ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ଜିତିଛନ୍ତି ସିନ୍ଧୁ । ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ ଦେଶର ଗର୍ବ ସିନ୍ଧୁଙ୍କୁ ଭେଟିଥିଲେ । ତେବେ ସିନ୍ଧୁ ହାଇଦ୍ରାବାଦସ୍ଥିତ ନିଜ ଘରକୁ ସଂନ୍ଧ୍ୟାରେ ଫେରିଛନ୍ତି । ବିମାନବନ୍ଦରରେ ପରିବାର ସମେତ ଅନେକ ଲୋକେ ସିନ୍ଧୁଙ୍କୁ ସ୍ବାଗତ କରିଥିଲେ ।
ଏହାପରେ ସିନ୍ଧୁ ଏକ ସାମ୍ବାଦିକ ସମ୍ମାଳନୀରେ ଯୋଗ ଦେଇଛନ୍ତି । କୋଚ ଗୋପୀ ଚାନ୍ଦ ଓ ଅନ୍ୟତମ ବ୍ୟାଡମିଣ୍ଟଡନ ଷ୍ଟାର ସାଇପ୍ରଣୀତ ମଧ୍ୟ ଉପସ୍ଥିତ ଥିଲେ । ଏହି ସଫଳତା ପଛରେ କୋଚ ଗୋପୀ ଚାନ୍ଦଙ୍କ ବଡ ହାତ ରହିଥିବା ସିନ୍ଧୁ କହିଛନ୍ତି । ଏଥିସହିତ ସିନ୍ଧୁ କହିଛନ୍ତି "ନିଜେ ସ୍ବର୍ଣ୍ଣ ଜିତି ଯେତିକି ଖୁସି, ତାଠାରୁ ଜଣେ ଭାରତୀୟ ଭାବେ ଅଧିକ ଖୁସି । ଜାତୀୟ ସଂଗୀତ ସହ ତ୍ରୀରଙ୍ଗାକୁ ଉପରେ ଦେଖି ଭାବବିହ୍ବଳ ହୋଇଥିଲି" । ବହୁ ଦିନରୁ ସ୍ବପ୍ନ ଥିଲା ସ୍ବର୍ଣ୍ଣ ଜିତିବା । ଏବେ ସଫଳ ହୋଇଛି ।
ସାମ୍ବାଦିକ ସମ୍ମିଳନୀରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଅନ୍ୟତମ ଷ୍ଟାର ସଟଲର ସାଇପ୍ରଣୀତ ମଧ୍ୟ ଉପସ୍ଥିତ ଥିଲେ । ଭାରତର 36 ବର୍ଷର ଅପେକ୍ଷାକୁ ସାଇପ୍ରଣୀତ ଶେଷ କରିଛନ୍ତି । ଶେଷଥର ପ୍ରକାଶ ପାଦୁକୋନ ଭାରତ ପାଇଁ ପଦକ ଜିତିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ