ହାଇଦ୍ରାବାଦ: ମୁହଁରେ ଦୃଢ ଆତ୍ମବିଶ୍ବାସର ହସ ଓ କୋଟି ଭାରତୀୟଙ୍କ ବିଜୟର ଆଶାକୁ ନେଇ ସେ ପହଞ୍ଚନ୍ତି ବ୍ୟାଡମିଣ୍ଟନ କୋର୍ଟରେ । ଅଲମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ରୌପ୍ୟ ପଦକ ଜିତି ସେ ଦେଶ ପାଇଁ ଆଣିଛନ୍ତି ଅନେକ ଗୌରବ। ସେ ଆଉ କେହି ନୁହଁନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପଦ୍ମ ବିଭୂଷଣ, ପ୍ରଦ୍ମ ଭୂଷଣ, ପଦ୍ମଶ୍ରୀ ପର୍ଶୁଳା ଭେଙ୍କଟ ସିନ୍ଧୁ ।
5 ଜୁଲାଇ 1995ରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ପିଭି ସିନ୍ଧୁ । ପିତା ପିଭି ରମଣ ଓ ମା ପି ବିଜୟା ଉଭୟ ଅନ୍ତର୍ଜାତୀୟ ଭଳିବଲ ଖେଳାଳି ରହିଛନ୍ତି । ପିତା ପିଭି ରମଣ ମଧ୍ୟ ଅର୍ଜୁନ ଆୱାର୍ଡରେ ହୋଇଛନ୍ତି ସମ୍ମାନିତ । ବ୍ୟାଡମିଣ୍ଚନ ଗୁରୁ ପୁଲେଲା ଗୋପୀଚାନ୍ଦଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଥିଲେ ସିନ୍ଧୁ । ଆଉ ତା ପରେ ଗୋପିଚାନ୍ଦଙ୍କୁ ଗୁରୁ ମାନି ରାକେଟକୁ ହାତରେ ଧରି ବ୍ୟାଡମିଣ୍ଚନକୁ ବାଛିନେଇଥିଲେ ନିଜ କ୍ୟାରିୟର ଭାବେ ।

ମାତ୍ର 8ବର୍ଷ ବୟସରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରନ୍ତି ସିନ୍ଧୁ । ରାତି 3.30ରୁ ଉଠି 56 କିଲୋମିଟର ଯାତ୍ରା କରି ବ୍ୟାଡମିଣ୍ଟନ ଏକାଡେମୀରେ ପହଞ୍ଚି 4.40ରେ ଆରମ୍ଭ ହୁଏ ଅଭ୍ୟାସ । ପରେ ପୁଣି ଘରକୁ 8.30 ସୁଦ୍ଧା ଫେରି ସ୍କୁଲକୁ ଯିବାକୁ ପଡୁଥିଲା ।ଏହାଥିଲା ସିନ୍ଧୁଙ୍କ ନିତିନିକିଆ କାର୍ଯ୍ୟକ୍ରମ । ସେହି ଏକାଡେମୀରେ ପଡିଥିଲା ବିଶ୍ବ ଚମ୍ପିଆନ ହେବାର ମୂଳଦୂଆ । ତେବେ ସିନ୍ଧୁଙ୍କ ପ୍ରଥମ କୋଚ ରହିଛନ୍ତି ମହମବୁବ ଅଲ୍ଲି । ନିରନ୍ତର ପରିଶ୍ରମ ସିନ୍ଧୁଙ୍କୁ ଗଢିତୋଳିଛି ସଫଳ ବ୍ୟାଡମିଣ୍ଟନ ଖେଳାଳି ।

ନଜର ପକାନ୍ତୁ ସିନ୍ଧୁଙ୍କ ସ୍ବର୍ଣ୍ଣିମ ସଫଳତା ସଫଳତା ଉପରେ :
2016ରେ ରିଓ ଅଲମ୍ପିକରେ ସିଲଭଲ ମେଡାଲ ।
2011ରେ କମନୱେଲ୍ଥ ୟୁଥ ଗେମ୍ସରେ ଗୋଲ୍ଡ ମେଡାଲ ।
2014 କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଚ ମେଡାଲ ।
2014ରେ ଏସିଆ ଚମ୍ପିଆନସିପରେ ବ୍ରୋଞ୍ଚ ମେଡାଲ ।
2019(ବିଶଲ) ବିଶ୍ବ ଚମ୍ପିଆନସିପରେ ଗୋଲ୍ଡ ମେଡାଲ ।
2020ରେ ଭାରତ ସରକାରଙ୍କ ପକ୍ଷରୁ ସିନ୍ଧୁଙ୍କୁ ମିଳିଛି ପଦ୍ମ ଭୂଷଣ ସମ୍ମାନ ।
2016ରେ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡରେ ହୋଇଛନ୍ତି ସମ୍ମାନିତ ।
2015ରେ ମିଳିଛି ପଦ୍ମଶ୍ରୀ ସମ୍ମାନ ।
2013ରେ ମାତ୍ର 18 ବର୍ଷ ବୟସରେ ମିଳିଛି ଅର୍ଜୁନ ଆୱାର୍ଡ ।
ପରିଶ୍ରମ ସହ ପ୍ରତିବଦ୍ଧତା ନାରୀକୁ କରିପାରେ ବିଶ୍ବବିଜେତା । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପିଭି ସିନ୍ଧୁ । ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ସବୁ ଭାରତୀୟ ମହିଳାଙ୍କ ପାଇଁ ପ୍ରେରଣା ନିଶ୍ଚିନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ