ନୂଆଦିଲ୍ଲୀ: ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପରୁ ବାଦ ପଡିବା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡା ଚମ୍ପିଆନ ପାରୁପଲ୍ଲୀ କଶ୍ୟପ । ହାଇଦ୍ରାବାଦରେ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀରେ ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପ ଚାଲୁରହିଛି । ଅଲମ୍ପିକ ପ୍ରସ୍ତୁତି କରୁଥିବା ଦେଶର 8 ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଏହି କ୍ୟାମ୍ପରେ ସାମିଲ କରାଯାଇଛି । ମାତ୍ର ପାରୁପଲ୍ଲୀଙ୍କୁ ସାଲ କରାଯାଇନାହିଁ ।
ଫଳରେ ଅଲମ୍ପିକ ଆଶାବାଦୀ ଭାବେ ମାତ୍ର 8ଜଣରେ ସୀମିତ ରଖିବା ଯୁକ୍ତିଯୁକ୍ତ ନୁହେଁ ବୋଲି ପାରୁପଲ୍ଲୀ କହିଛନ୍ତି ।
33 ବର୍ଷୀୟ ବ୍ୟାଡମିଣ୍ଟନ ଷ୍ଟାର ପୂର୍ବରୁ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 6ନଂ ସ୍ଥାନରେ ରହିସାରିଛନ୍ତି । ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବାକୁ ତାଙ୍କ ପାଖେ ଏବେବି ସୁଯୋଗ ରହିଛି । ମାତ୍ର ଅଭ୍ୟାସ ଆରମ୍ଭ ପାଇଁ ଅନୁମତି ନମିଳିଥିବାରୁ ଉପାୟଶୂନ୍ୟ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।
ବି ସାଇ ପ୍ରଣୀଥ ଓ କିଦାମ୍ବି ଶ୍ରୀକାନ୍ତଙ୍କ ପରେ ବିଶ୍ବମାନ୍ୟତାରେ 23ତମ ସ୍ଥାନରେ ରହିଛନ୍ତି ପାରୁପଲ୍ଲୀ । ମାତ୍ର କେଉଁ କାରଣରୁ ତାଙ୍କୁ କ୍ୟାମ୍ପରୁ ବାଦ ପଡିଛନ୍ତି ଏନେଇ ସେ ପ୍ରଶ୍ନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ