ନୂଆଦିଲ୍ଲୀ: ବାତିଲ ହେଲା ଇଣ୍ଡିଆ ଓପନ ଓ ହାଇଦ୍ରାବାଦ ଓପନ ସୁପର 100 ଟୁର୍ଣ୍ଣାମେଣ୍ଟ । ଏନେଇ ସୋମବାର ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF) ଘୋଷଣା କରିଛି । ଟୋକିଓ ଅଲମ୍ପିକ୍ସର ଅନ୍ୟତମ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଥିଲା ଇଣ୍ଡିଆ ଓପନ । ଦିଲ୍ଲୀରେ କୋଭିଡ-19 ସ୍ଥିତି ସଙ୍ଗୀନ ଥିବା କାରଣରୁ ଏପ୍ରିଲ ମାସରେ ହେବାକୁ ଥିବା ଏହି ଇଭେଣ୍ଟ ସ୍ଥଗିତ ରହିଥିଲା ।
ହାଇଦ୍ରାବାଦ ଓପନ ସୁପର 100 ଟୁର୍ଣ୍ଣାମେଣ୍ଟ ମଧ୍ୟ BWF ବାତିଲ କରିଛି । ଏଥିସହ ପରବର୍ତ୍ତୀ 6 ମାସ ମଧ୍ୟରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ମଧ୍ୟ ଯୋଜନା କରୁଛି ବୋର୍ଡ ।
ଟୋକିଓ ଅଲମ୍ପିକ 2020 ପୂର୍ବରୁ ପରବର୍ତ୍ତୀ ର୍ୟାକିଂ ସାଇକେଲ ମଧ୍ୟ ପ୍ରକାଶିତ ହେବ ବୋଲି BWF ସ୍ପଷ୍ଟ କରିଛି ।
ଚଳିତ ବର୍ଷ ହେବାକୁ ଥିବା ଦୁଇ ପ୍ରମୁଖ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସୁଦିରମାନ କପ୍ ଫାଇନାଲ 2021 ଓ HSBC BWF ୱାର୍ଲ୍ଡ ଟୁର୍ ଫାଇନାଲ 202 ଟୁର୍ଣ୍ଣାମେଣ୍ଟ ଚାଇନାରୁ ସ୍ଥାନାନ୍ତର ହୋଇଛି । ସୁଦିରମାନ କପ୍ ଫାଇନାଲ 2021 ଭାନ୍ତାରେ ଖେଳାଯିବାକୁ ସ୍ଥିର ହୋଇଥିବାବେଳେ, ଇଣ୍ଡୋନେସିଆର ବାଲିରେ ୱାର୍ଲ୍ଡ ଟୁର୍ ଫାଇନାଲ ଆୟୋଜିତ ହେବ । ଏନେଇ ସୋମବାର BWF ସୋମବାର ଘୋଷଣା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ