ETV Bharat / sports

Asia Cup 2022, ଆଜି ହଂକଂକୁ ଭେଟିବ ଭାରତ

author img

By

Published : Aug 31, 2022, 12:33 PM IST

ଏସିଆ କପ୍ 2022ରେ ଆଜି ଚତୁର୍ଥ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ହଂକଂ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ହଂକଂକୁ ଭେଟିବ ଭାରତ
ଆଜି ହଂକଂକୁ ଭେଟିବ ଭାରତ

ଦୁବାଇ: ଚଳିତ ଏସିଆ କପ୍ ମ୍ୟାଚରେ ଆଜି (ବୁଧବାର) ଚତୁର୍ଥ ମ୍ୟାଚ ଖେଳାଯିବ । ଭାରତ ଓ ହଂକଂ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ଦୃଢ ମନୋବଳରେ ରହିଛି । ଆଜିର ମ୍ୟାଚ ଜିତି ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଦଳର ନଜର ଏବେ ସୁପର ଫୋର ରାଉଣ୍ଡ ଉପରେ ରହିଛି । ହଂକଂକୁ ହରାଇବା ସହ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଭାରତ ଯୋଜନା କରିଛି । ଅନ୍ୟପଟେ ଏସିଆ କପକୁ ଯୋଗ୍ୟତା ଅର୍ଜନ କରିଥିବା ହଂକଂ ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି ।

ତେବେ ହଂକଂକୁ ହାଲୁକା ଭାବେ ନ ନେଇ ଶ୍ରେଷ୍ଠ ଏକାଦଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ରୋହିତ ବାହିନୀ । ପାକିସ୍ତାନ ବିପକ୍ଷରେ ଦୁର୍ବଳ ହୋଇଥିବା ଲୋକେଶ ରାହୁଲ ହଂକଂ ବିପକ୍ଷରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ରାହୁଲ ନିଶ୍ଚୟ ଆଜି ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ । ମଧ୍ୟ ଭାଗରେ ଋଷବ ପନ୍ତଙ୍କୁ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି । ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା । ହଂକଂ ବିପକ୍ଷରେ ମଧ୍ୟ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଭାରତର ବୋଲିଂ ବିଭାଗରେ ପରିବର୍ତ୍ତନ ଆଶା କରାଯାଉଛି । ଭେଟେରାନ ରବି ଚନ୍ଦ୍ରନ ଅଶ୍ବିନୀ କିମ୍ବା ରବି ବିଷ୍ଣୋଇଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଏହା ବି ପଢନ୍ତୁ...କ୍ରିକେଟ ଜଗତରେ ଝୁଲଣଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ: ହରମନପ୍ରିତ କୌର

ପାକିସ୍ତାନ ବୋଲିଂ ତୁଳନାରେ ହଂକଂର ବୋଲିଂ ଦୁର୍ବଳ ରହିଛି । ଭାରତ ଏହାର ସୁଯୋଗ ନେଇପାରେ । ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରି ହଂକଂ ଏସିଆ କପ୍ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛି । ଭାରତ ଓ ପାକିସ୍ତାନ ଭଳି ଦଳ ରବିଥିବା ଗ୍ରୁପରେ ହଂକଂକୁ ସ୍ଥାନ ମିଳିଛି । ଉଭୟ ଦଳକୁ ପରାସ୍ତ କରିବା ହଂକଂ ପାଇଁ ସ୍ବପ୍ନ ପରି । ତଥାପି ଦଳ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିବାକୁ ପ୍ରୟାସ କରିବ ।

ଏଯାବତ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ 3ଟି ମ୍ୟଚ ଖେଳାଯାଇଛି । ପ୍ରଥମଟି ଶ୍ରୀଲଙ୍କା ଆଫଗାନିସ୍ତାନ, ଦ୍ବିତୀୟ ଭାରତ ପାକିସ୍ତାନ ଓ ତୃତୀୟ ମ୍ୟାଚ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଛି । ଆଫଗାନିସ୍ତାନ ତାର ଦୁଇଟି ମ୍ୟାଚ ଜିତି ସୁପର ଫୋରରେ ପ୍ରବେଶ କରିଛି । ଗତକାଲି (ମଙ୍ଗଳବାର) ବାଂଲାଦେଶ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋର ରାଉଣ୍ଡରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ । ଭାରତ ପାକିସ୍ତାନ ବିପକ୍ଷ ତାର ପ୍ରଥମ ମୁକାବିଲା ଜିତି ଦୃଢ ମନୋବଳରେ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.