ETV Bharat / sports

ବିଦେଶୀ ଲିଗ୍ ଖେଳିବା ପାଇଁ ବିସିସିଆଇ ଅନୁମତି ଦେଉ କହିଲେ କୁମ୍ବଲେ

author img

By

Published : Nov 11, 2022, 10:30 PM IST

ଭାରତୀୟ କ୍ରକେଟ ବୋର୍ଡ ଯୁବ ଖେଳାଳିମାନଙ୍କୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା ୨୦୨୪ ଟି-୨୦ ବିଶ୍ବକପ ପୂର୍ବରୁ ବିଦେଶରେ ଟି-୨୦ ଲିଗ୍ ମ୍ୟାଚ୍ ଖେଳିବାକୁ ଅନୁମତି ଦେବା ଦରକାର ବୋଲି କହିଲେ କୁମ୍ବଲେ । ଅଧିକ ପଢନ୍ତୁ

ବିଦେଶ ମାଟିରେ ପ୍ରିମିୟର ଲିଗ୍ ଖେଳିବା ପାଇଁ ବିସିସିଆଇ ଅନୁମତି ଦେଉ ବୋଲି କହିଲେ ଅନିଲ୍ କୁମ୍ବଲେ

ହାଇଦ୍ରାବାଦ: ୨୦୨୪ ଟି-୨୦ ବିଶ୍ବକପ ପୂର୍ବରୁ ଭାରତୀୟ କ୍ରିକେଟର ବିଦେଶ ମାଟିରେ ଖେଳିବାର ଅନୁଭବ ରଖିବା ଦରକାର । ତେବେ ଯାଇ କ୍ରିକେଟର ଏବଂ ଦଳ ନିଜ ତ୍ରୁଟିକୁ ସହଜରେ ଜାଣିବା ସହିତ ବଡ ବଡ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ଦଳ ପ୍ରତି ନିଜର ସଠିକ୍ ରଣନୀତି ପ୍ରସ୍ତୁତ କରି ପାରିବ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ । ଭାରତ ବିଶ୍ବକପରୁ ବିଦା ହେବା ପରେ ଟିମ୍ ଇଣ୍ଡିଆ ବିଭିନ୍ନ ଆଲୋଚନା ଓ ସମାଲୋଚନାରେ ଶିକାର ହୋଇଛି । କିଛି କ୍ରିକେଟ ବିଶେଷଜ୍ଞ ଦଳର ଦୋଷ ଦୁର୍ବଳତାକୁ ସମାଲୋଚନା କରିବା ସହିତ କିଛି ବିଶେଷଜ୍ଞ ଆଗାମୀ ବିଶ୍ବକପ ପୂର୍ବରୁ ଭାରତ ତାର ସମସ୍ତ ତ୍ରୁଟିକୁ ସୁଧାରିବା ଦରକାର ବୋଲି ମତ ରଖିଛନ୍ତି ।

ଚଳିତ ବିଶ୍ବକପ ନକ୍ ଆଉଟରୁ ଭାରତ ବିଦା ହେବା ପରେ ଭାରତର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ କହିଛନ୍ତି ବିସିସିଆଇ ଯୁବ କ୍ରିକେଟରମାନଙ୍କୁ ବିଦେଶରେ ବିଭିନ୍ନ ଟି୨୦ ଲିଗ୍ ମ୍ୟାଚରେ ଭାଗ ନେବାକୁ ଅନୁମତି ଦେଉ । ଯାହା ଫଳରେ ସେମାନେ ବିଦେଶ ମାଟିରେ ଖେଳିବାର ଅଭିଜ୍ଞତା ସାଉଁଟି ପାରିବେ । ଏହି ବିଦେଶ ମାଟିରେ ଲିଗ୍ ମ୍ୟାଚ ଖେଳିବାର ଅନୁଭବ ୨୦୨୪ ଟି୨୦ ବିଶ୍ବକପରେ ରଣନୀତି ପ୍ରସ୍ତତ କରିବାର ବେଶ୍ ସହାୟକ ହେବ । ତେଣୁ ଭାରତୀୟ କ୍ରକେଟ ବୋର୍ଡ ଯୁବ ଖେଳାଳିମାନଙ୍କୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ବକପ ପୂର୍ବରୁ ବିଦେଶରେ ଟି୨୦ ଲିଗ୍ ମ୍ୟାଚ୍ ଖେଳିବାକୁ ଅନୁମତି ଦେବା ଦରକାର । ଭାରତୀୟ ପ୍ରିମିୟର ଲିଗ୍ (IPL) ୨୦୦୮ ମସିହରେ ପ୍ରଥମ ସଂସ୍କରଣ ଆରମ୍ଭ ହେବା ପରେ କିଛି ଦେଶ ଘରୋଇ ଟି୨୦ ଲିଗ୍ ମ୍ୟାଚ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆର ବିଗ୍ ବସ୍ ଲିଗ୍ ( ବିବିଏଲ୍ ), ପାକିସ୍ତାନ ପ୍ରିମିୟର ଲିଗ୍ (ପିଏସ୍‌ଏଲ୍‌), କାରବିୟାନ ପ୍ରିମିୟର ଲିଗ୍ (ସିପିଏଲ୍‌) ଭଳି ଟୁର୍ଣ୍ଣାମେଣ୍ଟ ସାମିଲ ରହିଛି ।

ଆଇପିଏଲରେ ବିଦେଶୀ ଖେଳାଳୀଙ୍କୁ ଭାଗ ନେବାରେ ଅନୁମତି ରହିଛି । ହେଲେ ବିସିସିଆଇ ଭାରତୀୟ କ୍ରିକେଟରଙ୍କୁ ବିଦେଶୀ ପ୍ରିମିୟର ଲିଗରେ ଭାଗ ନେବାକୁ ଅନୁମତି ନ ଦେବାକୁ ବିରୋଧ କରିଛନ୍ତି ଅନୀଲ କୁମ୍ବଲେ । ଭାରତର ଏହି ପୂର୍ବତନ କ୍ରିକେଟର କହିଛନ୍ତି, "ମୋତେ ଲାଗୁଛି କି ବିଦେଶୀ ମାଟିରେ ଖେଳିବାର ଅନୁଭବ ନିଶ୍ଚିତ ଭାବରେ କୌଣସି ମଇଦାନ ତଥା ବଡ ବଡ ଟୁର୍ଣ୍ଣାମେଣ୍ଟରେ କାମରେ ଆସିବ । ଯାହା ଫଳରେ ଭାରତୀୟ କ୍ରିକେଟର ବିକାଶ ହେବାର ବହୁତ ସମ୍ଭାବନା ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଯଦି କୌଣସି ଯୁବ କ୍ରିକେଟରଙ୍କୁ ବିଦେଶରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ଦ୍ବାରା ତାର ବ୍ୟକ୍ତିଗତ ଭାବରେ ବିକାଶ ହେଉଛି ତାହେଲେ ଆମକୁ ଏମିତି କରିବା ଦରକାର । ମୋତେ ଲାଗୁଛି କି ଏହା ବହୁତ ମହତ୍ବପୂର୍ଣ୍ଣ ଅଟେ ଯାହା ଟିମ୍ ଇଣ୍ଡିଆ ୨୦୨୪ ବିଶ୍ବକପ ପୂର୍ବରୁ ସମସ୍ତ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ । ମେନ୍ ଇନ୍ ବ୍ଲୁକୁ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଦରକାର ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.