ETV Bharat / sports

ଦୁର୍ଘଟଣା ପରେ ପନ୍ତଙ୍କ ପାଖରେ ପ୍ରଥମେ ପହଁଞ୍ଚିଥିଲେ ଏହି ବ୍ୟକ୍ତି, ଦେଇଥିଲେ ପେନ୍‌ କ୍ଲିୟର ଇଞ୍ଜେକସନ

author img

By

Published : Dec 30, 2022, 6:26 PM IST

ମନୁ କୁମାର ନାମକ ଜଣେ ଫର୍ମାସିଷ୍ଟ ଯିଏ କି ୧୦୮ ଆମ୍ବୁଲାନ୍ସ ସେବାରେ କାମ କରନ୍ତି । ସିଏ ପ୍ରଥମେ ଘଟଣା ସ୍ଥଳରେ ପହଁଞ୍ଚି ପନ୍ତଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଅଧିକ ପଢନ୍ତୁ

ଦୁର୍ଘଟଣା ପରେ ପନ୍ତଙ୍କ ପାଖରେ ପ୍ରଥମେ ପହଁଞ୍ଚିଥିଲେ ଏହି ବ୍ୟକ୍ତି

ଡେରାଡୁନ: ଋଷଭ ପନ୍ତଙ୍କ ସ୍ବାସ୍ଥାବସ୍ଥା ବର୍ତ୍ତମାନ ସ୍ଥିର ରହଛି । ତାଙ୍କୁ ଡେରାଡୁନ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପନ୍ତଙ୍କୁ ଘଟଣା ସ୍ଥଳରୁ ମେଡିକାଲ ଆଣିଥିବା ପ୍ରଥମ ବ୍ୟକ୍ତି ଥିଲେ ମନୁ କୁମାର । ମନୁ କୁମାର ଜଣେ ଫର୍ମାସିଷ୍ଟ ସହିତ ସେ ୧୦୮ ଆମ୍ବୁଲାନ୍ସ ସେବାରେ କାମ କରନ୍ତି । ମନୁ କୁମାର ଇଟିଭି ଭାରତକୁ କହିଛନ୍ତି " ମୋତେ ସକାଳ ୫.୨୮ ସମୟର ଜଣେ ଫ୍ୟାକ୍ଟ୍ରି କର୍ମଚାରୀଙ୍କ ଫୋନ ଆସିଥିଲା । ସେ କହିଥିଲେ ମହମ୍ମଦପୁର ପାଖରେ ଦୁର୍ଘଟଣା ଘଟିଛି ଜଲଦି ସେଠାକୁ ଆସନ୍ତୁ ।"

"ମୁଁ 7 ରୁ ୮ ମିନିଟ ଭିତରେ ଘଟଣା ସ୍ଥଳରେ ପହଁଞ୍ଚିଥିଲି । ସେଠାରେ ଯାଇ ଦେଖିଥିଲି ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ତାଙ୍କୁ କାରରୁ ବାହାର କରିବା ବେଳେ ତାଙ୍କର କପଡା ଚିରି ଯାଇଥିଲା । ଘଟଣାସ୍ଥଳରେ ଥିବା ଲୋକମାନଙ୍କ ସହ ପନ୍ତଙ୍କୁ ଷ୍ଟ୍ରେଚର ଦ୍ବାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଆମେ ତାଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲୁ । ସିଏ ହୋସ୍‌ରେ ଥାଇ ମଧ୍ୟ କଥା କହିବା ଅବସ୍ଥାରେ ନଥିଲେ । ଏହା ପରେ ପେନ୍‌ କ୍ଲିୟର ଇଞ୍ଜେକସନ ଲଗାଯିବା ପରେ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥିଲା ।"

"ଆମେ ତାଙ୍କର ଫଟୋ ନେବାକୁ ଚେଷ୍ଟା କରିଥିଲୁ । ହେଲେ ପନ୍ତ ଏନେଇ ମନା କରି ଦେଇଥିଲେ । ଏହା ପରେ ଆମେ ତାଙ୍କୁ କହିଥିଲୁ କି ତାଙ୍କ ପରିବାର ସଦସ୍ୟ କିମ୍ବା ସାଙ୍ଗ ସାଥୀମାନଙ୍କର ନମ୍ବର ଦିଅନ୍ତୁ । ଆମେ ତାଙ୍କୁ ଆପଣଙ୍କ ଦୁର୍ଘଟଣା ବାବଦରେ ଜଣାଇବୁ । ପନ୍ତ କହିଥିଲେ କି ତାଙ୍କୁ କେବଳ ତାଙ୍କ ମାଙ୍କ ନମ୍ବର ମନେ ରହିଥିଲା । ଆମେ ତାଙ୍କ ମାଙ୍କୁ ଫୋନ ମାଧ୍ୟମରେ ଘଟଣା ବାବଦରେ ଜଣାଇଥିଲୁ । ଏହା ପରେ ତାଙ୍କ ପରିବାରବର୍ଗ ଡାକ୍ତରଖାନାରେ ପହଁଞ୍ଚିଥିଲେ । ଆମେ ଋଷଭ ପନ୍ତଙ୍କୁ ପଚାରିଥିଲୁ କି ଦୁର୍ଘଟଣା କିପରି ହେଲା, ପନ୍ତ କହିଥିଲେ ଡ୍ରାଇଭିଂ ସମୟରେ ତାଙ୍କୁ ନିଦ ଲାଗି ଯାଇଥିଲା ଯେଉଁ କାରଣରୁ ତାଙ୍କ କାର ଡିଭାଇଡରରେ ପିଟି ହୋଇ ଯାଇଥିଲା । ପନ୍ତଙ୍କ ବେକରେ ତାଙ୍କର ଲକି ଲକେଟ ରହିଥିଲା । ଯାହା ପୋଲିସକୁ ହସ୍ତାନ୍ତର କରାଯାଇଛି ।"

ସେପଟେ ଋଷଭ ପନ୍ତଙ୍କ ଚୋରି ହୋଇଥିବା ବ୍ୟାଗ ଉଦ୍ଧାର ହୋଇଛି । ଜଣେ ବସ ଡ୍ରାଇଭର ବ୍ୟାଗକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେଥିରେ ଟଙ୍କା ସହିତ ପନ୍ତଙ୍କର କିଛି ଅନ୍ୟାନ୍ୟ ଜିନିଷ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.