ହାଇଦ୍ରାବାଦ: ଓଡିଆ ପୁଅଙ୍କ କମାଲ୍ । ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ଡବଲ୍ସ ଫାଇନାଲରେ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଯୋଡି ସ୍ବର୍ଣ୍ଣ ଜିଣିଛନ୍ତି ।
ଶନିବାର ରାତିରେ ପାରା ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପ୍ର ଡବଲ୍ସ ଫାଇନାଲରେ ପ୍ରମୋଦ ଭଗତ ଓ ତାଙ୍କ ସହ ଖେଳାଳୀ ମନୋଜ ସରକାର ନିଜ ଦେଶର ବିପକ୍ଷ ପ୍ରତିଦ୍ବନ୍ଦୀ ତରୁଣ ଓ ନିତେଶ ଯୋଡିକୁ ପରାସ୍ତ କରିଛନ୍ତି । ଫାଇନାଲରେ ପ୍ରମୋଦଙ୍କ ଯୋଡି 14-21,21-15,21-16 ସେଟ୍ରେ ବିଜୟ ହାସଲ କରିଛନ୍ତି ।
ଏପଟେ ସିଙ୍ଗଲ୍ସ ଇଭେଣ୍ଟରେ ପ୍ରମୋଦ ଭଗତ ଆଜି ଫାଇନାଲ ମ୍ୟାଚ ଖେଳିବେ । ଆଜି ସ୍ବର୍ଣ୍ଣ ଜିତିଲେ ସିଧାସଳଖ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବେ ପ୍ରମୋଦ ।