ETV Bharat / sports

ଧୋନିଙ୍କ ଧୂଆଁଦାର ଫ୍ୟାନ, ହରିୟାଣାରୁ ଚାଲିଚାଲି ପହଞ୍ଚିଲେ ରାଞ୍ଚି - ଧୋନୀଙ୍କୁ ଭେଟିବାକୁ ହରିୟାଣାରୁ ରାଞ୍ଚି ପହଞ୍ଚିଲେ ଯୁବକ

ଭାରତ ଭଳି ଦେଶରେ କ୍ରିକେଟରଙ୍କୁ ଭଗବାନ ବୋଲି ମାନି ନିଅନ୍ତି ସେମାନଙ୍କ ଫ୍ୟାନ । ଧୋନିଙ୍କୁ ଭେଟିବାକୁ ହରିୟାଣାରୁ ଚାଲିଚାଲି ରାଞ୍ଚିରେ ପହଞ୍ଚିଛନ୍ତି ତାଙ୍କ ଫ୍ୟାନ । ଅଧିକ ପଢ଼ନ୍ତୁ...

ଧୋନିଙ୍କ ଧୂଆଁଦାର ଫ୍ୟାନ, ହରିୟାଣାରୁ ଚାଲିଚାଲି ରାଞ୍ଚି ପହଞ୍ଚିଲେ

author img

By

Published : Aug 15, 2021, 4:33 PM IST

ରାଞ୍ଚି: ମନରେ ଏକ ଦୃଢ଼ ପ୍ରତିଜ୍ଞା କରି ସେ ଘରୁ ବାହାରି ପଡ଼ିଥିଲେ । ହାତରେ ତ୍ରିରଙ୍ଗା, କାନ୍ଧରେ କ୍ରିକେଟ କିଟ୍ ଧରି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିବାକୁ ହରିୟାଣାରୁ ଚାଲିଚାଲି ବାହାରି ପଡ଼ିଥିଲେ ଅଜୟ ଗିଲ୍ । ଧୋନିଙ୍କୁ ଭେଟିବା ପାଇଁ ରାଞ୍ଚିରେ ପହଞ୍ଚିବାକୁ ଅଜୟଙ୍କୁ ଲାଗିଥିଲା ୧୬ ଦିନର ସମୟ । ହରିୟାଣାରୁ ୧୪୩୬ କିମି ଚାଲିବା ପରେ ରାଞ୍ଚିସ୍ଥିତ ଧୋନିଙ୍କ ଫାର୍ମହାଉସରେ ପହଞ୍ଚି ପାରିଛନ୍ତି ଅଜୟ । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ଧୋନି ରାଞ୍ଚିରେ ନାହାନ୍ତି । ସେ ଅବଶିଷ୍ଟ ଆଇପିଏଲ ମ୍ୟାଚ ପାଇଁ ଦୁବାଇ ଗସ୍ତରେ ଅଛନ୍ତି ।

"ହରିୟାଣାରୁ ଚାଲିଚାଲି ରାଞ୍ଚି ଆସିଲେ ହିଁ ଦେଖା ହୋଇ ପାରିବି ଧୋନି ସ୍ବପ୍ନରେ ଆସି କହିଲେ । ଏହାପରେ ମୁଁ ଆଉ ନିଜକୁ ରୋକି ପାରିଲି ନାହିଁ ।" ରାଞ୍ଚିରେ ଧୋନିଙ୍କ ଫାର୍ମ ହାଉସରେ ପହଞ୍ଚିବା ପରେ ଏହା କହିଛନ୍ତି ଅଜୟ ଗିଲ । କ୍ରିକେଟରେ ନିଜ କ୍ୟାରିଅର ଗଢ଼ିବାକୁ ଚାହୁଁଛନ୍ତି ଅଜୟ । ଏଥିପାଇଁ ସେ ଧୋନିଙ୍କ ଆଶିର୍ବାଦ ନେବାକୁ ପହଞ୍ଚିଥିଲେ । ବର୍ତ୍ତମାନ ସେ ଦ୍ବାଦଶ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାପରେ ଏକ ସେଲୁନରେ କାମ କରୁଛନ୍ତି ।

"ଧୋନିଙ୍କୁ ଭେଟିବା ପାଇଁ ମୁଁ ୧୪୩୬ କିମି ଚାଲିକି ଆସିଛି । ମୋ ସହ ଧୋନି କଣ ୫ ମିନିଟ କଥା ହୋଇ ପାରିବେ ନାହିଁ" ବୋଲି କହିଛନ୍ତି ଅଜୟ । ଶନିବାର ଦିନ ଧୋନିଙ୍କ ଏଭଳି ଜଣେ ଫ୍ୟାନଙ୍କୁ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଧୋନିଙ୍କ ଏଭଳି ଫ୍ୟାନଙ୍କୁ ଦେଖିବାକୁ ମିଳିନାହିଁ । ଏହାପୂର୍ବରୁ ମଧ୍ଯ ଧୋନିଙ୍କ ପାଇଁ ତାଙ୍କ ଫ୍ୟାନଙ୍କ ଏଭଳି ଭଲପାଇବା ଦେଖିବାକୁ ମିଳିଛି । ଗତ ୨୦୧୩ ମସିହାରେ ଉତ୍ତରପ୍ରଦେଶ ସାହାରନପୁରର ରବୀନ୍ଦ୍ର ସାଇନି ନିଜ ଦୋକାନ ବିକ୍ରି କରି ଧୋନିଙ୍କୁ ଭେଟିବାକୁ ରାଞ୍ଚି ଚାଲି ଆସିଥିଲେ ।

ଧୋନି ରବୀନ୍ଦ୍ରଙ୍କୁ ନିଜ ଫାର୍ମ ହାଉସରେ ଗାର୍ଡ ଚାକିରୀ ଦେଇଥିଲେ । ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ରବୀନ୍ଦ୍ର ଧୋନିଙ୍କ ଫାର୍ମହାଉସରେ ଗାର୍ଡ ଭାବରେ କାମ କରିଥିଲେ । ତେବେ ଏହାପରେ ରବୀନ୍ଦ୍ରଙ୍କ ମାଆଙ୍କ ଦେହ ଖରାପ ରହିବାକୁ ସେ ପୁନଃ ଉତ୍ତରପ୍ରଦେଶ ଫେରିବାକୁ ବାଧ୍ୟ ହୋଇଥିଲେ ।

ତେବେ ହରିୟାଣାରୁ ଚାଲିଚାଲି ରାଞ୍ଚି ପହଞ୍ଚିଥିବା ଅଜୟ ଗିଲଙ୍କୁ ବର୍ତ୍ତମାନ ଧୋନିଙ୍କୁ ଭେଟିପାରିବା ଅସମ୍ଭବ । ଧୋନିଙ୍କୁ ଭେଟିବାକୁ ହେଲେ ଅଜୟଙ୍କୁ ଆଇପିଏଲ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.