ETV Bharat / sports

ICC Rankings: T-20ରେ ଶୀର୍ଷରେ ଭାରତ, ଟେଷ୍ଟରେ ଅଷ୍ଟ୍ରେଲିଆ

author img

By

Published : May 4, 2022, 4:53 PM IST

Updated : May 4, 2022, 5:30 PM IST

ବାର୍ଷିକ ଟିମ୍ ରାଙ୍କିଂ ଘୋଷଣା, T-20 ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନରେ ଭାରତ । ଅଧିକ ପଢନ୍ତୁ

Annual ICC Rankings: ଟି-୨୦ରେ ଶୀର୍ଷରେ ଭାରତ, ଟେଷ୍ଟରେ ଅଷ୍ଟ୍ରେଲିଆ

ଦୁବାଇ: ବାର୍ଷିକ ଟିମ୍ ରାଙ୍କିଂ ଘୋଷଣା କଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) । ସଦ୍ୟତମ ପ୍ରକାଶିତ T-20 ମାନ୍ୟତାର ପ୍ରଥମ ସ୍ଥାନରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ସମ୍ଭାଳିବା ଠାରୁ T-20 ରେ ନଂ ୧ ରେ ରହିଛି ଭାରତ ।

ସେହିପରି ଟେଷ୍ଟ ଓ ଦିନିକିଆ ରାଙ୍କିଂ ମାନ୍ୟତା ମଧ୍ୟ ଘୋଷଣା କରିଛି ICC । ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଶୀର୍ଷରେ ଥିବାବେଳେ ନ୍ୟୁଜିଲାଣ୍ଡ ଦିନିକିଆ ମାନ୍ୟତାରେ ଆଗରେ ରହିଛି । ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୯ ପଏଣ୍ଟ ପଛରେ ରହିଛି ଭାରତ । ସେପଟେ କୋଭିଡ ପାଇଁ ସ୍ଥଗିତ ଥିବା ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ ଜୁନ୍‌ ମାସରେ ଖେଳାଯିବ । ଏହି ମ୍ୟାଚକୁ ୨୦୨୧-୨୨ ଟେଷ୍ଟ ରାଙ୍କିଂରେ ଯୋଡ଼ାଯିବ ବୋଲି ICC କହିଛି ।

ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହି ଥିବାବେଳେ ଦ୍ବିତୀୟରେ ରହିଛି ଭାରତ । ୨୩ ମ୍ୟାଚ ମଧ୍ୟରୁ ଭାରତକୁ ମିଳିଛି ୧୧୯ ରେଟିଂ । ସେହିପରି ଟେଷ୍ଟ ରାଙ୍କିଙ୍ଗରେ ତୃତୀୟରେ ନ୍ୟୁଜିଲାଣ୍ଡ, ଚତୁର୍ଥରେ ଦକ୍ଷିଣ ଆଫ୍ରିକା, ପଞ୍ଚମରେ ପାକିସ୍ତାନ ଏବଂ ଶେଷରେ ଜିମ୍ବାୱେ ଦଶମ ସ୍ଥାନରେ ରହିଛି ।

ଦିନିକିଆରେ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ୨୨ ମ୍ୟାଚ ଖେଳି ୨,୩୦୪ ପଏଣ୍ଟ ସହ ୧୦୫ ରେଟିଂ ପାଇଛି ଭାରତୀୟ କ୍ରିକେଟ ଟିମ୍ । ତେବେ ଦିନିକିଆରେ ଭାରତ ଆଗରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ରହିଛନ୍ତି । T-20 ରେ ଦମ୍‌ଦାର ପ୍ରଦର୍ଶନ କରି ପ୍ରଥମରେ ରହିଛି ଭାରତ । ୨୭୦ ରେଟିଂ ସହ ଶୀର୍ଷରେ ସ୍ଥାନ ପାଇ ଥିବାବେଳେ ଦ୍ବିତୀୟରେ ଇଂଲଣ୍ଡ ଏବଂ ପାକିସ୍ତାନକୁ ତୃତୀୟ ସ୍ଥାନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2022, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.