ବ୍ୟାଙ୍କକ୍: ଥାଇଲାଣ୍ଡ ଓପନ ସୁପର 1000ରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଅଭିଯାନ ଶେଷ ହୋଇଛି । ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ପରାସ୍ତ ହେବାପରେ ଏହି ଦୁଇ ଖେଳାଳିଙ୍କ ବିଜୟୀ ପ୍ରଦର୍ଶନରେ ବ୍ରେକ ଲାଗିଛି ।
-
HIGHLIGHTS | Quick-fire men’s doubles as 🇲🇾 Chia/Soh put 🇮🇳 Rankireddy/Shetty through their paces 🏸#HSBCbadminton #BWFWorldTour #ToyotaThailandOpen pic.twitter.com/bNO3mace5a
— BWF (@bwfmedia) January 23, 2021 " class="align-text-top noRightClick twitterSection" data="
">HIGHLIGHTS | Quick-fire men’s doubles as 🇲🇾 Chia/Soh put 🇮🇳 Rankireddy/Shetty through their paces 🏸#HSBCbadminton #BWFWorldTour #ToyotaThailandOpen pic.twitter.com/bNO3mace5a
— BWF (@bwfmedia) January 23, 2021HIGHLIGHTS | Quick-fire men’s doubles as 🇲🇾 Chia/Soh put 🇮🇳 Rankireddy/Shetty through their paces 🏸#HSBCbadminton #BWFWorldTour #ToyotaThailandOpen pic.twitter.com/bNO3mace5a
— BWF (@bwfmedia) January 23, 2021
ବିଶ୍ବ ମାନ୍ୟତାର 10ନଂ ସ୍ଥାନରେ ଥିବା ଭାରତୀୟ ଯୋଡି, 9 ନଂ ସ୍ଥାନରେ ଥିବା ମାଲେସିଆର ଆରୋନ ଚିଆ ଓ ସୋ ଓଇଙ୍କ ଠାରୁ 18-21 ଓ 18-21 ସେଟ୍ରେ ପରାସ୍ତ ହୋଇଛନ୍ତି । 35 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ଦୁଇଟି ସେଟ୍ରେ ପରାସ୍ତ ହେବାପରେ ଫାଇନାଲ ଆଶା ମଉଳିଯାଇଥିଲା ।
ପୂର୍ବରୁ ଏହି ଭାରତୀୟ ଯୋଡି 2018 ଓ 2019ରେ ସୁପର 1000 ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଥିଲେ ।
ଏହି ଯୋଡି ଥାଇଲାଣ୍ଡରେ ପ୍ରଥମ ସୁପର 500 ଟାଇଟେଲ ହାସଲ କରିବା ସହ 2019ରେ ଫ୍ରେଞ୍ଚ ଓଫନ ସୁପର 750 ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ