ନୂଆଦିଲ୍ଲୀ: ଏସିସି ପୁରୁଷ ଏମର୍ଜିଂ ଏସିଆ କପରେ ଭାରତ-ଏ ଦଳ ଦମଦାର ପ୍ରଦର୍ଶନ କରିଛି । ଲଗାତାର ତୃତୀୟ ମୁକାବିଲା ଜିତି ସେମିଫାଇନାଲରେ ପ୍ରବେଶ କରିଛି ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ । ଅନ୍ତିମ ଲିଗ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରିଛି ଭାରତ । ସାଇ ସୁଦର୍ଶନ ଅପରାଜିତ ଶତକ ହାସଲ କରିବା ସହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦଳୀୟ ସ୍କୋର 45ରେ ଦଳର 3ଟି ୱିକେଟ ପତନ ହୋଇଥିଲା । ଓପନର ଫରହାନ 35 ରନ କରି ଆଉଟ ହୋଇଥିଲେ । ସୟମ ଆୟୁବ ଓ ଓମାର ୟୁସୁଫ ଖାତା ଖୋଲି ପାରିନଥିଲେ । ମଧ୍ୟଭାଗରେ କାସିମ ଆକ୍ରମ 48 ଓ ମୁବାସିର ଖାନା 28, ହସିବୁଲ୍ଲା ଖାନ 27 ରନ ଓ ମେହରାନ ମମତାଜ ଅପରାଜିତ 25 ରନ କରିଥିଲେ । ପାକିସ୍ତାନ-ଏ 205 ରନ କରିଥିଲା । ଭାରତ- ଏ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରଗେକର 5 ୱିକେଟ ଓ ମାନବ ସୁତାର 3ଟି ୱିକେଟ ନେଇଥିଲେ ।
-
For his unbeaten 💯 in the chase that powered India 'A' to a comfortable victory, Sai Sudarsan receives the Player of the Match award 👏🏻👏🏻
— BCCI (@BCCI) July 19, 2023 " class="align-text-top noRightClick twitterSection" data="
Scorecard - https://t.co/6vxep2BpYw #ACC#ACCMensEmergingTeamsAsiaCup pic.twitter.com/XibeaBbmlg
">For his unbeaten 💯 in the chase that powered India 'A' to a comfortable victory, Sai Sudarsan receives the Player of the Match award 👏🏻👏🏻
— BCCI (@BCCI) July 19, 2023
Scorecard - https://t.co/6vxep2BpYw #ACC#ACCMensEmergingTeamsAsiaCup pic.twitter.com/XibeaBbmlgFor his unbeaten 💯 in the chase that powered India 'A' to a comfortable victory, Sai Sudarsan receives the Player of the Match award 👏🏻👏🏻
— BCCI (@BCCI) July 19, 2023
Scorecard - https://t.co/6vxep2BpYw #ACC#ACCMensEmergingTeamsAsiaCup pic.twitter.com/XibeaBbmlg
206 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ-ଏ । ସାଇ ସୁଦର୍ଶନ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ । ଅଭିଷେକ 20 ରନ କରି ଆଉଟ ହୋଇଥିଲେ ମାତ୍ର ସାଇ ସୁଦର୍ଶନ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ନିକିନ ଜୋନ ଓ ସାଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିବା ପରେ ଦଳୀୟ ସ୍କୋର 157 ରନରେ ନିକିନି 53 ରନ କରି ଆଉଟ ହୋଇଥିଲେ । ସୁଦର୍ଶନଙ୍କୁ ଆଉଟ କରିବା ପାକ୍ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । 110 ବଲରେ ଅପରାଜିତ 104 ରନ କରି ଦଳକୁ ବିଜୀୟ କରାଇଥିଲା ସାଇ । ଅଧିନାୟକ ୟଶ ଧୂଳ ଅପରାଜିତ 21 ରନ କରିଥିଲେ ।
-
Make that 3️⃣ wins in a row for India 'A' in the #ACCMensEmergingTeamsAsiaCup!
— BCCI (@BCCI) July 19, 2023 " class="align-text-top noRightClick twitterSection" data="
A formidable eight-wicket win over Pakistan 'A' 👏🏻👏🏻
Scorecard - https://t.co/6vxep2BpYw #ACC pic.twitter.com/0iAiO8VkoY
">Make that 3️⃣ wins in a row for India 'A' in the #ACCMensEmergingTeamsAsiaCup!
— BCCI (@BCCI) July 19, 2023
A formidable eight-wicket win over Pakistan 'A' 👏🏻👏🏻
Scorecard - https://t.co/6vxep2BpYw #ACC pic.twitter.com/0iAiO8VkoYMake that 3️⃣ wins in a row for India 'A' in the #ACCMensEmergingTeamsAsiaCup!
— BCCI (@BCCI) July 19, 2023
A formidable eight-wicket win over Pakistan 'A' 👏🏻👏🏻
Scorecard - https://t.co/6vxep2BpYw #ACC pic.twitter.com/0iAiO8VkoY
ଏହା ବି ପଢନ୍ତୁ...Mens Emerging Asia Cup: ଭାରତ 'ଏ'ର ବିଜୟଧାରା ଜାରି, 9 ୱିକେଟରେ ହାରିଲା ନେପାଳ
ଏହା ବି ପଢନ୍ତୁ...Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା
ପ୍ରକାଶଥାଉ କି, ଏମର୍ଜିଂ ଏସିଆ କପରେ ୟୁଏଇ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ଭାରତ-ଏ' । ଏହି ମ୍ୟାଚରେ 8 ୱିକେଟରେ ବିଜୟ ହାସଲ କରିଥିବା ୟଶ ଧୂଳଙ୍କ ନେତୃତ୍ବାଧୀନ ଭାରତ-ଏ' ଦଳ । ଏହି ମୁକାବିଲାରେ ଅଧିନାୟକ ୟଶ ଧୂଳ ଦମଦାର ଇନିଂସ ଖେଳିଥିଲେ । 175ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ-ଏ' 8 ୱିକେଟରେ ୟୁଏଇକୁ ପରାସ୍ତ କରି ଜବରଦସ୍ତ ବିଜୟ ହାସଲ କରିଥିଲା । ୟଶ ଧୂଳ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ । ପରବର୍ତ୍ତୀ ମ୍ୟାଚରେ ନେପାଳକୁ 9 ୱିକେଟରେ ପରାସ୍ତ କରିଥିଲା ଭାରତ-ଏ ।
ଚଳିତ ପୁରୁଷ ଏମର୍ଜିଂ ଏସିଆ କପରେ 8ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଓମାନ ଏବଂ ଗ୍ରୁପ-ବି'ରେ ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ସାମିଲ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ 6 ପଏଣ୍ଟ ସହ ଗ୍ରୁପ ବି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ ।