ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ: ବିଶ୍ବ ମାନ୍ୟତାର 2ନଂ ଖେଳାଳିଙ୍କୁ ହରାଇ ସେମିରେ ସିନ୍ଧୁ

author img

By

Published : Aug 23, 2019, 8:23 PM IST

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ସେମିଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ବିଶ୍ବ ମାନ୍ୟତାର 2ନଂ ସ୍ଥାନରେ ଥିବା ତାଇ ଜୁ ୟିଙ୍ଗଙ୍କୁ, ସିନ୍ଧୁ 12-21, 32-21, 21-19 ସେଟରେ ମାତ ଦେଇଛନ୍ତି  ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Media_SAI)

ହାଇଦ୍ରାବାଦ: ଟୋକିଓରେ ଖେଳାଯାଉଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ସେମିଫାଇନାଲରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ମାତ୍ର 10 ମିନିଟରେ କ୍ବାଟରଫାଇନାଲ ମ୍ୟାଚକୁ ଜିତିନେଇଛନ୍ତି ସିନ୍ଧୁ । ବିଶ୍ବ ମାନ୍ୟତାର 2ନଂ ସ୍ଥାନରେ ଥିବା ତାଇ ଜୁ ୟିଙ୍ଗଙ୍କୁ, ସିନ୍ଧୁ 12-21, 32-21, 21-19 ସେଟରେ ମାତ ଦେଇଛନ୍ତି ।

ପ୍ରଥମ ମ୍ୟାଚରେ ଏକଦା 4-11ରେ ପଛରେ ରହିଥିଲେ ସିନ୍ଧୁ । ପରେ 9-14 ରେ ପଛରେ ରହି 12-21 ବଡ ଅନ୍ତରରେ ପ୍ରଥମ ମ୍ୟାଚ ହାରିଥିଲେ । ପରବର୍ତ୍ତୀ 2ଟି ମ୍ୟାଚ ଜିତି ସେମିଫାଇନାଲ ଟିକେଟ ହାତେଇଥିଲେ ସିନ୍ଧୁ । ଗୋଟିଏ ସମୟରେ 8-8, 12-12ରେ ପଏଣ୍ଟ ବରାବର ରହିଥିଲା । ତେବେ 18-16ରେ ପରେ ଆଗୁଆ ହୋଇଥିଲେ ସିନ୍ଧୁ ।

ଏହି ବିଜୟ ସହ ସିନ୍ଧୁ ତାଇ ଜୁ ୟିଙ୍ଗଙ୍କ ସହ ନିଜ ପ୍ରଦର୍ଶନ 5-10 କରିଛନ୍ତି । ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ 2017 ଓ 2018ରେ ରୌପ୍ୟ ଓ 2014ରେ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.