ETV Bharat / sports

Indonesia Masters: ଦମଦାର ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଲକ୍ଷ

author img

By

Published : Nov 16, 2021, 6:47 PM IST

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 2021ର ଦ୍ବିତୀୟ ରାଉଣ୍ଡରେ ପିଭି ସିନ୍ଧୁ ଓ ଲକ୍ଷ ସେନ୍‌ । ଅଧିକ ପଢନ୍ତୁ...

Sindhu, Lakshya advance to second round of Indonesia Masters
Indonesia Masters: ଦମଦାର ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଲକ୍ଷ

ବାଲି(ଇଣ୍ଡୋନେସିଆ): ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ( Indonesia Masters badminton tournament ୨୦୨୧)ରେ ଭାରତୀୟ ଡବଲ ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଓ ଲକ୍ଷ ସେନ୍‌ଙ୍କ ଦମଦାର ପ୍ରଦର୍ଶନ । ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଜବରଦସ୍ତ ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛି ଉଭୟ ସିନ୍ଧୁ ଓ ସେନ୍‌ ।

ଶେଷ ଥର ଫ୍ରେଞ୍ଚ୍‌ ଓପନ(French Open) ସେମିଫାଇନାଲରେ ଆକ୍ସନରେ ନଜର ଆସିଥିବା ସିନ୍ଧୁ, ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଥାଇଲାଣ୍ଡର ସୁପାନିଦା କାଟେଥଙ୍ଗଙ୍କୁ ୨୧-୧୫, ୨୧-୧୯ ସେଟ୍‌ରେ ହରାଇଛନ୍ତି । ୪୩ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ ସିନ୍ଧୁ ।

ବିଶ୍ବ ଚମ୍ପିଆନ ସିନ୍ଧୁ ରାଉଣ୍ଡ ୧୬ ମ୍ୟାଚ୍‌ରେ ସ୍ପେନର କ୍ଳାରା ଆଜୁରମେନ୍ଦିଙ୍କୁ ଭେଟିବେ ।

ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଲକ୍ଷ ସେନ ବିଶ୍ବ ବ୍ୟାଡମିଣ୍ଚନ ମାନ୍ୟତାର ୧୦ନମ୍ବର ଖେଳାଳି ଜାପାନର କାନ୍ତା ସୁନେୟାମାଙ୍କୁ ପ୍ରଥମ ରାଉଣ୍ଡରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଆକ୍ରମଣାତ୍ମକ ରଣନୀତି ସହ ସେନ୍‌ ୨୧-୧୭, ୧୮-୨୧, ୨୧-୧୭ ସେଟ୍‌ରେ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍କୁ ସେନ୍‌ ଜିତିବା ପରେ ଦ୍ବିତୀୟ ସେଟ୍‌ରେ କମବ୍ୟାକ୍‌ କରିଥିଲେ ସୁନେୟାମା । ତେବେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ବାଜିମାତ କରିଥିଲେ ଭାରତୀୟ ସର୍ଟଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.