ହାଇଦ୍ରାବାଦ: ବିଶ୍ବ ଚମ୍ପିଆନ ପିଭି ସିନ୍ଧୁଙ୍କ ଫୋକସରେ ଏବେ କୋରିଆ ଓପନ ସୁପର 500 ଟୁର୍ଣ୍ଣାମେଣ୍ଟ । ମଙ୍ଗଳବାରଠୁ ଆରମ୍ଭ ହେଉଛି ଏହି ବିଶ୍ବସ୍ଥରୀୟ ଟୁର୍ଣ୍ଣାମେଣ୍ଟ । ତେବେ ଚାଇନା ଓପନରୁ ରାଉଣ୍ଡ ପର୍ଯ୍ୟାୟରେ ପରିଜିତ ହୋଇ ଶୀଘ୍ର ବିଦାୟ ନେଇଥିଲେ ସିନ୍ଧୁ । ତେବେ ଅଲମ୍ପିକ୍ସ ରୌପ୍ୟ ବିଜେତା ସିନ୍ଧୁ ପୁଣି ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ।
24 ବର୍ଷିୟା ସିନ୍ଧୁ 2017ରେ କୋରିଆ ଓପନ ଟାଇଟେଲ ହାତେଇଥିଲେ । ଚଳିତ ଥର ପ୍ରଥମ 2ଟି ରାଉଣ୍ଡରେ ସିନ୍ଧୁ ବିଜୟୀ ହେଲେ, ପରେ ସିନ୍ଧୁଙ୍କୁ ଟାଇଟେଲ ବିଜୟ ସହଜ ହୋଇଯିବ । ପ୍ରଥମ ରାଉଣ୍ଡରେ ୟୁଏସଏର ବୈନ ଯହଙ୍ଗଙ୍କୁ ଭେଟିବେ ସିନ୍ଧୁ । 2ୟ ରାଉଣ୍ଡରେ ଚାଇନାର ଚୋଚୁୱଙ୍ଗଙ୍କ ସହ ମୁକାବିଲା ହୋଇପାରେ ।