ETV Bharat / sports

Asia Cup 2023: ବିଶ୍ୱକପ୍‌ ପୂର୍ବରୁ ଭାରତକୁ ଫିଲ୍ଡିଂ ଚିନ୍ତା, ନେପାଳ ବିପକ୍ଷରେ 3ଟି ସହଜ କ୍ୟାଚ ଛାଡିଦେଲେ ଭାରତୀୟ ଫିଲ୍ଡର - ନେପାଳ ବିପକ୍ଷରେ ଭାରତୀୟ ଦଳର ମିସଫିଲ୍ଡ

ଏସିଆ କପରେ ଭାରତ ତାର ଦ୍ବିତୀୟ ମୁକାବିଲାରେ ନେପାଳକୁ 10ରନରେ ପରାସ୍ତ କରି ସୁପର-4ରେ ପ୍ରବେଶ କରିଛି । ହେଲେ ଭାରତୀୟ ଦଳର ଖେଳାଳି ଏହି ମ୍ୟାଚରେ ମିସଫିଲ୍ଡ କରିଥିବା ଦେଖିବାକୁ ମିଳିଛି । 20 ବଲରେ 3ଟି ସହଜ କ୍ୟାଚ୍‌ ଛାଡିଛନ୍ତି ଖେଳାଳି ଯାହାକୁ ନେଇ ଏବେ ଚର୍ଚ୍ଚା । ଅଧିକ ପଢ଼ନ୍ତୁ

Asia Cup 2023
Asia Cup 2023
author img

By ETV Bharat Odisha Team

Published : Sep 5, 2023, 12:53 PM IST

ପାଲ୍ଲେକେଲେ: ଏସିଆ କପ ସୁପର-4ରେ ପ୍ରବେଶ କରିଛି ଭାରତ । ନେପାଳକୁ 10 ୱିକେଟରେ ପରାସ୍ତ କରି ଭାରତ ସୁପର-4କୁ ଯୋଗ୍ୟତା ଅର୍ଜନ କରିଛି । ମାତ୍ର ନେପାଳ ବିପକ୍ଷରେ ଭାରତର ଫିଲ୍ଡିଂକୁ ନେଇ ଏବେ ଚର୍ଚ୍ଚା । ଭାରତୀୟ ଫିଲ୍ଡର ପ୍ରଥମ 5 ଓଭରରେ 3ଟି କ୍ୟାଚ ଛାଡିବା ଆଲୋଚନାର ବିଷୟ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେହି ସମସ୍ତ 3ଟି କ୍ୟାଚ୍‌ ଅତି ସହତ ଥିଲା ଯାହାକୁ ଭାରୀତୀୟ ଫିଲ୍ଡର ଛାଡିଥିଲେ ଫଳରେ ନେପାଳ 9 ଓଭରରେ 65ରନ ଓପନିଂ ଭାଗିଦାରୀ କରିଥିଲା । ବିଶ୍ୱକପ୍‌ ପୂର୍ବରୁ ଭାରତର ଅତି ସାଧାରଣ ଫିଲ୍ଡିଂ ପ୍ରଦର୍ଶନ ବର୍ତ୍ତମାନ କୋଚିଂ ଷ୍ଟାଫ୍‌ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହା ବି ପଢନ୍ତୁ...Asia Cup 2023: 10 ୱିକେଟ୍‌ରେ ନେପାଳକୁ ହରାଇ ସୁପର-୪ରେ ଭାରତ

ବିଶ୍ୱକପ୍‌ ପୂର୍ବରୁ ଭାରତର ସାଧାରଣ ଫିଲ୍ଡିଂ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି । ଗତକାଲି ମ୍ୟାଚ୍‌ ଭାରତର ଫିଲ୍ଡିଂକୁ ନେଇ କ୍ୟାପଟେନ୍‌ ରୋହିତ ଶର୍ମା ମଧ୍ୟ ଅସନ୍ତୁଷ୍ଟ ପ୍ରତୀତ ହେଉଥିଲେ । ଭାରୀତୀୟ ଫିଲ୍ଡର ଛାଡିଥିବା 3ଟି ସହଜ କ୍ୟାଚ ମଧ୍ୟରେ ପ୍ରଥମଟି ମହମ୍ମଦ ସାମି ବୋଲିଂ କରିଥିବା ପ୍ରଥମ ଓଭରର ଅନ୍ତିମ ବଲରେ କୁଶଳ ଭୁର୍ଟେଲଙ୍କ ସହଜ କ୍ୟାଚକୁ ସ୍ଲିପ୍‌ରେ ଶ୍ରେୟାସ ଆୟର ଛାଡିଥିଲେ । ଭୂର୍ଟେଲ ସେବେ 1 ରନ କରିଥିଲେ । ସେ 25 ବଲରୁ 38 ରନ କରି ଆଉଟ ହୋଇଥିଲେ । ପରବର୍ତ୍ତୀ କ୍ୟାଚ ମହମ୍ମଦ ସିରାଜ ବୋଲିଂ କରିଥିବା ଦ୍ବିତୀୟ ଓଭରରେ ପ୍ରଥମ ବଲରେ ବିରାଟ କୋହଲି ଏକ ସହଜ କ୍ୟାଚ ଛାଡିଥିଲେ । ଆସିଫ ଶେଖ କଭରକୁ ଉଚ୍ଚା ସଟ ମାରିଥିଲେ ଯାହା ସିଧା କୋହଲିଙ୍କ ହାତକୁ ଯାଇଥିଲା । ହେଲେ କୋହଲି ତାହାକୁ ଛାଡିଥିଲେ । ସେହିପରି ତୃତୀୟ କ୍ୟାଚ ସାମି ବୋଲିଂ କରିଥିବା 5ମ ଓଭରର ଦ୍ବିତୀୟ ବଲରେ ଭୁର୍ଟେଲଙ୍କ କ୍ୟାଚ ଛାଡିଥିଲେ ୱିକେଟ କିପର ଈଷାନ କିଶନ । ବଲ ସିଧା ତାଙ୍କ ଗ୍ଲୋଭସରେ ବାଜି ଈଶାନ କିଶନଙ୍କ ପାଖକୁ ଯାଇଥିଲା । ମାତ୍ର କିସନ କ୍ୟାଚଟିକୁ ଛାଡିଥିଲା ଯାହା ଚୌକା ହୋଇଥିଲା । ଏହାପରେ ଫିଲ୍ଡିଂ କୋଚ୍‌ ଓ ଫିଲ୍ଡିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ତଥା ପ୍ରଶଂସକ । ଏଭଳି ଫିଲ୍ଡିଂ ଜାରି ରହିଲେ ବିଶ୍ବକପ୍‌ରେ ଭାରତକୁ ସମସ୍ୟା ଭୋଗିବାକୁ ପଡ଼ିପାରେ ।

ଏହା ବି ପଢନ୍ତୁ...Asia Cup 2023: ରବିବାର ଭାରତ-ପାକ ଫାଇଟ, 17 ବର୍ଷ ପରେ ଲାହୋରରେ ବିନ୍ନି-ରାଜୀବ

ପ୍ରକାଶ ଥାଉ କି, ସୋମବାର ଭାରତ ଓ ନେପାଳ ମଧ୍ୟରେ ଶ୍ରୀଲଙ୍କା କାଣ୍ଡିର ପାଲ୍ଲେକେଲେ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମ ବ୍ୟାଟିଂ କରି ନେପାଳ 48.2 ଓଭର ଖେଳି 230 ରନ କରି ଆଲଆଉଟ ହୋଇଥିଲା । 231 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତୀୟ ଦଲ ପାଳି ଆରମ୍ଭ କରିଥିଲା । ମାତ୍ର ବର୍ଷା ବାଧାକ ସାଜିଥିଲା । ଡିଏଲଏସ ନିୟମ ଅନୁସାରେ ଭାରତକୁ 23 ଓଭରରେ 145 ରନର ଟାର୍ଗେଟ ମିଳିଥିଲା । ଯାହାକୁ ଭାରତ ବିନା ୱିକେଟରେ ହାସଲ କରି ନେଇଥିଲା । 10 ୱିକେଟରେ ନେପାଳ ବିପକ୍ଷରେ ବିଜୟ ହାସଲ କରି ଏସିଆ କପ ସୁପର 4ରେ ପ୍ରବେଶ କରିଛି ଭାରତ । ଆସନ୍ତା ସେପ୍ଟେମ୍ବର 10 ତାରିଖରେ ପାକିସ୍ତାନକୁ ଭେଟିବ ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.