ETV Bharat / sports

BWF ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ - କରୋଲିନା ମାର୍ଲିନ

ପ୍ରଥମ ଭାରତୀୟ ଭାବେ ପିଭି ସିନ୍ଧୁ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 25, 2019, 10:21 PM IST

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ପିଭି ସିନ୍ଧୁ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 24 ବର୍ଷିୟ ସିନ୍ଧୁ ଏହି ସଫଳତା ହାସଲ କରି ସ୍ବର୍ଣ୍ଣିମ ରେକର୍ଡ ସ୍ଥାପନ କରିଛନ୍ତି । ଏହାସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ 2ୟ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ 5ଟି ପଦକ ହାସଲ କରିଛନ୍ତି । ସେଥିମଧ୍ୟରୁ BWF ବିଶ୍ବ ଚମ୍ପିଆନସିପରେ 3ଟି ପଦକ ଜିତିଛନ୍ତି ।

PV Sindhu
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@bwfmedia)

ଶେଷଥର ଫାଇନାଲରେ ସିନ୍ଧୁ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ । କରୋଲିନା ମାର୍ଲିନଙ୍କ ଠାରୁ ଗୋଟିଏ ବର୍ଷ ପୂର୍ବେ ଓ2ବର୍ଷ ପୂର୍ବେ ନଜୋମି ଓକୁହାରାଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଚଳିତ ଥର ଧମାକାଦାର ପ୍ରଦର୍ଶନ କରି ସବୁ ପରାଜଜୟକୁ ବଡ ବିଜୟରେ ପିରଣତ କରିଛନ୍ତି ସିନ୍ଧୁ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@bwfmedia)

ବିଜୟ ପରେ ଭାବବିହ୍ବଳ ହୋଇଯାଇଥିଲେ ସିନ୍ଧୁ । ଯେଉଁ ସଫଳତା ପୂର୍ବରୁ କୌଣସି ଭାରତୀୟ ହାସଲ କରିନଥିଲେ ତାହା ହାସଲ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ବିଜୟ ପରେ ସିନ୍ଧୁ କହିଛନ୍ତି, "ପୂର୍ବରୁ ମୁଁ ଫାଇନାଲରେ ପରାଜିତ ହୋଇଛି । ତେବେ ଏହି ବିଜୟ ସବୁଠୁ ଅଧିକ ଖୁସି । କାରଣ ମାଆଙ୍କ ଜନ୍ମଦିନ ହୋଇଥିବାରୁ, ଏହି ବିଜୟ ତାଙ୍କ ପାଇଁ ଉପହାର ହୋଇଛି" ।

YOGI_RICH
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.