ETV Bharat / sports

ରୋନାଲ୍ଡୋ, ଫେଡେରର୍ ଓ ସେରେନାଙ୍କଠୁ ପାଉଛି ପ୍ରେରଣା: ସିନ୍ଧୁ

author img

By

Published : Jul 21, 2021, 9:04 PM IST

"ରୋନାଲ୍ଡୋ, ଫେଡେରର୍ ଓ ସେରେନା ୱିଲୟମସ୍ ମୋ ଆଦର୍ଶ ।" ଏହା କହିଛନ୍ତି ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଟେନିସ ତାରକା ପିଭି ସିନ୍ଧୁ । ଅଧିକ ପଢ଼ନ୍ତୁ...

ରୋନାଲ୍ଡୋ, ଫେଡେରର୍ ଓ ସେରେନାଙ୍କଠୁ ପାଉଛି ପ୍ରେରଣା: ସିନ୍ଧୁ
ରୋନାଲ୍ଡୋ, ଫେଡେରର୍ ଓ ସେରେନାଙ୍କଠୁ ପାଉଛି ପ୍ରେରଣା: ସିନ୍ଧୁ

ଟୋକିଓ: "ରୋନାଲ୍ଡୋ, ଫେଡେରର୍ ଓ ସେରେନା ୱିଲୟମସ୍ ମୋ ଆଦର୍ଶ ।" ଏହା କହିଛନ୍ତି ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଟେନିସ ତାରକା ପିଭି ସିନ୍ଧୁ । ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଦମଦାର ପ୍ରଦର୍ଶନ କରି ପଦକ ହାସଲ କରିବା ଆଶାରେ ରହିଛନ୍ତି ପିଭି ସିନ୍ଧୁ ।

ଜୁଲାଇ ୨୫ ତାରିଖରୁ ପିଭି ସିନ୍ଧୁ ନିଜର ଅଲମ୍ପିକ୍ସ ଯାତ୍ରା ଆରମ୍ଭ କରିବେ । ଏହାପୂର୍ବରୁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ନିଜ ଆଦର୍ଶମାନଙ୍କ ବିଷୟରେ ଆଲୋଚନା କରିଛନ୍ତି ପିଭି ସିନ୍ଧୁ । ପର୍ତ୍ତୁଗାଲ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡ ହେଉଛନ୍ତି ପିଭି ସିନ୍ଧୁଙ୍କ ଜଣେ ଆଦର୍ଶ ।

ଏହାକୁ ନେଇ ପିଭି ସିନ୍ଧୁ କହିଛନ୍ତି ଯେ, "ତାଙ୍କୁ ନେଇ ମୋ ପାଖରେ କିଛି ଶବ୍ଦ ନାହିଁ । ତାଙ୍କ ଖେଳିବା ଶୈଳୀ ଅତ୍ୟନ୍ତ ଚିତ୍ତାକର୍ଷକ । ନିଜ ଖେଳରେ ଉନ୍ନତି ଆଣିବା ପାଇଁ ସେ ଯେଭଳି କଷ୍ଟ କରନ୍ତି ତାହା କାହାକୁ କହିବା ଆବଶ୍ୟକ ନାହିଁ ।"

ଏହାସହ ଟେନିସ ତାରକା ସେରେନା ୱିଲିୟମ୍ସ ଓ ରୋଜର ଫେଡେରରଙ୍କୁ ମଧ୍ୟ ନିଜ ଆଦର୍ଶ ବୋଲି ମାନନ୍ତି ପିଭି ସିନ୍ଧୁ । ଏହାକୁ ନେଇ ସେ କହିଛନ୍ତି ଯେ, "ସେରେନା ୱିଲିୟମ୍ସଙ୍କ ବୟସ ୩୯ ବର୍ଷ । ସେ ବର୍ତ୍ତମାନ ସୁଦ୍ଧା ୨୩ଟି ଗ୍ରାଣ୍ଡ ସ୍ଲାମ ଜିତି ସାରିଛନ୍ତି । ଜଣେ ମହିଳା ଭାବରେ ସେ କିଛି କମ ସଂଘର୍ଷ କରି ନାହାନ୍ତି । ଜଣେ ଟେନିସ ଖେଳାଳି ହୁଅନ୍ତୁ ଜଣେ ମାଆ ଭାବରେ, ସେରେନା ସବୁକ୍ଷେତ୍ରକୁ ଆପଣାଇ ନେଇଛନ୍ତି । ସେହିଭଳି ରୋଜର ଫେଡେରର ମଧ୍ୟ ୩୯ ବର୍ଷ ବୟସରେ ବିଶ୍ବର ପ୍ରମୁଖ ଟେନିସ ଖେଳାଳି ତାଲିକାରେ ରହିଛନ୍ତି । ନିକଟରେ ସେ ୱିମ୍ବଲଡନ କ୍ବାର୍ଟର ଫାଇନାଲରେ ପହଞ୍ଚି ପାରିଥିଲେ ।"

ସିନ୍ଧୁଙ୍କ ମୁତାବକ, ସେରେନା ବିଶ୍ବାସ କରନ୍ତି ଯେ, ସେ ସବୁକିଛି କରି ପାରିବେ । ଜଣେ ମାଆ ଓ ଜଣେ କ୍ରୀଡ଼ାବିତ ଭାବରେ ସେ ନିଜରେ ବହୁ ସଫଳତା ହାସଲ କରିଛନ୍ତି । ୨୦୧୭ରେ ଯେତେବେଳେ ସେ ଗର୍ଭବତୀ ଥିଲେ ସେ ସେତେବେଳେ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ।

ଟୋକିଓ ଅଲମ୍ପିକ୍ସ ଯାତ୍ରା ଆରମ୍ଭ ପୂର୍ବରୁ ନିଜକୁ ମାନସିକ ସ୍ତରରୁ ପ୍ରସ୍ତୁତ କରୁଛନ୍ତି ପିଭି ସିନ୍ଧୁ । ଜୁଲାଇ ୨୫ ତାରିଖରୁ ସେ ମୁସାଶିନୋ ଫରେଷ୍ଟ ସ୍ପୋର୍ଟ ପ୍ଲାଜାର କୋର୍ଟ ଦୁଇରୁ ଇସ୍ରାଏଲର ପୋଲିକାରପୋଭା ସେନିଆଙ୍କ ବିପକ୍ଷରେ କୋର୍ଟକୁ ଓହ୍ଲାଇବେ । ଅଲମ୍ପିକ୍ସ ମ୍ୟାଚ ପାଇଁ ଟୋକିଓରେ ଜୋରଦାର ଅଭ୍ୟାସ କରୁଛନ୍ତି ପିଭି ସିନ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.