ETV Bharat / sports

Skyଙ୍କ ପ୍ରଶଂସା କଲେ କପିଲ ଦେବ, କହିଲେ ଶତାବ୍ଦୀରେ ଥରେ ଜନ୍ମ ହୁଅନ୍ତି ଏମିତି ଖେଳାଳି

author img

By

Published : Jan 9, 2023, 6:07 PM IST

Skyଙ୍କ ୨୦୨୩ ବର୍ଷ ଆରମ୍ଭରୁ ଦ୍ରୁତ ଶତକ ହାସଲ ପରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏଭଳି ଖେଳାଳି ଶତାବ୍ଦୀରେ ଥରେ ଜନ୍ମ ହୁଅନ୍ତି । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ ଓ କପିଲ ଦେବ
ସୂର୍ଯ୍ୟକୁମାର ଯାଦବ ଓ କପିଲ ଦେବ

ହାଇଦ୍ରାବାଦ: ୨୦୨୩ ବର୍ଷ ଆରମ୍ଭରୁ ଦ୍ରୁତ ଶତକ ହାସଲ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି Sky । ଭାରତୀୟ କ୍ରିକେଟର ହିସାବରେ ସୂର୍ଯ୍ୟକୁମାର ଯାଦବ ଏବର୍ଷର ପ୍ରଥମ ଶତକୀୟ ଇନିଂସ ଖେଳିଛନ୍ତି । Skyଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବା ପରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏଭଳି ଖେଳାଳି ଶତାବ୍ଦୀରେ ଥରେ ଜନ୍ମ ହୁଅନ୍ତି । ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ମାତ୍ର ୪୫ ବଲରେ ଦ୍ରୁତ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଛକା ସହିତ ୧୧୨ ରନ କରି ଅପରାଜିତ ରହିଥିଲେ । ଏବର୍ଷ ଆରମ୍ଭରୁ Sky ତାଙ୍କ ବ୍ୟାଟିଂର ତେଜ ଦେଖାଇଛନ୍ତି । ଏନେଇ ୧୯୮୩ ମସିହାର ବିଶ୍ବକପ ବିଜେତା ତଥା ପୂର୍ବତନ ଅଧିନାୟକ କପିଲ ଦେବ Skyଙ୍କ ତୁଳନା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ, ବିରାଟ କୋହଲି ଏବଂ ରିକି ପଣ୍ଟିଂଙ୍କ ଭଳି ଲିଜେଣ୍ଡ କ୍ରିକେଟରଙ୍କ ସହିତ କରିଛନ୍ତି ।

କପିଲ ଦେବ ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରି କହିଛନ୍ତି, "ତାଙ୍କ ଇନିଂସର ପ୍ରଶଂସା କରିବାକୁ ମୋ ପାଖରେ ଯଥେଷ୍ଟ ଶବ୍ଦ ନାହିଁ । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ତାଙ୍କ ପାଳି ଅବର୍ଣ୍ଣନୀୟ । ବାସ୍ତବରେ ସେ ଜଣେ ପ୍ରତିଭାବାନ ବ୍ୟାଟର । ସେ ଫାଇନ ଲେଗ ଉପରେ ସଟ୍ ମାରିଥାନ୍ତି । ଏହା ଦ୍ବାରା ବୋଲର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି । କାରଣ ସେ କ୍ରିଜ ଉପରେ ଠିଆ ହୋଇ ମିଡ ଅନ ଏବଂ ମିଡ ୱିକେଟ ଉପରେ ଛକା ସଟ୍ ମାରିପାରନ୍ତି । ଏହି ସଟ୍ ବୋଲରଙ୍କ ଲାଇନ ଏବଂ ଲେନ୍ଥକୁ ପ୍ରଭାବିତ କରେ । ଖାଲି ସେତିକି ନୁହେଁ, ବୋଲରଙ୍କୁ ଏହା ଭାବିବା ପାଇଁ ମଜବୁତ କରିଥାଏ କି ସେ ଆଗକୁ କିଭଳି ବୋଲିଂ କରିବା ଦରକାର । ସୂର୍ଯ୍ୟକୁମାରଙ୍କ ଏଭଳି ସଟ୍ ବେଶ୍ ଆକର୍ଷିତ କରିଥାଏ । ଡିଭିଲିୟର୍ସ, ଭିଭିଆନ୍ ରିଚାର୍ଡସ, ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରିକି ପଣ୍ଟିଂଙ୍କ ଭଳି ମହାନ କ୍ରିକେଟ ଦେଖିଛି । ହେଲେ ବହୁତ କମ କ୍ରିକେଟର ଏଭଳି ବଲକୁ ହିଟ କରିପାରନ୍ତି । ସୂର୍ଯ୍ୟକୁମାରଙ୍କ ଭଳି ଖେଳାଳି ଶତାବ୍ଦୀରେ ଥରେ ଜନ୍ମ ନିଅନ୍ତି ।"

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତ ବିଶାଳ ୨୨୯ ରନର ଟାର୍ଗେଟ ଦେଇଥିଲା । ଏହି ବିଶାଳ ଟାର୍ଗେଟକୁ ହାସଲ କରିବାକୁ ବିଫଳ ରହିଥିଲା ସିଂହଳୀ ଟିମ୍ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ୧୬.୪ ଓଭରରେ 137 ରନରେ ଅଲଆଉଟ ହୋଇଥିଲା ଶ୍ରୀଲଙ୍କା । ଫଳରେ ମେନ୍ ଇନ୍ ବ୍ଲୁ ୨-୧ ରେ ସିରିଜ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.