ETV Bharat / sports

ବୟକଟ୍‌ କମେଣ୍ଟ୍‌ ବିବାଦ, ପେଇନଙ୍କୁ ଅସଘର ଆଫଗାନଙ୍କ କଡା ଜବାବ

author img

By

Published : Sep 12, 2021, 9:05 PM IST

ଆଫଗାନିସ୍ତାନ କ୍ୟାପଟେନ ଅସଘର ଆଫଗାନଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଟିମ କ୍ୟାପଟେନ ଟିମ ପେଇନଙ୍କୁ ସମାଲୋଚନା । ଅଧିକ ପଢନ୍ତୁ...

Asghar Afghan slams Australia's Paine for boycott comments
ବୟକଟ୍‌ କମେଣ୍ଟ୍‌ ବିବାଦ, ପେଇନଙ୍କୁ ଅସଘର ଆଫଗାନଙ୍କ କଡା ଜବାବ

ଦୁବାଇ: ଅଷ୍ଟ୍ରେଲିଆ ଟେଷ୍ଟ ଟିମ କ୍ୟାପଟେନ ଟିମ ପେଇନଙ୍କୁ ପୂର୍ବତନ ଆଫଗାନିସ୍ତାନ କ୍ୟାପଟେନ ଅସଘର ଆଫଗାନଙ୍କ ସମାଲୋଚନା । ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ପୁରୁଷ ଟି୨୦ ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବୟକଟ୍‌ କରିବାକୁ କହିଥିଲେ ପେଇନ୍‌ । SEN ହୋବାର୍ଟରେ ମଣ୍ଣିଂ ବ୍ରେକଫାଷ୍ଟ ଶୋ'ରେ ପେଇନ ଏହି ଟିପ୍ପଣୀ କରିଥିଲେ ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଚର୍ଚ୍ଚାରେ ରହିଛି ଏହି ଦେଶ । ଖୁବଶୀଘ୍ର ଦେଶରେ ମହିଳା କ୍ରିକେଟ ନେଇ ନିଷ୍ପତ୍ତି ହେବବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ର କାର୍ଯ୍ୟକାରୀ ଚେୟାରମ୍ୟାନ ଅଜିଜୁଲ୍ଲା ଫଜିଲ କହିଛନ୍ତି । ମାତ୍ର ଏହା ସତ୍ତ୍ବେ ଦେଶରେ ମହିଳା କ୍ରିକେଟର ଭବିଷ୍ୟତ ନେଇ କୌଣସି ସ୍ପଷ୍ଟତା ଜଣାପଡିନାହିଁ ।

ପେଇନ କହିଥିଲେ, ଯେଉଁ ଦେଶରେ ମହିଳା କ୍ରିକେଟକୁ ସମର୍ଥନ ମିଳୁନାହିଁ ସେପରି ଏକ ଟିମକୁ କିପରି ICC ଅନୁମୋଦିତ ଇଭେଣ୍ଟରେ ଖେଳିବାକୁ ଅନୁମତି ମିଳୁଛି ! ତେବେ ଏହାର ଉତ୍ତରରେ ଏକ ଫେସବୁକ୍‌ ପୋଷ୍ଟରେ ପେଇନଙ୍କୁ କଡା ଜବାବ ଦେଇଛନ୍ତି ଭେଟେରାନ ଆଫଗାନ କ୍ରିକେଟର ଅସଘର ଆଫଗାନ ।

ଅସଘର ଲେଖିଛନ୍ତି, "ମିଷ୍ଟର ପେଇନ ! ଆଫଗାନ ନ୍ୟାସନାଲ କ୍ରିକେଟ ଟିମର କେବଳ ବିଶ୍ବକପ ଖେଳିବାକୁ ଅଧିକାର ନାହିଁ ବରଂ ICC ନିୟମାବଳୀ ଅନୁଯାୟୀ, ସମସ୍ତ ICC ଆୟୋଜିତ ଟୁର୍ଣ୍ଣାମେଣ୍ଟ/ଇଭେଣ୍ଟରେ ଖେଳିବାର ଅଧିକାର ରହିଛି । ଆମର ଲଢୁଆ ନ୍ୟାସନାଲ ହିରୋ ମେଗା ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.