ETV Bharat / sports

2022 CWG Cricket Competition: ଗୋଟିଏ ସ୍ଥାନ ୫ ଟିମ ଦାବିଦାର - ବର୍ମିଂହାମ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା

ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ICC ରାଜ୍ୟଗୋଷ୍ଠୀ କ୍ରୀଡା କ୍ରିକେଟ ପ୍ରତିଯୋଗିତା ବର୍ମିଂହାମ ୨୦୨୨ର ଯୋଗ୍ୟତା ପର୍ଯ୍ୟାୟ । ଅଧିକ ପଢନ୍ତୁ

2022 CWG cricket competition: Five teams to compete for lone remaining slot
2022 CWG cricket competition: ଗୋଟିଏ ସ୍ଥାନ ୫ ଟିମ ଦାବିଦାର
author img

By

Published : Jan 17, 2022, 5:28 PM IST

କ୍ବାଲା ଲମପୁର: ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ICC ରାଜ୍ୟଗୋଷ୍ଠୀ କ୍ରୀଡା କ୍ରିକେଟ ପ୍ରତିଯୋଗିତା ବର୍ମିଂହାମ ୨୦୨୨ର ଯୋଗ୍ୟତା ପର୍ଯ୍ୟାୟ । ପୂର୍ବରୁ ୭ଟି ଟିମ ଯୋଗ୍ୟତା ହାସଲ କରିଥିବାବେଳେ, ବାକିଥିବା ଗୋଟିଏ ସ୍ଥାନ ପାଇଁ ୫ଟି ଟିମ- ବାଂଲାଦେଶ, କେନିୟା, ମାଲେସିୟା, ସ୍କଟଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଲଢେଇ ହେବ । ରାଉଣ୍ଡ-ରବିନ ଟି-୨୦ ଟୁର୍ନାମେଣ୍ଟରେ ଶେଷ ଟିମ ନିର୍ଣ୍ଣୟ ହେବ । ପୂର୍ବରୁ ଯୋଗ୍ୟତା ହାସଲ କରିସାରିଥିବା ଟିମ ଗୁଡିକ ହେଉଛି-- ଅଷ୍ଟ୍ରେଲିଆ, ବାର୍ବୋଡସ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା । ଜାନୁଆରୀ ୧୮ରେ ବାଂଲାଦେଶ ଓ ମାଲେସିୟା ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: ସଫଳ ଟେଷ୍ଟ ଅଧିନାୟକ ଭାବେ କୋହଲିଙ୍କ ପ୍ରଶଂସାରେ ବଲିଉଡ ଜଗତ

ଏପ୍ରିଲ ୧, ୨୦୨୧ ସୁଦ୍ଧା ଆୟୋଜକ ଇଂଲଣ୍ଡ ଓ ICC ମହିଳା ଟି-୨୦ ରାକିଂରେ ଥିବା ୬ଟି ଉଚ୍ଚ ମାନ୍ୟତା ICC ସଦସ୍ୟ ସିଧାସଳଖ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୱେଷ୍ଟଇଣ୍ଡିଜ ପାଇଁ ଥିବା ସ୍ଥାନରେ ବାର୍ବୋଡସକୁ ସାମିଲ କରାଯାଇଛି । ମହିଳା କ୍ରିକେଟ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବାକୁ ଯାଉଛି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ଇତିହାସରେ ଦ୍ବିତୀୟ ଥର କ୍ରିକେଟ ପ୍ରତିଯୋଗିତା ଦେଖିବାକୁ ମିଳିବ । ପୂର୍ବରୁ ବର୍ଷ ୧୯୯୮ରେ କ୍ବାଲାଲମପୁରରେ ପୁରୁଷ କ୍ରିକେଟ ଟିମ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।

ମ୍ୟାଚ୍‌ ସୂଚୀ: ଜାନୁଆରୀ ୧୮- ମାଲେସିୟା ବନାମ ବାଂଲାଦେଶ ଓ ଶ୍ରୀଲଙ୍କା ବନାମ ସ୍କଟଲାଣ୍ଡ; ଜାନୁଆରୀ ୧୯- କେନିୟା ବନାମ ବାଂଲାଦେଶ ଓ ସ୍କଟଲାଣ୍ଡ ବନାମ ମାଲେସିୟା; ଜାନୁଆରୀ ୨୦- କେନିୟା ବନାମ ଶ୍ରୀଲଙ୍କା; ଜାନୁଆରୀ ୨୨- ସ୍କଟଲାଣ୍ଡ ବନାମ କେନିଆ ଓ ଶ୍ରୀଲଙ୍କା ବନାମ ମାଲେସିୟା; ଜାନୁଆରୀ ୨୩- ବାଂଲାଦେଶ ବନାମ ସ୍କଟଲାଣ୍ଡ ଓ ମାଲେସିୟା ବନାମ କେନିୟା; ଜାନୁଆରୀ ୨୪- ବାଂଲାଦେଶ ବନାମ ଶ୍ରୀଲଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.