ETV Bharat / sports

Asia Cup 2023 Ind vs Pak: କଲମ୍ବୋରେ କୋହଲିଙ୍କ ରନ୍‌ ବର୍ଷା, ସଚିନ୍‌-ପଣ୍ଟିଂଙ୍କୁ ପଛରେ ପକାଇଲେ - କୋହଲି ବନାମ ପାକିସ୍ତାନ

ଏସିଆ କପ୍‌ ୨୦୨୩ରେ ଆଜି ପାକିସ୍ତାନ ବିପକ୍ଷରେ ଏକ ବଡ଼ ରେକର୍ଡ କରିଛନ୍ତି ବିରାଟ କୋହଲି । ଏହି ମ୍ୟାଚ୍‌ରେ ୪୭ତମ ଦିନିକିଆ ଓ ୭୭ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା କୋହଲି ୧୩ ହଜାର ଅନ୍ତର୍ଜାତୀୟ ଦିନିକିଆ ରନ୍‌ ପୂରଣ କରି ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂଙ୍କ ଭଳି ମହାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ଅଧିକ ପଢ଼ନ୍ତୁ

କଲମ୍ବୋରେ କୋହଲିଙ୍କ ରନ୍‌ ବର୍ଷା
କଲମ୍ବୋରେ କୋହଲିଙ୍କ ରନ୍‌ ବର୍ଷା
author img

By ETV Bharat Odisha Team

Published : Sep 11, 2023, 8:32 PM IST

କଲମ୍ବୋ: ଏସିଆ କପ୍‌ ୨୦୨୩ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଗତକାଲିର ବାକିଥିବା ମ୍ୟାଚ୍ ଖେଳାଯାଉଛି । ଆଜି ଭାରତ ୨୪.୧ ଓଭରରୁ ବ୍ୟାଟିଂ କରି ଆରମ୍ଭ କରି ପାକିସ୍ତାନ ଆଗରେ ୩୫୬ ରନ୍‌ ବିଶାଳ ସ୍କୋର ଛିଡ଼ା କରିଛି । ତେବେ ଏହି ମ୍ୟାଚ୍‌ରେ କିଙ୍ଗ୍‌ କୋହଲିଙ୍କ ବ୍ୟାଟ୍‌ ଖୁବ ଗର୍ଜନ କରିଥିବା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଶତକ ହାସଲ କରିବା ସହ ଇତିହାସ ରଚିଛନ୍ତି ରନ୍ ମେସିନ୍‌ ବିରାଟ କୋହଲି । ଦିନିକିଆ କ୍ୟାରିୟରରେ ବିରାଟ ୪୭ ତମ ଶତକ ହାସଲ କରିଥିବା ବେଳେ ୧୩ ହଜାର ଦିନିକିଆ ଅନ୍ତର୍ଜାତୀୟ ରନ୍‌ ପୂରା କରିବାରେ ଦ୍ରୁତତମ ବ୍ୟାଟର ହୋଇଛନ୍ତି ।

ଏକଦିବସୀୟ ଫର୍ମାଟ୍‌ରେ ସବୁଠାରୁ ଦ୍ରୁତ ଗତିରେ ୧୩ ହଜାର ରନ୍‌ ପୂରା କରିଛନ୍ତି ରନ୍‌ ମେସିନ୍‌ ବିରାଟ କୋହଲି । ଏହି କୀର୍ତ୍ତିମାନ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି । ବିରାଟ କୋହଲି ମାତ୍ର ୨୬୭ଟି ମ୍ୟାଚ୍ ଖେଳି ୧୩ ହଜାର ରନ୍ ପୂରା କରିଛନ୍ତି । ଏହି ତାଲିକାର ଦ୍ବିତୀୟରେ ରହିଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକର ୩୨୧ ପାଳିରେ ୧୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ । ସେହିଭଳି ୩୪୧ ପାଳିରେ ଏହି ସଫଳତା ହାସଲ କରିଥିବା ଅଷ୍ଟ୍ରେଲିୟ କିମ୍ବଦନ୍ତୀ ରିକି ପଣ୍ଟିଂ ତୃତୀୟରେ ରହିଛନ୍ତି । ଏହି ତାଲିକାରେ ଚତୁର୍ଥ ଓ ପଞ୍ଚମରେ ଶ୍ରୀଲଙ୍କାର ମହାନ କ୍ରିକେଟର କୁମାର ସାଙ୍ଗାକାରା ଓ ସନଥ୍‌ ଜୟସୁରିୟା ରହିଛନ୍ତି । ଉଭୟ ଏହି ମାଇଲ ଖୁଣ୍ଟ ଛୁଇଁବାକୁ ଯଥାକ୍ରମେ ୩୬୩ ଓ ୪୧୬ ପାଳି ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: କୋହଲି-ରାହୁଲଙ୍କ ବିସ୍ଫୋରକ ଶତକ, ପାକିସ୍ତାନକୁ ୩୫୭ ଟାର୍ଗେଟ୍‌

ପ୍ରକାଶଯୋଗ୍ୟ, ପାକିସ୍ତାନ ବିପକ୍ଷରେ ରବିବାର ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ବର୍ଷା ପ୍ରକୋପରୁ ମ୍ୟାଚ୍‌ ରିଜର୍ଭ ଡେକୁ ସ୍ଥଗିତ ରଖାଯାଇଥିଲା । ପ୍ରଥମ ଦିନରେ ଭାରତ ୨ ୱିକେଟ୍‌ ହରାଇ ୧୪୭ ରନ କରିଥିବାବେଳେ ଆଜି ଏହିଠାରୁ ଆଗକୁ ଖେଳିଥିଲେ ବିରାଟ କୋହଲି ଓ କେଏଲ୍‌ ରାହୁଲ । ଉଭୟ ଆରମ୍ଭରୁ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ଉଭୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ । ପ୍ରଥମେ ରାହୁଲ ୧୦୦ ବଲରୁ ନିଜର ଶତକ ପୂରଣ କରିବା ପରେ ତୁରନ୍ତ ବିରାଟ କୋହଲି ମଧ୍ୟ ନିଜ ୭୭ତମ ଅନ୍ତର୍ଜାତୀୟ ଓ ୪୭ତମ ଦିନିକିଆ ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ମାତ୍ର ୨ ୱିକେଟ ହରାଇ ୩୫୬ ରନ୍‌ର ବିଶାଳ ସ୍କୋର କରିଛି । ବିରାଟ ଅପରାଜିତ ୧୨୨ରନ କରିଥିବାବେଳେ ରାହୁଲ ଅପରାଜିତ ୧୧୧ ରନ କରିଛନ୍ତି । ଉଭୟ ବ୍ୟାଟର ପାକିସ୍ତାନୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.