ETV Bharat / sports

2011 World Cup Final: ୧୧ବର୍ଷ ତଳେ ଯେବେ ମାହି ମାରିଥିଲେ ବିଜୟର ଛକା

author img

By

Published : Apr 2, 2022, 7:15 PM IST

ଭାରତୀୟ କ୍ରିକେଟ ଇତିହାସରେ ଏପ୍ରିଲ ୨, ୨୦୧୧ ଏକ ସ୍ମରଣୀୟ ଦିନ । ଧୋନିଙ୍କ ବିଜୟର ଛକା ସହିତ ପୂରଣ ହୋଇଥିଲା, କୋଟି କୋଟି ଭାରତୀୟଙ୍କ କ୍ରିକେଟ'ର ଭଗବାନ ସଚିନ ତେନ୍ଦୁଲକରଙ୍କ ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ । ଅଧିକ ପଢନ୍ତୁ

2011 World Cup Final: 11 years ago, billion dreams were fulfilled with Dhoni's 'magnificent strike'
2011 World Cup Final: ୧୧ବର୍ଷ ତଳେ ଯେବେ ମାହି ମାରିଥିଲେ ବିଜୟର ଛକା

ନୂଆଦିଲ୍ଲୀ: ଏପ୍ରିଲ ୨, ଭାରତୀୟ କ୍ରିକେଟ ପାଇଁ ଆଜିର ଏକ ସ୍ବତନ୍ତ୍ର ଦିନ । ଆଜି ଦିନରେ ଇତିହାସ ରଚିଥିଲା ଟିମ ଇଣ୍ଡିଆ । ଏଥିସହ କୋଟିକୋଟି ଭାରତୀୟଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଥିଲା । ''ଧୋନି ନିଜ ଷ୍ଟାଇଲରେ ଶେଷକଲେ । ଦର୍ଶକଙ୍କ ମଧ୍ୟକୁ ଜବରଦସ୍ତ ପ୍ରହାର । ୨୮ ବର୍ଷ ପରେ ଭାରତ ଉଠାଇଲା ବିଶ୍ବକପ ।''(dhoni finishes off in style. A magnificent strike into the crowd ! India lift the World Cup after 28 Years) ୨୦୧୧ କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କାର ନୂଆନ କୁଳଶେକରାଙ୍କୁ ଏକ ବିରାଟ ଛକା ମାରି ୱିକେଟ କିପର ବ୍ୟାଟ୍‌ର ମହେନ୍ଦ୍ର ସିଂହ ଧୋନି ଭାରତକୁ ବିଜୟୀ କରାଇବା ପରେ ଏହି ଶବ୍ଦ ସବୁ ତତ୍କାଳୀନ ଭାରତୀୟ କ୍ରିକେଟ ଭାଷ୍ୟକାର ତଥା ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଥିଲେ । ଏହାପରେ ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମର ହଜାର ହଜାର ଦର୍ଶକଙ୍କ ସମେତ ଖୁସିରେ ନାଚି ଉଠିଥିଲା ସାରାଭାରତ ।

ଅଗଣିତ ଭାରତୀୟଙ୍କ ପାଇଁ କୁଳଶେକରାଙ୍କୁ ଧୋନି ଛକା ମାରିବାର ଦୃଶ୍ୟ ଅନେକଙ୍କ ପାଇଁ ଏବେବି ଅଭୁଲା । ସେହି ବିଜୟ ମୂହୂର୍ତ୍ତ ସ୍ମୃତି ଭାବେ ଏବେବି ସତେଜ ରହିଛି । ଏହା ଏପରି ଏକ ମୂହୂର୍ତ୍ତ ଥିଲା ଯାହାକୁ କେବଳ ନିଜ ଜୀବନକାଳ ମଧ୍ୟରେ ଅନେକ ଭାରତୀୟଙ୍କ ପାଇଁ ଭୁଲିବା କଷ୍ଟକର ନଥିଲା ବରଂ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଦୀର୍ଘଦିନର ବିଶ୍ବକପ ଟ୍ରଫି ବିଜୟ ସ୍ବପ୍ନ ପୂରଣ ହୋଇଥିଲା । କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ ବିଶ୍ବକପ ଟ୍ରଫି ଉଠାଇବାକୁ ୨୨ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ତେବେ ନିଜର ହୋମ ଗ୍ରାଉଣ୍ଡ୍‌ରେ ବର୍ଷ ୨୦୧୧ ଏପ୍ରିଲ ୨ରେ ଏହି ସ୍ବପ୍ନ ସତ ହୋଇଥିଲା ।

ଭାରତ ପ୍ରଥମ ବିଶ୍ବକପ କପିଳ ଦେବଙ୍କ ନେତୃତ୍ବରେ ବର୍ଷ ୧୯୮୩ରେ ଜିତିଥିଲା । ଏହାପରେ ୨୦୧୧ ପର୍ଯ୍ୟନ୍ତ ଟ୍ରଫି ବିଜେତା ହୋଇପାରି ନଥିଲା । ଧୋନିଙ୍କ ନେତୃତ୍ବରେ ୨୦୧୧ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ କେବଳ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ମାତ୍ର ମ୍ୟାଚ୍‌ରେ ପରାଜିତ ହୋଇଥିଲା । ସେମିଫାଇନାଲ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ସହ ଫାଇନାଲ ଖେଳିଥିଲା ।

ଫାଇନାଲ ମୁକାବିଲା ଖେଳାଯାଇଥିବା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ କୌଣସି ସିଟ୍‌ ଖାଲି ନଥିଲା । ଭାରତୀୟ ପ୍ରଂଶସକରେ ଭରି ରହିଥିଲା ସଂପୂର୍ଣ୍ଣ ଷ୍ଟାଡିୟମ । ଐତିହାସିକ ୱାଙ୍ଖଡେ ଷ୍ଟାଡିୟମ ଏକ ନୀଳ ସମୁଦ୍ର ଭଳି ଦୃଶ୍ୟମାନ ହେଉଥିଲା । ଅବଶିଷ୍ଟ ଭାରତ TV ସାମ୍ନାରେ ଭାରତର ବିଜୟ ପ୍ରତୀକ୍ଷାରେ ରହିଥିଲା । ଭେଟେରାନ କୁମାର ସାଙ୍ଗାକାରାଙ୍କ ନେତୃତ୍ବରେ ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ଭାରତ ସାମ୍ନାରେ ୨୭୫ ରନ୍‌ର ଲକ୍ଷ୍ୟ ରଖିବା ପରେ ବିଶ୍ବକପ ବିଜୟୀ ହେବା ନେଇ ଦାବିଦାର ମନେକରାଯାଉଥିଲା । ମାହେଲା ଜୟବର୍ଦ୍ଧନେ ୮୮ ବଲ୍‌ରୁ ଦମଦାର ଶତକୀୟ ଇଂନିସ ଖେଳିଥିଲେ ।

ତେବେ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ ଲଙ୍କା ସ୍ପିଡଷ୍ଟାର ଲସିଥ ମାଲିଙ୍ଗା । ବିରେନ୍ଦ୍ର ସେହ୍ବାଗ ଓ ସଚିନ ତେନ୍ଦୁଲକରଙ୍କୁ ଶୀଘ୍ର ଆଉଟ୍‌ ହେବାପରେ ଭାରତୀୟ ଶିବିରରେ ନିରାଶ ଖେଳିଯାଇଥିଲା । ମାତ୍ର ଫାଇନାଲ ମୁକାବିଲାରେ ବିଜୟର ନାୟକ ସାଜିଥିଲେ ଗୌତମ ଗମ୍ଭୀର । ୯୭ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ଦିଲ୍ଲୀ କ୍ରିକେଟର ଗମ୍ଭୀର । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅପରାଜିତ ୯୧ ରନ୍‌ର ଦମଦାର ଇଂନିସ ଖେଳି ଭାରତକୁ ବିଜୟୀ କରାଇଥିଲେ । ୨୮ ବର୍ଷ ପରେ ବିଶ୍ବ ଚାମ୍ପିୟନ ହୋଇଥିଲା ଭାରତ । ଧୋନି ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଓ ଯୁବରାଜ ସିଂହ ପ୍ଳେଆର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।

ଧୋନିଙ୍କ ବ୍ୟାଟ୍‌ରୁ ବିଜୟ ସଟ୍‌ ଦେଖିବା ମାତ୍ରେ ତେନ୍ଦୁଲକର ଖୁସିରେ କାନ୍ଦି ପକାଇଥିଲେ । ପରେ କ୍ୟାନସର ସହିତ ଲଢି ମଧ୍ୟ ଯୁବରାଜ ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳିଥିବା ଜଣାପଡିଥିଲା । ସଂପୂର୍ଣ୍ଣ ଟିମ ସଚିନଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମ ସାରା ସଚିନଙ୍କୁ ବୁଲାଇଥିଲେ । ଭାରତୀୟ କ୍ରିକେଟ ଇତିହାସରେ ଏପ୍ରିଲ ୨, ୨୦୧୧ ଏକ ସ୍ମରଣୀୟ ଦିନ ହୋଇ ସର୍ବଦା ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.