ETV Bharat / sports

Ashes, 1st Test: ଇଂଲଣ୍ଡକୁ ୯ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଆସେସ(Ashes) ସିରିଜର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଇଂଲଣ୍ଡକୁ ୯ ୱିକେଟରେ ହରାଇ ୫ ଟିକିଆ ଆସେସ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ । ଅଧିକ ପଢନ୍ତୁ

author img

By

Published : Dec 11, 2021, 4:57 PM IST

Updated : Dec 11, 2021, 6:12 PM IST

Ashes, 1st Test: Lyon, Warner and Head shine as Australia register 9-wicket win
Ashes, 1st Test: ଇଂଲଣ୍ଡକୁ ୯ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌: ଆସେସ(Ashes) ସିରିଜର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ବ୍ରିସବେନର ଐତିହାସିକ ଗାବା(Gabba) ଗ୍ରାଉଣ୍ଡରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜୋ ରୁଟ୍‌ଙ୍କ ଟିମ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି କଙ୍ଗାରୁ ଟିମ । ଏଥିସହ ୫ ଟିକିଆ ଆସେସ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ।

ମ୍ୟାଚ୍‌ର ତୃତୀୟ ଦିନରେ ଭ୍ରମଣକରୀ ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଚତୁର୍ଥ ଦିନ ଖେଳ ଆରମ୍ଭରେ ଆତ୍ମସମର୍ପଣ କରିଥିଲା । ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସହ ମାତ୍ର ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଏହାର ଭରଣା କରିବାକୁ ସଂପୂର୍ଣ୍ଣ ପ୍ରୟାସ କରିଥିଲା । ମାତ୍ର ଚତୁର୍ଥ ଦିନ ଆରମ୍ଭରେ ଅଷ୍ଟ୍ରେଲିଆ ପ୍ରତି ଆକ୍ରମଣ କରିବା ସହ ବିଜୟ ସୁନିଶ୍ଚିତ କରିଥିଲା । ୨୯୭ ରନ୍‌ରେ ଦ୍ବିତୀୟ ଇଂନିସରେ ଇଂଲଣ୍ଡକୁ ରୋକିଥିଲେ କଙ୍ଗାରୁ ବୋଲର । ଶେଷ ୮ଟି ୱିକେଟ ମାତ୍ର ୭୭ ରନ୍‌ରେ ହରାଇଥିଲା ଭ୍ରମଣକାରୀ ଟିମ ।

ଏହାମଧ୍ୟ ପଢନ୍ତୁ: ଶାସ୍ତ୍ରୀଙ୍କ ବଡ ଖୁଲାସା, 2019 ବିଶ୍ବକପ ଟିମ ଚୟନ ସଠିକ୍‌ ନଥିଲା

ତୃତୀୟ ଦିନର ଅସମାପ୍ତ ସ୍କୋର ୨୨୦/୨ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ମାତ୍ର ୩ ରନ୍‌ ଯୋଡିବା ପରେ ଡେୱିଡ ମଲାନଙ୍କ ରୂପରେ ଦିନର ପ୍ରଥମ ୱିକେଟ ହରାଇଥିଲା ଇଂଲଣ୍ଡ । ଏହି ୱିକେଟ ସହ ଭେଟେରାନ ଅଷ୍ଟ୍ରେଲୀୟ ବୋଲର ୪୦୦ତମ ଟେଷ୍ଟ ୱିକେଟ ପୂରଣ କରିଥିଲେ ଅନ୍ୟପଟେ ୧୬୨ ରନ୍‌ର ଭାଗିଦାରୀକୁ ଭାଙ୍ଗିଥିଲେ । ଏହି ମାଇଲଷ୍ଟୋନ ହାସଲ କରିବାରେ ଲାୟନ ମୋଟ ଭାବେ ୧୭ତମ ଓ ସେନ ୱାର୍ଣ୍ଣ, ଗ୍ଳେନ ମାକଗ୍ରାଥ୍‌ଙ୍କ ପରେ ତୃତୀୟ ଅଷ୍ଟ୍ରେଲୀୟ ବୋଲର ହେବାର ଉପଲବ୍ଧି ହାସଲ କରିଥିଲେ ।

ଏହାପରେ ଘାତକ ବୋଲିଂ ସହ ଇଂଲଣ୍ଡକୁ ଶୀଘ୍ର ଅଲଆଉଟ୍‌ କରିଥିଲେ ଅଷ୍ଟ୍ରେଲୀୟ ବୋଲର୍‌ । ବିଜୟ ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ମାତ୍ର ୨୦ ରନ୍‌ ରହିଥିଲା ଓ ଏହି ଛୋଟିଆ ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2021, 6:12 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.