟାଚ ବାବଦକୁ ମିଳିଥିବା 4 ଲକ୍ଷ 15 ହଜାର ଟଙ୍କାର ସେ ସମସ୍ତ କଲମ୍ବୋ ପ୍ରେମଦାସା ଷ୍ଟାଡିୟମ ଷ୍ଟାଫଙ୍କୁ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
କଲମ୍ବୋରେ ବର୍ଷାରେ ବର୍ଷାରେ ପ୍ରାୟ ମ୍ୟାଚ ଖେଳାଯାଇଥିଲା । ଏପରିକି ଭାରତ ଓ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ଏସିଆ କପର ଏହି ସଂସ୍କରଣକୁ ସଫଳତାର ସହ ସମାପନ କରିବାରେ ଶ୍ରୀଲଙ୍କା କ୍ୟୁରେଟର ଓ ଗ୍ରାଉଣ୍ଡ ଷ୍ଟାଫଙ୍କର ଭୂମିକା ରହିଥିଲା । ଏସିଆ କପ ଫାଇନାଲରେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲା ମହମ୍ମଦ ସିରାଜ ତାଙ୍କ ପୁରସ୍କାର ରାଶିକୁ ଗ୍ରାଉଣ୍ଡ ଷ୍ଟାଫଙ୍କ ଉଦ୍ଦେଶ୍ୟରେ ଦାନ କରି ମହାନତା ଦେଖାଇଛନ୍ତି ।
ଶ୍ରେଷ୍ଠ ଖେଳାଳି ବାବଦକୁ ସିରାଜଙ୍କୁ 5 ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଯାହାକି ଭାରତୀୟ ମୁଦ୍ରାରେ 4 ଲକ୍ଷ 15 ହଜାର ଟଙ୍କା । ଏହି ପୁରସ୍କାର ରାଶିକୁ ସାଙ୍ଗେ ସାଙ୍ଗେ ସିରାଜ ଗ୍ରାଉଣ୍ଡ ଷ୍ଟାଫଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସରାଜ କହିଥିଲେ, "ଗ୍ରାଉଣ୍ଡ୍ ଷ୍ଟାଫଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ ହୋଇ ପାରିଛି । ତେଣୁ ମୁଁ ତାଙ୍କୁ ଏହି ଅର୍ଥରାଶି ସମର୍ପିତ କରୁଛି ।"
ଏହା ବି ପଢନ୍ତୁ...Asia Cup 2023 Final: ଅଷ୍ଠମ ଥର ପାଇଁ ଚମ୍ପିଆନ୍ ହେଲା ଭାରତ
ଭାରତୀୟ ଦ୍ରୁତ ବୋଲର ସିରାଜ ଆଜି ଅନେକଙ୍କ ପାଇଁ ପ୍ରେରଣା । ଜଣେ ଅଟୋ ରିକ୍ସା ଚାଲକଙ୍କ ପୁଅ ଯେ କିପରି ଭାଗ୍ୟ ବଦଳାଇପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ସିରାଜ । ଏସିଆ କପ୍ ଫାଇନାଲ ବିଜୟରେ ହିରୋ ବନିଛନ୍ତି ମହମ୍ମଦ ସିରାଜ । ମ୍ୟାଚରେ ଦୃହୟ ଜିତିଥିବା ସିରାଜ ଦିନେ ଅନେକ ସମସ୍ୟା ଭିତରେ ଥିଲେ ହେଲେ ତାହାକୁ ସାମୟିକ ଓ ଅତୀତ କରି ବର୍ତ୍ତମାନ ନୂଆ କୀର୍ତ୍ତିମାନ ରଚିଛନ୍ତି ସିରାଜ । ସିରାଜଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କା ମାତ୍ର 15.2 ଓଭର ଖେଳି 50 କରିଥିଲା । 51 ରନ୍ର ଅତି ଛୋଟିଆ ବିଜୟ ଲକ୍ଷ୍ୟ ପାଇଥିବା ଭାରତ ଏହାକୁ 6.1 ଓଭରରେ ସହଜରେ ହାସଲ କରି ନେଇଥିଲା ।