ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣର ଭୟ ଥିବା ସତ୍ତ୍ୱେ ଅଲ ଇଂଲଣ୍ଡ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ ପିଭି ସିନ୍ଧୁ । ମାର୍ଚ୍ଚ 11ରେ ଭାରତ ସରକାର ବିଦେଶ ଫେରନ୍ତା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଏପ୍ରିଲ 15 ପର୍ଯ୍ୟନ୍ତ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ 14 ଦିନ ପୃଥକ ରଖାଯାଉଛି ।
ଆଡଭାଇଜରୀ ଜାରି ପରେ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ, ଏହି ଟୁର୍ଣ୍ଣାମେଣ୍ଟ ନଖେଳି ଫେରିଯିବାକୁ ପରାମର୍ଶ ଦେଇଥିଲେ ବୋଲି ସିନ୍ଧୁଙ୍କ ପିତା ପିଭି ରମଣ କହିଛନ୍ତି । ମାତ୍ର କ୍ୱାର୍ଟରଫାଇନାଲ ମୁକାବିଲା ଥିବାରୁ ଗୋଟିଏ ଦିନ ଅଧିକ ଇଂଲଣ୍ଡରେ ରହି ମ୍ୟାଚ ଖେଳିବାକୁ ସ୍ଥିର କରିଥିଲେ ସିନ୍ଧୁ । ତେବେ ଭାରତରୁ ଫେରି ସେଲ୍ଫ ଆଇସୋଲେସନରେ ସିନ୍ଧୁ ରହିଥିବା ତାଙ୍କ ପିତା କହିଛନ୍ତି ।
ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ, ସିକି ରେଡ୍ଡି ଓ ଅଶ୍ୱିନି ବୋପାନ୍ନା 2ୟ ରାଉଣ୍ଡକୁ ଉନ୍ନିତ ହୋଇଥିଲେ । ତେବେ କ୍ୱାର୍ଟର ମୁକାବିଲାରେ ଜାପାନର ନୋଜୁମି ଓ କୁହାରାଙ୍କ ଠାରୁ ପିଭି ସିନ୍ଧୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ତେବେ ମହାମାରୀ କୋରୋନା ଭାଇରସରେ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଇଂଲଣ୍ଡ ମଧ୍ୟ ରହିଛି । ବିଶ୍ୱରେ 9000ରୁ ଅଧିକ ଲୋକ ଏହି ଭାଇରସରେ ପ୍ରାଣ ହରାଇଛନ୍ତି ।