ETV Bharat / sports

IPL 2022: ଆଇପିଏଲ ଇତିହାସରେ ପ୍ରଥମ, କ୍ୟାପଟେନ୍‌ ଭୂମିକାରେ ନଜର ଆସିବେନି ଧୋନି ଓ କୋହଲି - ମହେନ୍ଦ୍ର ସିଂହ ଧୋନି

ଇଣ୍ଡିଆନ ପ୍ରିମିୟର ଲିଗ(IPL) ଇତିହାସରେ ପ୍ରଥମ ଥର ଭାରତୀୟ କ୍ରିକେଟ'ର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ଅଧିନାୟକ ଦାୟିତ୍ବରେ ନଜର ଆସିବେ ନାହିଁ । ଅଧିକ ପଢନ୍ତୁ

An IPL without MS Dhoni and Virat Kohli as captain
IPL 2022: କ୍ୟାପଟେନ୍‌ କୋହଲି ଓ ଧୋନିଙ୍କ ବିନା ଏଥର ଆଇପିଏଲ
author img

By

Published : Mar 24, 2022, 8:38 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ଇତିହାସରେ ଭାରତୀୟ କ୍ରିକେଟ'ର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ପ୍ରଥମ ଥର ପାଇଁ ବିନା ଅଧିନାୟକ ଦାୟିତ୍ବରେ ନଜର ଆସିବେ । ଫଳରେ ଲିଗ୍‌ରେ ଏକ ଯୁଗର ଅନ୍ତ ହୋଇଛି ବୋଲି କୁହାଯାଉଛି । ଆଇପିଏଲ ୨୦୨୨ ପୂର୍ବରୁ କିମ୍ବଦନ୍ତୀ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ଭାର ଗୁରୁବାର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଫଳରେ ଧୋନିଙ୍କ ଏହି ନିଷ୍ପତ୍ତି କ୍ରିକେଟ ଜଗତ ଚକିତ ହୋଇଯାଇଛି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ CSK ଏନେଇ ସ୍ପଷ୍ଟ କରିଛି । ତେବେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ଜାରି ରଖିବେ ବୋଲି ଫ୍ରାଞ୍ଚାଇଜ ଘୋଷଣା କରିଛି ।

ବିରାଟ କୋହଲି ୟୁଏଇରେ ଗତବର୍ଷ IPL ୨୦୨୧ରେ ବାଙ୍ଗାଲୋରର ଅଭିଯାନ ଶେଷ ପରେ ଅଧିନାୟକ ପଦ ଛାଡିଥିଲେ । ଫଳରେ ଇଣ୍ଡିଆନ ପ୍ରିମିୟର ଲିଗର ଏହା ପ୍ରଥମ ସଂସ୍କରଣ ହେବ ଯେଉଁଥିରେ, କୋହଲି ଓ ଧୋନି ସେମାନଙ୍କର ଟିମର ନେତୃତ୍ବ ନେବେ ନାହିଁ ।

ବିଶ୍ବକପ ବିଜୟୀ କ୍ୟାପଟେନ୍‌ ଧୋନି, ଅଧିନାୟକ ଛାଡିବା ସମୟରେ ସର୍ବଦା ଟିମର ନିର୍ଭରଯୋଗ୍ୟ ଦକ୍ଷ ଖେଳାଳିଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥା'ନ୍ତି । ଅଷ୍ଟ୍ରେଲିଆରେ ବର୍ଷ ୨୦୦୪ରେ ସେ ସିରିଜ ଅଧାରୁ ଅଧିନାୟକ ପଦ ଛାଡିବା ସହିତ ୫ ଦିନ ଖେଳିଥିଲେ । ପରେ ବିରାଟ କୋହଲି ସମସ୍ତ ଫର୍ମାଟରେ ଭାରତର ନେତୃତ୍ବ ନେବାପାଇଁ ଉପଯୁକ୍ତ ଜାଣି ୨୦୧୭ରେ ପଦରୁ ହଟିଯାଇଥିଲେ । କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ଓ ସୁପରହ୍ୟୁମାନ ଅଧିନାୟକ ବିରାଟ କୋହଲି ୨୦୦୮ରୁ ଆଇପିଏଲ ଆରମ୍ଭରୁ ବିଶ୍ବର ବିତ୍ତଶାଳୀ ଲିଗ୍‌ର ପୋଷ୍ଟର ବଏ ରହିଆସିଛନ୍ତି । ଟସ୍‌ ସମୟରେ ଉଭୟଙ୍କ ଭେଟବେଳର ଫଟୋ ଏବେ ସମସ୍ତଙ୍କ ପାଇଁ ଅତୀତ ।

୨୯ ବର୍ଷୀୟ କୋହଲି ୨୦୧୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ନିଯୁକ୍ତ ହୋଇଥିଲେ, ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନି ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ରହିଛନ୍ତି ।

IPL ଅଧିନାୟକ ଭାବେ ବିରାଟ କୋହଲିଙ୍କ ରେକର୍ଡ:

  • ଅଧିନାୟକ ଭାବେ ମ୍ୟାଚ୍‌ -୧୪୦
  • ବିଜୟ-୬୬
  • ବିଜୟ ପ୍ରତିଶତ୪୭.୧୬
  • IPL ଟାଇଟେଲ- ୦

୧୧ବର୍ଷରୁ ଅଧିକ ସମୟରେ କୋହଲି ୧୪୦ଟି ମ୍ୟାଚ୍‌ରେ RCBର ନେତୃତ୍ବ ନେଇଛନ୍ତି । ସେଥିମଧ୍ୟରୁ ଅଧିନାୟକ ଭାବେ ୬୬ଟିରେ ବିଜୟ ଓ ୭୦ଟିରେ ପରାସ୍ତ ହୋଇଛନ୍ତି । ସେହିପରି ବ୍ୟାଟ୍‌ରେ କମାଲ କରିବା ସହ କୋହଲି ମୋଟ ୧୩୯ ଇଂନିସରୁ ୫ଟି ଶତକ ସହିତ ୪,୮୭୧ ରନ୍‌ ସଂଗ୍ରହ କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନି ଟିମ ଇଣ୍ଡିଆର ସବୁଠୁ ସଫଳତମ ଅଧିନାୟକ । ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ODI ବିଶ୍ବକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି ।

IPL ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ:

  • ଅଧିନାୟକ ଭାବେ ମ୍ୟାଚ୍‌ ୨୦୪
  • ବିଜୟ- ୧୨୧
  • ବିଜୟ ପ୍ରତିଶତ- ୫୯.୬
  • IPL ଟାଇଟେଲ - ୪

ଆଇପିଏଲରେ ଧୋନିଙ୍କ ବ୍ୟାଟିଂ ରେକର୍ଡ:

ଧୋନି ୨୨୦ଟି ଆଇପିଏଲ ମ୍ୟାଚ୍‌ ଖେଳିଛନ୍ତି ଓ ୧୩୫.୮୩ ଷ୍ଟ୍ରାଇକ୍‌ ରେଟ୍‌ରେ ପ୍ରାୟ ୪୦ ଆଭରେଜରେ ୪୭୪୬ ରନ୍‌ ସଂଗ୍ରହ କରିଛନ୍ତି । ୨୩ଟି ଅର୍ଦ୍ଧଶତକ ମଧ୍ୟ ନିଜ ନାମରେ କରିଛନ୍ତି ବିଶ୍ବ କ୍ରିକେଟ'ର ଅନ୍ୟତମ ଶ୍ରେଷ୍ଠ ଫିନିସର ଓ ବିସ୍ଫୋରକ ବ୍ୟାଟ୍‌ର । ୮୪ ରନ୍‌ର ତାଙ୍କର ବ୍ୟକ୍ତିଗତ ସର୍ବାଧିକ ଆଇପିଏଲ ସ୍କୋର୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.