ETV Bharat / sports

CWG 2022: ଭାରତ ପାକିସ୍ତାନ ମ୍ୟାଚ ନେଇ 12 ଲକ୍ଷ ଟିକେଟ୍‌ ବିକ୍ରି

author img

By

Published : Jul 20, 2022, 9:52 AM IST

ବର୍ମିଂହାମରେ ଆସନ୍ତା ଜୁଲାଇ 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି କମନୱେଲଥ ଗେମ୍ସ । ଏଥିରେ ଭାରତୀୟ କ୍ରିକେଟ ମହିଳା ଦଳ ଏବଂ ପାକିସ୍ତାନ କ୍ରିକେଟ ମହିଳା ଦଳ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

CWG 2022 : ଭାରତ ପାକିସ୍ତାନ ମ୍ୟାଚ ନେଇ 12 ଲକ୍ଷ ଟିକେଟ ବିକ୍ରି

ହାଇଦ୍ରାବାଦ: ବର୍ମିଂହାମରେ ଆସନ୍ତା ଜୁଲାଇ 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି କମନୱେଲଥ ଗେମ୍ସ । ଏଥିରେ ଭାରତୀୟ କ୍ରିକେଟ ମହିଳା ଦଳ ଏବଂ ପାକିସ୍ତାନ କ୍ରିକେଟ ମହିଳା ଦଳ ପରସ୍ପରକୁ ଭେଟିବେ । ଭାରତ ପାକିସ୍ତାନ ମଧ୍ୟରେ ଜୁଲାଇ 31ରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ ପାଇଁ ଷ୍ଟାଡିୟମରେ 12 ଲକ୍ଷ ଟିକେଟ ବିକ୍ରି ସରିଥିବା ନେଇ ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି । ଏନେଇ ଏବେଠୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବର୍ମିଂହାମରେ ଅନେକ ଭାରତାୟୀ ଓ ପାକିସ୍ତାନ ଲୋକ ରହୁଛନ୍ତି ।

ପାକିସ୍ତାନ ଭାରତର ପାରମ୍ପାରିକ ପ୍ରତିଦ୍ବନ୍ଦୀ । ତେଣୁ ଉଭୟ ଭାରତ ପାକିସ୍ତାନ ମହିଳା କ୍ରିକେଟ ଦଳ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରୀଡା ପ୍ରେମୀ । ଏହା ସହିତ ବର୍ମିଂହାମ ସ୍ଥାନୀୟ ଜନତା ମଧ୍ୟ ଭାରତ ପାକିସ୍ତାନ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମ୍ୟାଚ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ବର୍ମିଂହାମ୍ ଗେମ୍ସ ସିଇଓ ଇୟାନ୍ ରିଡ୍ କହିଛନ୍ତି ଯେ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଟିକେଟ୍ ବିକ୍ରି ହୋଇସାରିଛି । ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଖଚାଖଚ ଦର୍ଶକରେ ଭରି ରହିବ ଷ୍ଟାଡିୟମ୍ ।

ସେ ଆହୁରି କହିଛନ୍ତି, 'ମୁଁ ନିଜେ କ୍ରିକେଟର ଜଣେ ପ୍ରଶଂସକ । ଭାରତ ଏବଂ ପାକିସ୍ତାନ ଦଳ ଗୋଟିଏ ଗ୍ରୁପରେ ଅଛନ୍ତି, ତେଣୁ ଏଠାରେ ଥିବା ଲୋକମାନେ ସେହି ମ୍ୟାଚ୍ ପାଇଁ ବହୁତ ଆଗ୍ରହୀ । ନିକଟରେ ଭାରତୀୟ ପୁରୁଷ ଦଳ ବର୍ମିହାମରେ ଖେଳି ଶେଷ କରିଛି ଏବଂ ବର୍ତ୍ତମାନ ଏହି ମ୍ୟାଚ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.