ETV Bharat / sports

ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ଖେଳିବ ଚମ୍ପିଆନ୍ସ ଟ୍ରଫି

author img

By ETV Bharat Odisha Team

Published : Nov 7, 2023, 4:34 PM IST

ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଦମଦାର ପ୍ରଦର୍ଶନ ସହ ଇତିହାସ ରଚିଛି ଆଫଗାନିସ୍ତାନ । ପ୍ରଥମ ଥର ପାଇଁ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଆଫଗାନୀ ଦଳ । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ୨୦୨୫ ଖେଳିବ ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ

Afghanistan qualified for 2025 Champions Trophy
ପ୍ରଥମ ଥର ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କଲା ଆଫଗାନିସ୍ତାନ

ହାଇଦ୍ରାବାଦ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ବେଶ ଭଲ ପ୍ରଦର୍ଶନ କରିଛି । ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ପଏଣ୍ଟ୍ସ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ଆଫଗାନିସ୍ତାନ । ଦଳକୁ ଗତ ତିନୋଟି ମୁକାବିଲାରେ ହ୍ୟାଟ୍ରିକ୍‌ ବିଜୟ ମିଳିଛି । ତେବେ ଚଳିତ ବିଶ୍ବକପ୍‌ରେ ଏଭଳି ପ୍ରଦର୍ଶନ ସହ ଇତିହାସ ସୃଷ୍ଟି କରିଛି ଆଫଗାନୀ ଦଳ । ପ୍ରଥମ ଥର ପାଇଁ ଦଳ ଚମ୍ପିଆନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିଛି । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ଅଂଶ ଗ୍ରହଣ କରିବ ଆଫଗାନିସ୍ତାନ ଦଳ । ଏହା ଆଫଗାନିସ୍ତାନ କ୍ରିକେଟ୍‌ ଇତିହାସରେ ପ୍ରଥମ ।

ଚଳିତ ବିଶ୍ବକପ୍‌ରେ ପ୍ରଥମ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଥିଲା ଆଫଗାନିସ୍ତାନ । ଅକ୍ଟୋବର ୧୫ରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ୬୯ ରନରେ ହରାଇଥିଲା ହସମତୁଲ୍ଲା ଶାହିଦିଙ୍କ ଦଳ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୮୪ ରନ କରିଥିଲା ଆଫଗାନିସ୍ତାନ । ଜବାବରେ ଇଂଲଣ୍ଡକୁ କେବଳ ୨୧୫ ରନରେ ଅଟକାଇବାରେ ସକ୍ଷମ ହୋଇଥିଲା ଦଳର ସ୍ପିନ୍‌ ଆଟାକ୍‌ । ଏହାପରେ ଯଦିଓ କିଛି ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିଲା, ହେଲେ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ବିଜୟ ସହ ପୁଣି ବିପର୍ଯ୍ୟୟ ଘଟାଇଥିଲା ଆଫଗାନୀ ଦଳ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୨୮୨ ରନ ସ୍କୋର କରିଥିଲା । ଜବାବରେ କେବଳ ୨ ୱିକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ଆଫଗାନିସ୍ତାନ । ଏହାପରେ କ୍ରମାଗତ ଭାବେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡକୁ ହରାଇ ପଏଣ୍ଟ୍ସ ଟେବୁଲର ୬ଷ୍ଠ ସ୍ଥାନରେ ରହିବା ସହ ୨୦୨୫ ଚମ୍ପିଆନ୍ସ ଟ୍ରଫି ପାଇଁ ଏକ ପ୍ରକାର ଟିକେଟ୍‌ ନିଶ୍ଚିତ କରିଥିଲା ଆଫଗାନିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ...World cup 2023: ନା ଥିଲା ଷ୍ଟାଡିୟମ ନା ମିଳିଥିଲା ସମର୍ଥନ, ଏହା ପରେ ବି ଚମ୍ପିଆନ ଦଳକୁ ଧୂଳି ଚଟାଉଛି ଆଫଗାନିସ୍ତାନ

ସୋମବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ (କୋଟ୍‌ଲା) ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟ୍‌ରେ ପରାସ୍ତ କରିଛି ବାଂଲାଦେଶ । ଶ୍ରୀଲଙ୍କାର ପରାଜୟ ସହିତ ଆଫଗାନିସ୍ତାନ ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଆଧିକାରୀକ ଭାବେ ଯୋଗ୍ୟତା ଅର୍ଜନ କରିଛି । ଚମ୍ପିଆନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିବେ । ଆଇସିସି ଜାରି କରିଥିବା ନିୟମ ଅନୁଯାୟୀ ଦିନିକିଆ ବିଶ୍ବକପ୍‌ ୨୦୨୩ ପଏଣ୍ଟ୍ସ ଟେବୁଲରେ ଶୀର୍ଷ ୭ ସ୍ଥାନରେ ଅଭିଯାନ ଶେଷ କରିଥିବା ଦଳ ସିଧାସଳଖ ଭାବେ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିବେ । ସେହିଭଳି ଆୟୋଜକ ଅନୁସାରେ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.