ETV Bharat / sports

ଜାପାନ ଓପନ: 2ରାଉଣ୍ଡରେ ସିନ୍ଧୁ - ହାନ ୟୁଇଙ୍କୁ ହରାଇଲେ ସିନ୍ଧୁ

ଜାପାନର ଓପନର BWF ସୁପର-750 ଟୁର୍ଣ୍ଣାମେଣ୍ଟରେ 2ୟରାଉଣ୍ଡରୁ ଉନ୍ନିତ ହୋଇଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 25, 2019, 10:57 AM IST

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଜାପାନ ଓପନର 2ୟରାଉଣ୍ଡକୁ ଉନ୍ନିତ ହୋଇଛନ୍ତି । ସିନ୍ଧୁ ଚାଇନାର ହାନ ୟୁଇଙ୍କୁ 21-9, 21-17 ସେଟରେ ହରାଇ 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସିନ୍ଧୁ 2ୟ ରାଉଣ୍ଡରେ ଜାପାନର ସର୍ଟଲର ଆୟା ଓହରିଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ ଶେଷ 7ଟି ମୁକାବିଲାରେ ବାଜି ମାରିଛନ୍ତି ସିନ୍ଧୁ । 7-0ର ଅଜୟ ରେକର୍ଡ ସିନ୍ଧୁଙ୍କ ନାମରେ ରହିଛି । ଇଣ୍ଡୋନେସିଆ ଓପନ ଫାଇନାଲରେ ଜାପାନର ଆକାନି ୟାମାଗୁଚିଙ୍କ ଠାରୁ ସିନ୍ଧୁ ପରାସ୍ତ ହୋଇଥିଲେ । ଫଳରେ ଚଳିତ ସିଜିନର ପ୍ରଥମ ଟାଇଟଲ ଲକ୍ଷ୍ୟରେ ଅଛନ୍ତି ପିଭି ସିନ୍ଧୁ ।

ଜାପାନର ଟୋକିଓରେ BWF ସୁପର-750 ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ପ୍ରଣୟ । ବିଶ୍ବ ମାନ୍ୟତାର 34 ନଂ ସ୍ଥାନରେ ଥିବା ପ୍ରଣୟ ଅଭିଜ୍ଞ ଷ୍ଟାର ସର୍ଟଲର କିଦାମ୍ବି ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି । ଉଭୟଙ୍କ ମଧ୍ୟରେ ରୋମାଞ୍ଚକର କଡା ଟକ୍କର ଦେଖବାକୁ ମିଳିଥିଲା ।

ପ୍ରଥମ ସେଟକୁ ଶ୍ରୀକାନ୍ତ 21-13ରେ ଜିତିବା ପରେ, 2ୟ ସେଟକୁ ପ୍ରଣୟ 21-11ରେ ଜିତି ନେଇଥିଲେ । ତେବେ ଶେଷ ସେଟରେ କଡା ଟକ୍କର ମଧ୍ୟରେ 22-20 ସେଟରେ ମାଜି ମାରିଥିଲେ ପ୍ରଣୟ । 2011 ଟାଟା ଓପନ ପରେ ପ୍ରଣୟ, ଶ୍ରୀକାନ୍ତଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି । ପ୍ରଣୟ 2ୟ ରାଉଣ୍ଡରେ ବିଶ୍ବ ମାନ୍ୟତାର 26 ନଂ ସ୍ଥାନରେ ଥିବା ଡେନମାର୍କର ରାସମସ ଜେମକେଙ୍କୁ ଭେଟିବେ ।
ଅନ୍ୟପଟେ ସମିର ବର୍ମା ଓ ମହିଳା ଡବଲ୍ସରେ ଅଶ୍ବନି ପୋନ୍ନାପା ଓ ସିକି ରେଡ୍ଡି ପ୍ରଥମ ରାଉଣ୍ଡରୁ ପରାଜିତ ହୋଇ ବିଦାୟ ନେଇଛନ୍ତି ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.