ETV Bharat / sports

ନେହରାଙ୍କୁ ମିଳିଥିଲା ବଡ଼ ଅଫର୍‌ ! BCCI ପ୍ରସ୍ତାବରେ କାହିଁକି ରାଜି ହେଲେନି ?

ଭାରତୀୟ ଟି୨୦ ଦଳର ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ଅଫର ଦେଇଥିଲା ବୋଲି ଚର୍ଚ୍ଚା ହେଉଛି । ହେଲେ ନେହରା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 29, 2023, 7:31 PM IST

BCCI ପ୍ରସ୍ତାବରେ କାହିଁକି ରାଜି ହେଲେନି ନେହରା ?

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ବଡ଼ ଅଫରକୁ ପ୍ରତ୍ୟାଖ୍ୟାନ କଲେ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା । ଏଭଳି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତା ବର୍ଷ ଟି୨୦ ବିଶ୍ବକପ୍‌ ଥିବାବେଳେ ଭାରତୀୟ ଟି୨୦ ଦଳର ପ୍ରଶିକ୍ଷକ ପଦ ପାଇଁ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ଅଫର ଦେଇଥିଲା ବିସିସିଆଇ । ହେଲେ ନେହରା ଏହି ବଡ଼ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ଚର୍ଚ୍ଚା ହେଉଛି । ଯଦିଓ ଏନେଇ ବିସିସିଆଇ କିମ୍ବା ନେହରା କୌଣସି ସୂଚନା ଦେଇନାହାନ୍ତି, ହେଲେ କେଉଁ ପରିସ୍ଥିତିରେ ସେ ଏଭଳି ଅଫରକୁ ଆଡ଼େଇ ଦେଇଥାଇପାରନ୍ତି ବୋଲି ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

  • BCCI offered Ashish Nehra, the post of T20 coach but he has declined the offer. [Indian Express]

    - Now, Dravid has been offered an extension till T20 WC 2024. pic.twitter.com/n31JfgNHO1

    — Johns. (@CricCrazyJohns) November 29, 2023 " class="align-text-top noRightClick twitterSection" data=" ">

କୁହାଯାଉଛି, ଖେଳାଳି ଏବଂ କୋଚଙ୍କ ଉପରୁ ଅତ୍ୟଧିକ ଭାର କମାଇବାକୁ ଚାହୁଁଛି ବିସିସିଆଇ । ସେଥିପାଇଁ ସବୁ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ଓ କୋଚ୍‌ ନିଯୁକ୍ତ କରିବାକୁ ଚିନ୍ତା କରୁଛି ବୋର୍ଡ । ଆଇପିଏଲ୍‌ରେ ନବାଗତ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜିନ୍‌ରେ ହିଁ ଚମ୍ପିଆନ୍‌ କରାଇବା ପରେ କ୍ରମାଗତ ଦ୍ବିତୀୟ ଥର ଫାଇନାଲ୍‌କୁ ନେଇ ରନର୍ସ ଅପ୍‌ କରାଇବାରେ ପୂର୍ବତନ ଭାରତୀୟ ପେସର୍‌ ଆଶିଷ ନେହରାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଆସନ୍ତା ବର୍ଷ ଟି୨୦ ବିଶ୍ବକପ୍‌ ଥିବାରୁ ନେହେରାଙ୍କୁ ଟି୨୦ ଦଳର କୋଚ୍‌ ଭାବେ ଦାୟିତ୍ବ ନେବାକୁ ଅଫର ଦେଇଥିଲା ବିସିସିଆଇ । କିନ୍ତୁ ଏହି ଅଫରକୁ ଆଶିଷ ନେହେରା ମନା କରିଦେଇଥିବା କୁହାଯାଉଛି । ଯଦିଓ ଏନେଇ କୌଣସି ଅଫିସିଆଲ୍ ସୂଚନା ହସ୍ତଗତ ହୋଇନାହିଁ, ହେଲେ ନେହେରା କୋଚ୍‌ ପଦ ପାଇଁ ଆଗ୍ରହୀ ନହେବା ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆକୁ ଫେରିଲେ ଦ୍ରାବିଡ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI

ଏହାପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବଡ଼ ଘୋଷଣା କରିଥିଲା ବିସିସିଆଇ । ଦିନିକିଆ ବିଶ୍ବକପ୍‌ ୨୦୨୩ ପରେ କାର୍ଯ୍ୟକାଳ ଶେଷ ହୋଇଥିବା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବଢିବା ନେଇ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛି ବିସିସିଆଇ । କେବଳ ଦ୍ରାବିଡ୍‌ ନୁହଁନ୍ତି, ବୋଲିଂ କୋଚ୍‌ ପରାସ ମହାମ୍ବ୍ରେ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଏବଂ ଫିଲ୍ଡିଂ କୋଚ୍‌ ଟି. ଦିଲ୍ଲୀପଙ୍କ ଭଳି ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତେବେ ନେହରା ଟି୨୦ କୋଚ୍‌ ପଦ ପାଇଁ ମିଳିଥିବା ଅଫର୍‌କୁ ପ୍ରତ୍ୟାଖ୍ୟାନ କରିବା ପରେ ସବୁ ଫର୍ମାଟ୍‌ରେ ଦ୍ରାବିଡ୍‌ଙ୍କୁ ପୁଣିଥରେ ନିୟମିତ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏପରି ସ୍ଥିତିରେ ସବୁ ଫର୍ମାଟ୍‌ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଓ କୋଚ୍‌ ନିଯୁକ୍ତି ପ୍ରକ୍ରିୟାର ଗତି କେଉଁଆଡ଼େ, ତାହା ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.