ETV Bharat / sports

ଚମ୍ପିଆନ ପଛର ଅକ୍ଳାନ୍ତ ପରିଶ୍ରମ, ଦେଖନ୍ତୁ ଭିଡିଓ - ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ପ୍ଲେୟାର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ଆଣିଛନ୍ତି ସ୍ବର୍ଣ୍ଣ । ତେବେ ତାଙ୍କୁ ଏହି ଉପଲବ୍ଧି ହାସଲ କରିବାକୁ କେତେ ପରିଶ୍ରମ କରିବାକୁ ପଡିଥିଲା । ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି ।

ଡିଜାଇନ ଫଟୋ
author img

By

Published : Aug 28, 2019, 1:51 PM IST

ହାଇଦ୍ରାବାଦ: ଚମ୍ପିଆନଙ୍କ ଚମ୍ପିଆନ ବନିବା ପଛରେ ଅଭ୍ୟାସ କାହାଣୀ । ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା, ଇଚ୍ଛାଶକ୍ତି ଓ ଦୃଢ ମନୋବଳ । ତେବେ ଏହି ଶବ୍ଧ ଗୁଡିକ ଶୁଣିବାକୁ ସହଜ ଓ ଉତକଣଷ୍ଠିତ୍‌ ଲାଗେ । ମାତ୍ର ଏହାକୁ କାର୍ଯ୍ୟରେ ପରିଣତ କରିବା କେତେ କଷ୍ଟ ତାହା କେବଳ ସେହି ମଣିଷ ଜାଣିଥାଏ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ଆଣିଛନ୍ତି ସ୍ବର୍ଣ୍ଣ । ତେବେ ତାଙ୍କୁ ଏହି ଉପଲବ୍ଧି ହାସଲ କରିବାକୁ କେତେ ପରିଶ୍ରମ କରିବାକୁ ପଡିଥିଲା । ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ଅଭ୍ୟାସ ସେଣ୍ଟରେ ଘଣ୍ଟା ଘଣ୍ଟା ପରିଶ୍ରମ । ନିଜକୁ ଫିଟ୍‌ ଓ ଫାଇନ ରଖିବାକୁ ଅହରହ ଉଦ୍ୟମ । କେବଳ ଏତିକି ନୂହେଁ । ଏହା ପରେ ଗେମ ପାଇଁ ରଣନୀତି । କୋଟରେ ଘଣ୍ଟା ଘଣ୍ଟା ଅଭ୍ୟାସ । ବିପକ୍ଷର ଦକ୍ଷତାକୁ ମାପିବା । ଏହି ପରି କେତେ କଣ ପଡିଥାଏ ଏକ ଚମ୍ପିଆନ ଖେଳାଳି ହେବାକୁ । ତେବେ ସିନ୍ଧୁଙ୍କ ଏହି ଅଭ୍ୟାସ ସେସନର ଦୃଶ୍ୟରୁ ହିଁ ଜଣାପଡୁଛି । ଚମ୍ପିଆନ, ଏମିତି ଖାଲି ଚମ୍ପିଆନ ବନି ନଥାଏ ।

PV Sindhu practice
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସିନ୍ଧୁ ସ୍ବର୍ଣ୍ଣ ଜିତି ଭାରତ ଫେରିବା ପରେ ସୋସିଆଲ ମିଡିଆ ଟ୍ବିଟରରେ ଏହି ଭିଡିଓଟି ଏବେ ବାଇରାଲ ହେବାରେ ଲାଗିଛି । ମହେନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହେନ୍ଦ୍ରା ଏହି ଭିଡଓଟିକୁ ପୋଷ୍ଟ କରି ଲେଖିଛନ୍ତି, ମୁଁ ଏହି ଦୃଶ୍ୟ ଦେଖି ଥକି ଯାଉଛି । ମାତ୍ର ସେ କାହିଁକି ବିଶ୍ବବଜେତା, ତାହା ଏହି ଦୃଶ୍ୟ ହିଁ ସ୍ପଷ୍ଟ କରୁଛି । ଏଥିରେ କୌଣସି ସନ୍ଦେହ ନାହିଁ । ଆଗାମୀ ଯୁବ ପିଢିଙ୍କ ପାଇଁ ସିନ୍ଧୁଙ୍କ ଏହି ଦୃଶ୍ୟ ପ୍ରେରଣା ଯୋଗାଇବ । କୌଣିସ ଦ୍ବେଧାକୁ ଖାତିର ନକରି ନିଜ ଲକ୍ଷ୍ୟରେ ଅଟଳ ରହିବା ଉଚିତ୍‌ ।

ଉଲ୍ଲେଖଥାଉ କି, ରବିବାର ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲ ମୁକାବିଲାରେ21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ତେବେ ଏହି ବିଜୟ ପାଇଁ ସିନ୍ଧୁଙ୍କୁ ମାତ୍ର 36 ମିନିଟ ସମୟ ଲାଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.