ETV Bharat / sports

ରଣଜୀ ଟ୍ରଫି: ଡେବ୍ୟୁ ମ୍ୟାଚରେ ଜୁନିଅର ତେନ୍ଦୁଲକରଙ୍କ ଶତକ ହାସଲ, ଦୋହରାଇଲେ ବାପାଙ୍କ ଇତିହାସ - ଅର୍ଜୁନ ତେନ୍ଦୁଲକର

ଜୁନିଅର ତେନ୍ଦୁଲକରଙ୍କ ଶତକ ହାସଲ । ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚରେ ହିଁ ଶତକ ହାସଲ କରିଛନ୍ତି ଅର୍ଜୁନ ତେନ୍ଦୁଲକର । ଅଧିକ ପଢନ୍ତୁ

ରଣଜୀ ଟ୍ରଫି: ଡେବ୍ୟୁ ମ୍ୟାଚରେ ଜୁନିଅର ତେନ୍ଦୁଲକରଙ୍କ ଶତକ ହାସଲ, ଦୋହରାଇଲେ ବାପାଙ୍କ ଇତିହାସ

author img

By

Published : Dec 14, 2022, 8:56 PM IST

ହାଇଦ୍ରାବାଦ: ଜୁନିଅର ତେନ୍ଦୁଲକରଙ୍କ ଶତକ ହାସଲ । ବାପାଙ୍କ ପରେ ଏବେ କ୍ରିକେଟ ମଇଦାନରେ ନିଜର ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି ଜୁନିଅର ତେନ୍ଦୁଲକର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚରେ ହିଁ ଶତକ ହାସଲ କରିଛନ୍ତି ଅର୍ଜୁନ ତେନ୍ଦୁଲକର । ଅର୍ଜୁନ ତେନ୍ଦୁଲକର ଗୋଆ ତରଫରୁ ରଣଜୀ ଟ୍ରଫିରେ ଡେବ୍ୟୁ କରିଛନ୍ତି । ସେ ଡେବ୍ୟୁ ମ୍ୟାଚରେ ହିଁ ଶତକୀୟ ଇନିଂସ ଖେଳି କ୍ରିକେଟ ମଇଦାନରେ ସଚିନଙ୍କ ଅବତାରକୁ ପୁଣି ଥରେ ମନେପକାଇ ଦେଇଛନ୍ତି ।

କ୍ରିକେଟର ଭଗବାନ କୁହାଯାଉଥିବା ତେନ୍ଦୁଲକର କ୍ରିକେଟ ଦୁନିଆର ଅନେକ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର ୧୦୦ଟି ଶତକ ଏକ ମାଇଲଷ୍ଟୋନ । ଯାହାକୁ ଆଜି ଯାଏଁ କେହି ଅତିକ୍ରମ କରିପାରିନାହାନ୍ତି । କ୍ରିକେଟ ପ୍ରତି ତାଙ୍କର ପ୍ରତିଭା ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରଣଜୀ ଡେବ୍ୟୁ ମ୍ୟାଚରେ ହିଁ ଦୃଶ୍ୟମାନ ହୋଇଥିଲା । ସେ ରଣଜୀ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ । ବର୍ଷ ୧୯୮୮ରେ ମୁମ୍ବାଇ ତରଫରୁ ରଣଜୀ ମ୍ୟାଚ୍ ଡେବ୍ୟୁ କରି ଗୁଜୁରାଟ ବିପକ୍ଷରେ ଶତକୀୟ ଇନିଂସ ଖେଳଥିଲେ ।

୨୩ ବର୍ଷିୟ ଅର୍ଜୁନ ତେନ୍ଦୁଲକର ରାଜସ୍ଥାନ ବିପକ୍ଷରେ ୧୭୮ ବଲରେ ନିଜର ତିନି ଅଙ୍କ ବିଶିଷ୍ଟ ସ୍କୋର ହାସଲ କରିଥିଲେ । ଯେଉଁଥିରେ ୧୨ଟି ଚୌକା ଓ ୨ଟି ଛକା ସାମିଲ ରହିଛି । ସପ୍ତମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଅର୍ଜୁନ ତେନ୍ଦୁଲକର ଆରମ୍ଭରୁ ଜବରଦସ୍ତ ପାଳି ଆରମ୍ଭ କରିଥିଲେ । ରଣଜୀ ଟ୍ରଫିର ଡେବ୍ୟୁ ମ୍ୟାଚରେ ଶତକୀୟ ଇନିଂସ ହାସଲ କରିବା ସହିତ ପିତା ସଚିନଙ୍କର ଇତିହାସକୁ ଦୋହରାଇଛନ୍ତି ।

ସଚିନ ତେନ୍ଦୁଲକର ଅଲରାଉଣ୍ଡର କ୍ରିକେଟର ଭାବରେ ଜଣାଶୁଣା । ତାଙ୍କର ବୋଲିଂ ପ୍ରଦର୍ଶନ ବଳରେ ସେ ବହୁ ବାର ଚର୍ଚ୍ଚାକୁ ଆସିଛନ୍ତି । ରଣଜୀ ଟ୍ରଫି ଖେଳିବା ପାଇଁ ଅର୍ଜୁନ ତେନ୍ଦୁଲକର ପ୍ରଥମେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ । ହେଲେ ତାଙ୍କୁ ଖେଳିବାର ସୁଯୋଗ ମିଳି ନଥିଲା । ଏହା ପରେ ସେ ଚଳିତ ରଣଜୀ ସିଜିନରେ ଗୋଆ ରଣଜୀ ଟିମରେ ସାମିଲ ହୋଇଥିଲେ । ଡେବ୍ୟୁ ମ୍ୟାଚରେ ହିଁ ଶତକ ହାସଲ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଅର୍ଜୁନ ତେନ୍ଦୁଲକର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.