ETV Bharat / sports

Cricket World Cup 2023: ୪୯ତମ ଦିନିକିଆ ଶତକକୁ ନେଇ ଭାବବିହ୍ବଳ ହେଲେ କୋହଲି, କହିଲେ ସଚିନ୍‌ ମୋ ହିରୋ

author img

By ETV Bharat Odisha Team

Published : Nov 5, 2023, 10:58 PM IST

ସଚିନ୍‌ଙ୍କ ଖେଳ ଟିଭିରେ ଦେଖି ଖେଳ ଶିଖିଥିଲେ । ଆଜି ସଚିନ୍‌ଙ୍କ ସମକକ୍ଷ ହୋଇ ଭାବବିହ୍ବଳ ହୋଇଛନ୍ତି ବିରାଟ କୋହଲି । କହିଲେ ସଚିନ୍‌ ମୋ ହିରୋ । ତାଙ୍କ ଠାରୁ ପ୍ରଶଂସା ପାଇବା ପ୍ରକୃତରେ ମୋ ପାଇଁ ବହୁତ । ଅଧିକ ପଢ଼ନ୍ତୁ

୪୯ତମ ଦିନିକିଆ ଶତକକୁ ନେଇ ଭାବବିହ୍ବଳ ହେଲେ କୋହଲି

କୋଲକାତା: ୩୫ତମ ଜନ୍ମଦିନକୁ ବେଶ ସ୍ମରଣୀୟ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ସେ ନିଜର ଦମଦାର ଫର୍ମରେ ରହିଥିବାବେଳେ କୋଲକାତାର ଇଡେନ ଗାର୍ଡେନ୍ସରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଦମଦାର ଶତକ ହାସଲ କରିଥିଲେ । ଏହା ଦିନିକିଆ କ୍ରିକେଟରେ ତାଙ୍କର ୪୯ତମ ଶତକ ଥିଲା । ଏହି ଶତକ ସହ ସେ ନିଜ ଆଦର୍ଶ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ତେବେ ଏହି ଶତକୀୟ ଇନିଂସ ପାଇଁ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ଆୱାର୍ଡ ପରେ ନିଜର ଐତିହାସିକ ଶତକକୁ ନେଇ ଭାବ ବିହ୍ବଳ ହୋଇ ପଡ଼ିଥିଲେ କୋହଲି ।

ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ବିତରଣ ଉତ୍ସବରେ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବିରାଟ କୋହଲି କହିଛନ୍ତି, "ଏହା ଏକ ବଡ ମ୍ୟାଚ୍‌ ଥିଲା । ଆମେ ଟୁର୍ଣ୍ଣାମେଣ୍ଟର ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳୁଥିଲୁ । ଏହା ବ୍ୟତୀତ ମୁଁ ମୋର ଜନ୍ମଦିନରେ ଖେଳୁଥିଲି, ସେଥିପାଇଁ ଏହା ମୋ ପାଇଁ ଏକ ଆତ୍ମବିଶ୍ବାସ ବଢାଇଥିଲା । ଆଜି ସକାଳ ଠାରୁ ଦିନଟି ମୋ ପାଇଁ ବେଶ ଉତ୍ସାହଭରା ରହିଥିଲା । ମୋର ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ମୋର ପ୍ରଶଂସକମାନେ କୌଣସି ସୁଯୋଗ ଛାଡି ନଥିଲେ । ମୁଁ ମୋର ଖେଳକୁ ବେଶ ଉପଭୋଗ କରୁଛି । ମୁଁ ଭଗବାନଙ୍କ ଆଶୀର୍ବାଦ ପାଇ ବେଶ ଖୁସି । ବିଗତ ବର୍ଷ ଗୁଡ଼ିକରେ ମୁଁ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରେ ମୁଁ ବହୁତ ଖୁସି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୪୯ତମ ଦିନିକିଆ ଶତକ ପାଇଁ କୋହଲିଙ୍କୁ ସଚିନଙ୍କ ଶୁଭେଚ୍ଛା, କହିଲେ ଶୀଘ୍ର ମୋ ରେକର୍ଡ ଭାଙ୍ଗ

ଏହାପରେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବା ଉପରେ ବିରାଟ କୋହଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ବିରାଟ କହିଛନ୍ତି, "ସଚିନ ତେନ୍ଦୁଲକର ମୋର ହିରୋ । ମୋ ହିରୋଙ୍କ ରେକର୍ଡ ସହ ସମାନ ହେବା ଏକ ବିଶେଷ ଅନୁଭବ । ସେ ଜଣେ ଭଲ ବ୍ୟାଟର, ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଜାଣେ ମୁଁ କେଉଁଠାରୁ ଆସିଛି । ମୋର ମନେ ଅଛି ସେହିଦିନ, ଯେତେବେଳେ ମୁଁ ମୋର ହିରୋ ସଚିନ୍‌ ତେନ୍ଦୁଲକରଙ୍କୁ ଟିଭିରେ ଦେଖୁଥିଲି । ତାଙ୍କ ରେକର୍ଡର ସମକକ୍ଷ ହୋଇ ତାଙ୍କଠାରୁ ପ୍ରଶଂସା ପାଇବା ପ୍ରକୃତରେ ମୋ ପାଇଁ ବହୁତ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜନ୍ମଦିନରେ ଇତିହାସ ରଚିଲେ ବିରାଟ, ୧୭୫ ପାଳି କମ ଖେଳି ହେଲେ ସଚିନଙ୍କ ସମକକ୍ଷ

ପ୍ରକାଶଯୋଗ୍ୟ, ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ କ୍ରିକେଟ ଜଗତର ବାଦଶାହ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଦିନିକିଆ କ୍ରିକେଟ୍‌ରେ ବିଶ୍ବକପ୍‌ ୨୦୨୩ ପୂର୍ବରୁ ୪୭ଟି ଶତକ ହାସଲ କରିନେଇଥିବା କୋହଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୮ତମ ଶତକ ହାସଲ କରିଥିଲେ । ଏହାପରେ ୪୯ତମ ଶତକ ପାଇଁ ତାଙ୍କୁ ୩ଟି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଆଉଟ୍ ହୋଇଥିଲେ ବିରାଟ କୋହଲି । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ତମ ଶତକ ହାସଲ କରି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ତେବେ ସଚିନଙ୍କ ଠାରୁ ୧୭୫ ପାଳି କମ ଖେଳି ୪୯ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସଚିନଙ୍କୁ ୪୯ତମ ଦିନିକିଆ ଶତକ ହାସଲ କରିବାକୁ ୪୬୨ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା । ହେଲେ କେବଳ ୨୮୯ତମ ପାଳିରେ ଏହି ରେକର୍ଡର ସମକକ୍ଷ ହୋଇପାରିଛନ୍ତି କିଙ୍ଗ୍‌ କୋହଲି । ଏହି ସଫଳତା ପରେ ନିଜେ ତେନ୍ଦୁଲକର ଏକ୍ସରେ ବିରାଟଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶୀଘ୍ର ଏହି ରେକର୍ଡ ଭାଙ୍ଗି ଆଗକୁ ବଢ଼ିବାକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.