ହାଇଦ୍ରାବାଦ: ବିଶ୍ବ ଚମ୍ପିଆନ ପିଭି ସିନ୍ଧୁଙ୍କ ଏକ ଟ୍ବିଟ('ଆଇ ରିଟାୟର') ସୋମବାର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ପୋଷ୍ଟଟି ସୋସିଆଲ ମିଡିଆରେ କିଛି ସେକେଣ୍ଡ ମଧ୍ୟରେ ଭାଇରାଲ ହୋଇଥିଲା । ତେବେ ଏହି ହାଇଦ୍ରାବାଦୀ ଷ୍ଟାରଙ୍କ ଠାରୁ ଭାରତ ଟୋକିଓ ଅଲମ୍ପିକ୍ସରେ ପଦକ ଆଶା ରଖିଛି ।
![PV sindhu announces retirement](https://etvbharatimages.akamaized.net/etvbharat/prod-images/sindhu_2010newsroom_1603179462_478.jpg)
ଇଟିଭି ଭାରତରେ ପ୍ରତିକ୍ରିୟା ରଖି ସିନ୍ଧୁଙ୍କ ପିତା ପିଭି ରମଣ, ଅବସର ଗୁଜବକୁ ଖଣ୍ଡନ କରିଛନ୍ତି । ଏଥିସହ ସଂପୂର୍ଣ୍ଣ ଟ୍ବିଟଟି ପଢିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
- — Pvsindhu (@Pvsindhu1) November 2, 2020 " class="align-text-top noRightClick twitterSection" data="
— Pvsindhu (@Pvsindhu1) November 2, 2020
">— Pvsindhu (@Pvsindhu1) November 2, 2020
ସିନ୍ଧୁ ଟ୍ବିଟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, "ଆପଣ ଏହି ଟ୍ବିଟଟିକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ । ଏହା ସାମାନ୍ୟ ଦ୍ବନ୍ଦ୍ବ ଓ ଚକିତ କରିପାରେ । ମାତ୍ର ଭ୍ରମିତ ନହୋଇ ସଂପୂର୍ଣ୍ଣ ଟ୍ବିଟରେ ମୋର ଭାବାବେଗକୁ ବୁଝିବାକୁ ଚେଷ୍ଟା କରିବେ ବୋଲି ଆଶା ।
କୋରୋନା ଭାଇରସ ଲକଡାଉନ ସମୟରେ ନକରାତ୍ମକ ଚିନ୍ତାଧାରା ଓ ପ୍ରଭାବିତ ହୋଇଥିବା ମାନସିକ ସ୍ଥିତି ଉପରେ ନିୟନ୍ତ୍ରଣ ରହିପାରିନାହିଁ । ଫଳରେ ଏସବୁ ନକରାତ୍ମକ ବାତାବରଣରୁ ଅବସର ନେବାକୁ ଚାହେଁ ।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡେନମାର୍କ ଓପନରେ ଆଶାନୁରୁପ ପ୍ରଦର୍ଶନ ହୋଇନାହିଁ । ମାତ୍ର ଅଭ୍ୟାସ ଓ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତିରେ କମ ହୋଇନାହିଁ । ଏସିଆ ଓପନରେ ଭଲ ପ୍ରସ୍ତୁତି ସହ ଫେରିବି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ