ETV Bharat / sports

2025 Champions Trophy; ପାକିସ୍ତାନରେ ଭାରତ ଖେଳିବା ନେଇ ଏମିତି କହିଲେ କ୍ରୀଡ଼ାମନ୍ତ୍ରୀ - minister Anurag Thakur statement

୨୦୨୫ରେ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ । ତେବେ ଏଥିରେ ଭାରତ ଭାଗ ନେବ କି ନାହିଁ ତାହା ବର୍ତ୍ତମାନ ଏକ ଆଲୋଚନାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

2025 champions trophy to be held in pakistan, minister Anurag Thakur clarified about indias participation
୨୦୨୫ ଚମ୍ପିଆନ୍ସ ଟ୍ରଫିରେ ଭାରତ ଭାଗ ନେବା ନେଇ ଦ୍ବନ୍ଦ, ଏହା କହିଲେ କ୍ରୀଡ଼ାମନ୍ତ୍ରୀ
author img

By

Published : Nov 18, 2021, 3:41 PM IST

Updated : Nov 18, 2021, 4:10 PM IST

ନୂଆଦିଲ୍ଲୀ: ପ୍ରାୟ ୨୯ ବର୍ଷ ପରେ ପାକିସ୍ତାନରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ଆଗାମୀ ୧୦ ବର୍ଷ ପାଇଁ କେଉଁ ଦେଶ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ ତାହାର ଚୂଡ଼ାନ୍ତ ସୂଚୀ ପ୍ରସ୍ତୁତ କରିଛି ଆଇସିସି (ICC) । ଏହି କ୍ରମରେ ୨୦୨୫ରେ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ । ତେବେ ଏଥିରେ ଭାରତ ଭାଗ ନେବ କି ନାହିଁ ତାହା ବର୍ତ୍ତମାନ ଏକ ଆଲୋଚନାର ବିଷୟ ପାଲଟିଛି ।

ଏହାକୁ ନେଇ କିଛି ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, "ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବ କି ନାହିଁ ତାହା ସମୟ ଆସିଲେ ନିଷ୍ପତ୍ତି ନିଆଯିବ । ସେଠାରେ ସୁରକ୍ଷାକୁ ନେଇ ନାନା ସମସ୍ୟା ରହିଛି । ନିକଟ ଅତୀତରେ କିଛି ଅନ୍ତର୍ଜାତୀୟ ଦଳ ପାକିସ୍ତାନ ସହ ଶୃଙ୍ଖଳା ବାତିଲ କରି ଫେରିଯାଇଛନ୍ତି । କିଛି ଆସିବା ପୂର୍ବରୁ ହିଁ ଶୃଙ୍ଖଳା ବାତିଲ କରିଛନ୍ତି । ଏସବୁ ବିଷୟରେ ସେହି ସମୟରେ ନିଷ୍ପତ୍ତି ନିଆଯିବ ।"

୨୦୦୯ ମସିହାରେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଫଳରେ ସେହି ଦିନଠାରୁ ଅଧିକ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ କରିପାରିନାହିଁ ପାକିସ୍ତାନ । ଅଧିକାଂଶ ସମୟରେ ଦୁବାଇ ଷ୍ଟାଡିୟମକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଛି ପାକିସ୍ତାନ । ତାଛଡ଼ା କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ କରିନାହନ୍ତି । ଶେଷ ଥର ପାଇଁ ୧୯୯୬ରେ ଭାରତ ଓ ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ବିଶ୍ବକପ୍‌ ଆୟୋଜନ କରିଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଭଲ ନାହିଁ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା କୌଣସି ଦ୍ବପାକ୍ଷିକ ସିରିଜ ମଧ୍ୟ ଖେଳାଯାଉନାହିଁ । ତେବେ ୨୦୨୫ ଚମ୍ପିଆନ୍ସ ଟ୍ରଫି(champions trophy)ରେ ଭାରତ ଭାଗ ନେବ କି ନାହିଁ ସେନେଇ ଠିକଣା ସମୟରେ ନିଷ୍ପତ୍ତି ନିଆଯିବ । ଏହି ନିଷ୍ପତ୍ତି ବେଳେ ଗୃହମନ୍ତ୍ରାଳୟର ସମ୍ପୃକ୍ତି ରହିବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 18, 2021, 4:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.