ETV Bharat / sports

Asia Cup 2023: ଭାରତ-ପାକିସ୍ତାନ ମ୍ୟାଚରେ ରେକର୍ଡ, ଧୋନୀଙ୍କୁ ଟପିଲେ ଈଶାନ - ଏସିଆ କପ ଭାରତ ପାକିସ୍ତାନ ମ୍ୟାଚରେ ଈଷାନଙ୍କ ରେକର୍ଡ

ଚଳିତ ଏସିଆ କପ 2023ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଛି । ହେଲେ ଏହି ମ୍ୟାଚର ଷ୍ଟାର ଖେଳାଳି ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ରେକର୍ଡ ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ

Asia Cup india vs pakistan match
Asia Cup 2023
author img

By ETV Bharat Odisha Team

Published : Sep 3, 2023, 12:58 PM IST

ପାଲ୍ଲେକଲ (ଶ୍ରୀଲଙ୍କା): ଏସିଆ କପ କ୍ରିକେଟର ତୃତୀୟ ଲିଗ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ବର୍ଷା ପାଇଁ ମ୍ୟାଚ ବାତିଲ ହୋଇଥିଲା । ମାତ୍ର ଭାରତୀୟ ଦଳର ଇନିଂସରେ ଷ୍ଟାର ସାଜିଥିବା ୱିକେଟ କିପର ଈଶାନ କିଶନ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ୱିକେଟ କିପର ଈଶାନ କିସନ ଏସିଆ କପରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ କରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ଏଥିରେ ଏମଏସଡିଙ୍କ ନାମ ଥିଲା । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଈଷାନଙ୍କ ସହ ମିଶି 18 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ଏସିଆ କପରେ ପାକିସ୍ତାନ ବିପକ୍ଷରେ ୱିକେଟ ରକ୍ଷକ ଈଷାନ କିଶାନ ଦମଦାର ବ୍ୟାଟିଂ କରିଥିଲେ । ଏହି ଇନିଂସରେ ସେ ବ୍ୟକ୍ତିଗତ 82 ରନର ପାଳି ଖେଳିଥିଲେ । ଏହି ଇନିଂସ ଖେଳି ସେ ମହେନ୍ଦ୍ର ସିଂହ ଧୋନୀଙ୍କ (76)ଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି । 2008 ମସିହାରେ ୱିକେଟ କିପର ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କ (76) ରନ କରିଥିଲେ । ଏସିଆ କପରେ ଭାରତୀୟ ୱିକେଟ କିପର ଭାବେ ପାକିସ୍ତାନ ବିପକ୍ଷରେ ଈଷାନ କିଶାନ ସର୍ବାଧିକ ରନ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଈଷାନ ଜବରଦସ୍ତ ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ସେ 81 ବଲରୁ 82 ରନ କରିଥିଲେ । ସେଥିରେ 9ଟି ଚୌକା ଓ 2ଟି ଛକା ରହିଥିଲା । ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହେଉଥିଲା ଏହି ସମୟରେ ସେ ଉପଯୋଗୀ ଇନିଂସ ଖେଳି ପାକିସ୍ତାନ ପେସ ବୋଲଙ୍କ ବିପକ୍ଷରେ ଲଢେଇ କରିଥିଲେ ।

18 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ-ଈଷାନ: ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଷାନ କିଶନ ଉଭୟ ପଞ୍ଚମ ୱିକେଟରେ 138 ରନ ଭାଗିଦାରୀ କରିଥିଲେ । ଏହା ପାକିସ୍ତାନ ବିପକ୍ଷରେ ଭାରତର ପକ୍ଷରୁ 5ମି ୱିକେଟରେ ସର୍ବାଧିକ ଭାଗିଦାରୀ । ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ଉପଯୋଗୀ ପାଳି ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଈଷାନ କିଶନ ରାହୁଲ ଦ୍ରାବିଡ ଓ ମହମ୍ମଦ କୈଫଙ୍କ ରେକର୍ଡ ଭାଙ୍ଗିଛନ୍ତି । 2005ରେ କାନପୁର ଦିନିକିଆରେ ରାହୁଲ ଦ୍ରାବିଡ ଓ ମହମ୍ମଦ କୈଫ ପଞ୍ଚମ ୱିକେଟରେ 135ରନର ଭାଗିଦାରୀ କରିଥିଲେ । 18 ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛନ୍ତି ଏହି ଦୁଇ ଖେଳାଳି । ଭାରତ ଓ ପାକିସ୍ତାନ ଦିନିକିଆ 5ରୁ କମ ୱିକେଟର ଏହା ଦ୍ବିତୀୟ ସର୍ବାଧିକ ପାର୍ଟନରପିସପ । ଏହି ବିଭାଗରେ ଇମରାନ ଖାନ ଓ ଜାବେଦ ମିୟାଦାଦ ଆଗରେ ରହିଛନ୍ତି । ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟା 90 ବଲରେ 87 ରନ କରିଥିଲେ । ଯେଉଁଥିରେ 7ଟି ଚୌକା ଓ 1ଟି ଛକା ରହିଛି ।

ଏହା ବି ପଢନ୍ତୁ...Asia Cup 2023: ବର୍ଷା ଧୋଇନେଲା ପ୍ରଶଂସକଙ୍କ ଆଶା, ଭାରତ ଆଗରେ ନେପାଳ ବିଜୟ ଶେଷ ରାସ୍ତା, ସୁପର 4ରେ ପାକିସ୍ତାନ

ଏସିଆ କପ ଭାରତ ପାକିସ୍ତାନ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି । ଭାରତୀୟ ଦଲ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ବୋଲରଙ୍କ ସାମ୍ନା କରି ପାରି ନଥିଲେ ଭାରତୀୟ ବ୍ୟାଟର । ରୋହିତଙ୍କଠୁ ନେଇ ବିରାଟ ସଅଳ ପାଭିଲିୟନ ଫେରିଥିଲେ । 266 ରନରେ ଭାରତ ଅଲଆଉଟ ହୋଇଥିଲା । ଈଷାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ରକ୍ଷଣଶୀଳ ଭାବେ ଖେଳି ଦଳୀୟ ସ୍କୋରକୁ ଆଗକୁ ନେବା ସହ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଏସିଆ କପ ସୁପର 4 ଦୌଡରେ ସାମିଲ ହେବାକୁ ହେଲେ ଭାରତକୁ ଆସନ୍ତାକାଲି (ସୋମବାର) ନେପାଳ ବିପକ୍ଷରେ ଏକ ବଡ ରନ ବ୍ୟବଧାନରେ ଜିତିବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.