ETV Bharat / sports

ଭାରତୀୟ ବୋଲରଙ୍କୁ ପାକିସ୍ତାନର ସମାଲୋଚନା, କହିଲେ ଆଫ୍ରିଦିଙ୍କ ଆଗରେ ବୁମରା କିଛି ନୁହେଁ

author img

By

Published : Jan 31, 2023, 10:11 PM IST

ସାହିନ ଆଫ୍ରିଦି ଏବଂ ଜଶପ୍ରିତ ବୁମରାଙ୍କ ପ୍ରଦର୍ଶନକୁ ନେଇ ତୁଳନା କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ୍ । ଅଧିକ ପଢନ୍ତୁ

ଜଶପ୍ରିତ ବୁମରା ଓ ସାହିନ ଆଫ୍ରିଦି
ଜଶପ୍ରିତ ବୁମରା ଓ ସାହିନ ଆଫ୍ରିଦି

ହାଇଦ୍ରାବାଦ : ଜଶପ୍ରିତ ବୁମରାଙ୍କ ତୁଳନାରେ ସାହିନ ଆଫ୍ରିଦି ଶ୍ରେଷ୍ଠ ଖେଳାଳି । ଏକଥା ଆମେ କହୁନୁ । ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ୍ । ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନର ଖେଳ ଓ ଖେଳାଳିକୁ ନେଇ ସବୁବେଳେ କ୍ରିକେଟ ମହଲରେ ଚର୍ଚ୍ଚା ଲାଗିଥାଏ । ପୂର୍ବରୁ ବାବର ଆଜମ ଓ ବିରାଟ କୋହଲି ମଧ୍ୟରେ କିଏ ଶ୍ରେଷ୍ଠ ନେଇ ଜୋରଦାର ସମାଲୋଚନା କରାଯାଇଥିବା ବେଳେ ସାହିନ ଆଫ୍ରିଦି ଏବଂ ଜଶପ୍ରିତ ବୁମରାଙ୍କ ପ୍ରଦର୍ଶନକୁ ନେଇ ତୁଳନା କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ୍ ।

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାଫ ସାହିନ ଆଫ୍ରିଦି ଏବଂ ଜଶପ୍ରିତ ବୁମରାଙ୍କ ମଧ୍ୟରେ ତୁଳନା କରି କହିଛନ୍ତି, ସାହିନ ଆଫ୍ରିଦି ଭାରତୀୟ ପାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କଠାରୁ ବହୁତ ଭଲ ବୋଲର । ସାହିନ ଆଫ୍ରିଦିଙ୍କ ପ୍ରଦର୍ଶନ ଏବଂ ପ୍ରତିଭା ଉଚ୍ଚକୋଟୀର । ଜଶପ୍ରିତ ବୁମରାଙ୍କଠାରେ ସାହିନ ଆଫ୍ରିଦିଙ୍କଠାରୁ କମ ପ୍ରତିଭା ରହିଛି । ବୁମରା ସାହିନଙ୍କ ଆଖପାଖରେ ମଧ୍ୟ ରହିପାରିବେ ନାହିଁ । ବୁମରାଙ୍କ ବିରୋଧରେ ଅବଦୁଲ ରଜାଫ ପ୍ରଥମ ଥର ପାଇଁ ଏଭଳି ବୟାନ ଦେଇନାହାନ୍ତି । ଏହା ପୂର୍ବରୁ ସେ ବୁମରାଙ୍କ ବାବଦରେ ଆଲୋଚନା କରି କହିଥିଲେ ଯେ ଗ୍ଲେନ ମ୍ୟାକଗ୍ରେଥ ଏହଂ ୱାସିମ ଆକ୍ରମଙ୍କ ଭଳି ମହାନ ବୋଲରଙ୍କ ବିପକ୍ଷରେ ମୁଁ ଖେଳିଛି । ବୁମରା ମୋ ସାମ୍ନାରେ ଏକ ପିଲା ବୋଲର ।

ଜଶପ୍ରିତ ବୁମରା ବର୍ଷ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏପର୍ଯ୍ୟନ୍ତ ସେ ୧୬୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି । ଏଥିରେ ୨୨.୪୮ ଏଭାରେଜ ସହିତ ୩୧୯ ଟି ୱିକେଟ ନେଇଛନ୍ତି । ସେହିପରି ସାହିନ ଆଫ୍ରିଦି ବର୍ଷ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏପର୍ଯ୍ୟନ୍ତ ସେ ୧୦୪ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି । ଯେଉଁଥିରେ ସେ ୨୩.୯୨ ଏଭାରେଜ ସହିତ ୨୧୯ ଟି ୱିକେଟ ନିଜ ନାମରେ କରିଛନ୍ତି ।

ଭାରତୀୟ ଷ୍ଟାର ଫାଷ୍ଟ ବୋଲର ଜଶପ୍ରିତ ବୁମରା ଆହତ କାରଣରୁ ଦୀର୍ଘ ଦିନ ଧରି କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି । ଆହତ ସମସ୍ୟା ନେଇ ସେ ଟି୨୦ ବିଶ୍ବକପ ମଧ୍ୟ ଖେଳିପାରିନଥିଲେ । ତାଙ୍କ ଫିଟ୍ ନେସକୁ ନେଇ ଏବେ ବି ଆଶଙ୍କାରେ ରହିଛି BCCI । ଏବେ NCA ହେପାଜାତରେ ବୁମରା ରହିଛନ୍ତି । ତେବେ ଚଳିତ ବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବୁମରାଙ୍କୁ ଫିଟ୍ ହେବା ଟିମ ଇଣ୍ଡିଆ ପାଇଁ ବହୁତ ଜରୁରୀ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.