ETV Bharat / sports

ଜାଡେଜାଙ୍କୁ ଆଣ୍ଡରସନଙ୍କ ପ୍ରଶଂସା - anderson reaction over Jadeja bating

ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ । ଅଧିକ ପଢନ୍ତୁ

ଜାଡେଜାଙ୍କୁ ଆଣ୍ଡରସନଙ୍କ ପ୍ରଶଂସା
ଜାଡେଜାଙ୍କୁ ଆଣ୍ଡରସନଙ୍କ ପ୍ରଶଂସା
author img

By

Published : Jul 4, 2022, 2:01 PM IST

ବର୍ମିଂହାମ: ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ରବୀନ୍ଦ୍ର ଜାଡେଜା । ଅଲରାଉଣ୍ଡର ତଥା ବୋଲର ଜାଡେଜାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ । ସେ କହିଛନ୍ତି ବର୍ତ୍ତମାନ ଜାଡେଜା ଜଣେ ଦକ୍ଷ ବ୍ୟାଟରଙ୍କ ଭଳି ଖେଳୁଛନ୍ତି ।

ସେ ଆହୁରି କହିଛନ୍ତି, ଜାଡେଜାଙ୍କ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ପୂର୍ବରୁ ମଧ୍ୟ ତାଙ୍କ ପାଖରେ ବ୍ୟାଟିଂ ଦକ୍ଷତା ଓ ଟେକନିକ ରହିଥିଲା । ହେଲେ ବ୍ୟାଟିଂ କ୍ରମରେ 8 ନମ୍ବର ସ୍ଥାନରେ ଓହ୍ଲାଉଥିଲେ । କ୍ରିଜରେ ରହି ବଡ ସ୍କୋର କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ସମୟ ନଥିଲା । ବର୍ତ୍ତମାନ ସେ ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ କରୁଛନ୍ତି । କ୍ରିଜରେ ସେଟ ହେବାକୁ ତାଙ୍କୁ ସମୟ ମିଳୁଛି । ଅନ୍ୟ ବ୍ୟାଟରଙ୍କ ସହ ଭାଗିଦାରୀ ଗଢିବାକୁ ତାଙ୍କୁ ସୁଯୋଗ ମିଳୁଥିବା କହିଛନ୍ତି ଆଣ୍ଡରସନ।

ଜାଡେଜା ବର୍ତ୍ତମାନ ତାଙ୍କ ଦକ୍ଷତା ପ୍ରମାଣିତ କରିଛନ୍ତି । ଜଣେ ବ୍ୟାଟରଙ୍କ ଭଳି ବ୍ୟାଟିଂ କରିଛନ୍ତି । ଜାଡେଜା ସୁଯୋଗର ସଦୁପଯୋଗ କରିଛନ୍ତି ବୋଲି କହିଛନ୍ତି ଆଣ୍ଡରସନ । ଜାଡେଜା ଇଂଲଣ୍ଡ ଭାରତ ପଞ୍ଚମ ଟେଷ୍ଟରେ ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ । ଏହା ତାଙ୍କ ତୃତୀୟ ଟେଷ୍ଟ ଶତକ । 194 ବଲରେ 104 ରନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.