ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ଭାରତର ବିଶ୍ବକପ ବିଜୟ ସ୍ବପ୍ନ ଭାଙ୍ଗିଥିବା ଏହି ଷ୍ଟାର ଖେଳାଳି

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ICC ମହିଳା କ୍ରିକେଟ ବିଶ୍ବକପ ୨୦୧୭ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଘାତକ ବୋଲିଂ ସହ ଇଂଲଣ୍ଡକୁ ଚତୁର୍ଥ ବିଶ୍ବକପ ଟାଇଟେଲ ବିଜେତା କରାଇବାରେ ସହାୟକ ହୋଇଥିଲେ । ୨୨୯ ରନ୍‌ର ବିଜୟ ଲକ୍ଷକୁ ପିଛା କରିଥିବା ଭାରତୀୟ ଟିମ ୧୯୧/୩ ସହ ଦୃଢ ସ୍ଥିତିରେ ରହିଥିଲା । ମାତ୍ର ଶ୍ରବସୋଲ ବୋଲିଂ ପାଇଁ ଆସି ନାଟକୀୟ ଢଙ୍ଗରେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ । ଅଧିକ ପଢନ୍ତୁ

author img

By

Published : Apr 14, 2022, 8:40 PM IST

ANYA SHRUBSOLE ANNOUNCES RETIREMENT FROM INTERNATIONAL CRICKET
କ୍ରିକେଟକୁ ଅଲବିଦା କହିଲେ ଭାରତର ବିଶ୍ବକପ ବିଜୟ ସ୍ବପ୍ନ ଭାଙ୍ଗିଥିବା ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: କ୍ରିକେଟ ଜଗତରୁ ସନ୍ୟାସ ନେଇଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ଆନ୍ୟା ଶ୍ରବସୋଲ । ୩୦ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆନ୍ୟା ୧୭୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାବେଳେ ୨୨୭ ୱିକେଟ ନିଜ ନାମରେ କରିଛନ୍ତି । ବର୍ଷ ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଆନ୍ୟା । ସେ ପ୍ରଥମେ ଦିନିକିଆ ମ୍ୟାଚ୍‌ ଖେଳିଥିଲେ ।

  • England superstar Anya Shrubsole has announced her retirement from international cricket.

    Details 👇

    — ICC (@ICC) April 14, 2022 " class="align-text-top noRightClick twitterSection" data=" ">

ସଦ୍ୟ ସମାପ୍ତ ମହିଳା ବିଶ୍ବକପ ୨୦୨୨ରେ ଇଂଲଣ୍ଡ ପକ୍ଷରୁ ଫାଇନାଲ ମ୍ୟାଚ୍‌ ଖେଳିଥିଲେ । ନିଜ କ୍ରିକେଟ କ୍ୟାରିୟରରେ ଆନ୍ୟା ୮ଟି ଟେଷ୍ଟ ମ୍ୟାଚ୍‌, ୮୬ଟି ଏକଦିବସୀୟ ଓ ୭୯ଟି ଟି୨୦ ମୁକାବିଲା ଖେଳିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ୧୯ ୱିକେଟ ଓ ବ୍ୟାଟ୍‌ରେ ୧୮୮ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଦିନିକିଆରେ ୧୦୬ ୱିକେଟ ନେଇଛନ୍ତି ଓ ୨୮୫ ରନ୍‌ ସଂଗ୍ରହ କରିଛନ୍ତି । ଟି୨୦ ମ୍ୟାଚ୍‌ରେ ୧୦୨ ୱିକେଟ ଓ ବ୍ୟାଟ୍‌ରେ ୧୦୪ ରନ୍‌ ନିଜ ନାମରେ କରିଛନ୍ତି ।

  • “I feel immensely privileged to have been able to represent my country for the past 14 years."

    After 173 games and 227 wickets for her country, @anya_shrubsole has announced her retirement from international cricket today.#ThankYouAnya

    — England Cricket (@englandcricket) April 14, 2022 " class="align-text-top noRightClick twitterSection" data=" ">

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ICC ମହିଳା କ୍ରିକେଟ ବିଶ୍ବକପ ୨୦୧୭ ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଘାତକ ବୋଲିଂ ସହ ଇଂଲଣ୍ଡକୁ ଚତୁର୍ଥ ବିଶ୍ବକପ ଟାଇଟେଲ ବିଜେତା କରାଇବାରେ ସହାୟକ ହୋଇଥିଲେ । ୨୨୯ ରନ୍‌ର ବିଜୟ ଲକ୍ଷକୁ ପିଛା କରିଥିବା ଭାରତୀୟ ଟିମ ୧୯୧/୩ ସହ ଦୃଢ ସ୍ଥିତିରେ ରହିଥିଲା । ମାତ୍ର ଶ୍ରବସୋଲ ବୋଲିଂ ପାଇଁ ଆସି ନାଟକୀୟ ଢଙ୍ଗରେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ । ପରବର୍ତ୍ତୀ ୬ ଓଭର ମଧ୍ୟରେ ମାତ୍ର ୨୮ ରନ୍‌ ମଧ୍ୟରେ ଶେଷ ୭ ୱିକେଟ ହରାଇଥିଲା ଭାରତ । ୯ ରନ୍‌ରେ ଇଂଲଣ୍ଡ ବିଜୟୀ ହେବାସହ ବିଶ୍ବ ଚାମ୍ପିୟନ ହୋଇଥିଲା । ଶ୍ରବସୋଲ ୪୬ ରନ୍‌ ବ୍ୟୟରେ ୬ଟି ୱିକେଟ ଅକ୍ତିଆର କରି ମହିଳା ବିଶ୍ବକପ ଫାଇନାଲ ମୁକାବିଲାରେ ରେକର୍ଡ ପ୍ରଦର୍ଶନ କରିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାସହ ଆନ୍ୟା କହିଛନ୍ତି, "ଗତ ୧୪ ବର୍ଷ ଧରି ଦେଶର ପ୍ରତିନିଧିତ୍ବ କରିବାକୁ ସକ୍ଷମ ହେବାପାଇଁ ବହୁତ ସମ୍ମାନୀତ ଅନୁଭବ କରୁଛି । ମହିଳା କ୍ରିକେଟରେ ସାମିଲ ହେବା ସମ୍ମାନର କଥା ।"

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.