ETV Bharat / sports

IND vs Aus Test Series: ଫିଟନେସ ପରୀକ୍ଷାରେ ପାସ ଜାଡେଜା

author img

By

Published : Feb 3, 2023, 4:11 PM IST

ଫେବୃଆରୀ 9 ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର ଆସିଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ

ଫିଟନେସ ପରୀକ୍ଷାରେ ପାସ ଜାଡେଜା
IND vs Aus Test Series

ନୂଆଦିଲ୍ଲୀ: ପେବୃଆରୀ 9 ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟକ୍କର ଆରମ୍ଭ ହେବ । ଏହାପୂର୍ବରୁ ଭାରତ ପାଇଁ ଖୁସି ଖବର ଆସିଛି । ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟ ହୋଇଛନ୍ତି । ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜାଡେଜା । ଏହାପରେ ଦଳରେ ଯୋଗ ଦେଇଛନ୍ତି ଅଲରାଉଣ୍ଡର ଜାଡେଜା । ଗତବର୍ଷ ସେପ୍ଟେମ୍ବରରୁ ଆହତଜନିତ ସମସ୍ୟା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି ଜାଡେଜା ।

ଏହା ବି ପଢନ୍ତୁ...Tri-Series 2023: ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା, ଭାରତ ରନର୍ସଅପ

ଜାତୀୟ କ୍ରିକେଟ ଏକାଡେମୀ ପକ୍ଷରୁ ଜାଡେଜାଙ୍କୁ ଫିଟ ଘୋଷଣା କରାଯାଇଛି । ଏହା ସହିତ ଟେଷ୍ଟ ଦଳରେ ଯୋଗ ଦେବାକୁ ତାଙ୍କୁ ଅନୁମତି ମିଳିଛି । ଏହାର ଭିତରେ ଜାଡେଜା ନାଗପୁରରେ ଦଳରେ ଯୋଗ ଦେଇଛନ୍ତି । ଭାରତୀୟ ଦଳ ଆସନ୍ତାକାଲିଠୁ (ଶନିବାର) ଅଭ୍ୟାସ ଆରମ୍ଭ କରିବ । ପ୍ରାୟ 5 ମାସ ହେବ କ୍ରିକେଟରୁ ଦୂରରେ ଥିଲେ ଜାଡେଜା । ଗତ ଅଗଷ୍ଟରେ ଏସିଆ କପ୍‌ ସମୟରେ ଜାଡେଜା ଦୁବାଇ ଗସ୍ତ କରିଥିଲେ । ଏହି ସମୟରେ ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ସେପ୍ଟେମ୍ବରରେ ଅସ୍ତ୍ରୋପ୍ରଚାର କରିଥିଲେ । ସେବେଠୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି ଜାଡେଜା । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଘୋଷିତ ଟେଷ୍ଟ ଦଳରେ ଜାଡେଜାଙ୍କ ନାମ ଘୋଷଣା ହୋଇନଥିଲେ ବି ସିରିଜ ପୂର୍ବରେ ସେ ପିଟନେସ ଟେଷ୍ଟ ପାସ କରିଛନ୍ତି । ସିରିଜ ପୂର୍ବରୁ ଫିଟନେସ ରିପୋର୍ଟ ପ୍ରଦାନ କରିବାକୁ ଚୟନକର୍ତ୍ତା ନିର୍ଦ୍ଦେଶ ଦେଇଥିଲେ । ଜାଡେଜାଙ୍କ ସୁସ୍ଥ ଖବର ଦଳକୁ ବଳ ଯୋଗାଇବ । ସେପଟେ ଶ୍ରେୟାସ ଆୟର ସୁସ୍ଥ ହୋଇ ନାହାନ୍ତି । ଶ୍ରେୟସ ଆହତ ଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଛି ।

ଏହା ବି ପଢନ୍ତୁ...INDvs AUS Test Series: ବର୍ଡର-ଗାଭାସ୍କର ଟ୍ରଫି ଟକ୍କର, ପଡିଆରେ ଝାଳ ବୁହାଇଲେ ପୂଜାରା

ଜାଡେଜା ଭାରତ ପାଇଁ ଏପର୍ଯ୍ୟନ୍ତ 60ଟି ଟେଷ୍ଟ, 171ଟି ଦିନିକିଆ ଓ 63ଟି ଟି-ଟ୍ବେଣ୍ଟି ଖେଳିଛନ୍ତି । ଆହତରୁ ସୁସ୍ଥ ହେବା ପରେ ଜାନୁଆରୀ 24ରେ ସୌରାଷ୍ଟ୍ର ପାଇଁ ରଣଜୀ ମ୍ୟାଚ୍‌ ଖେଳିଥିଲେ । ତାମିଲନାଡ଼ୁ ବିପକ୍ଷ ମ୍ୟାଚରେ ସେ ପ୍ରଥମ ଇନିଂସରେ ଗୋଟିଏ ଓ ଦ୍ବିତୀୟ ଇନିଂସରେ 7ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ବ୍ୟାଟିଂରେ ପ୍ରଥମ ଇନିଂସରେ 23 ଓ ଦ୍ବିତୀୟ ଇନିଂସରେ 15ରନ କରିଥିଲେ । ବର୍ଡର ଗାଭାସ୍କର ଟ୍ରଫି ଟକ୍କର ପାଇଁ ନାଗପୁରରେ ପହଞ୍ଚିଛନ୍ତି କେଏଲ ରାହୁଲ ଓ ବିରାଟ କୋହଲି । ଏହି ଦୁଇ ଦିନ ମଧ୍ୟରେ ଅଭ୍ୟାସ କରିବ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.