ବାସେଲ: ବିଡବ୍ଲୁଏଫ ବିଶ୍ବ ଚାମ୍ପିଆନସିପ୍-2019 ଆଜି ଠାରୁ ବାସେଲ ଠାରେ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସାଇନା, ପି.ଭି ସିନ୍ଧୁ ଓ ଶ୍ରୀକାନ୍ତଙ୍କ ଖେଳ ଉପରେ ସମସ୍ତଙ୍କ ନଜର ରହିବ । ସାଇନା ଓ ସିନ୍ଧୁ ବଶ୍ବ ଚାମ୍ପିଆନସିପ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । କିନ୍ତୁ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇ ନାହାଁନ୍ତି ।
ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଏହି ଖେଳାଳୀମାନେ ଇତିହାସ ରଚିବାର ସୁଯୋଗ ରହିଛି । ତେବେ ଆଜି ପ୍ରଥମ ଦିନରେ ଭାରତର 4ଟି ପୁରୁଷ ସିଙ୍ଗଲ ଓ ଗୋଟିଏ ମହିଳା ଡବଲ୍ସ ମ୍ୟାଚ ଖେଳାଯିବ ।
ପୁରୁଷ ସିଙ୍ଗଲ ବର୍ଗରେ ସମୀର ବର୍ମା, ଏଚଏସ ପ୍ରାଣୟ ଓ ବି.ସାଇ ପ୍ରଣୀତଙ୍କ କ୍ରୀଡା ଅନୁଭବ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ।