ETV Bharat / sports

ଇଣ୍ଡିଆ ଓପନ ପାଇଁ ପ୍ରସ୍ତୁତ ସାଇନା-ସିନ୍ଧୁ - ସାଇନା

ଗତ ବର୍ଷ ଏସିଆ ମିକ୍ସଡ୍‌ ଟିମ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତ କେବଳ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ହିଁ ପହଁଞ୍ଚି ପାରିଥିଲା। କିନ୍ତୁ ଏଥର ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରୁ ହିଁ ବାହାରି ଯାଇଥିଲା।

ଇଟିଭି ଭାରତ
author img

By

Published : Mar 25, 2019, 4:39 PM IST

ନୂଆଦିଲ୍ଲୀ: ଆସନ୍ତା 26 ମାର୍ଚ୍ଚରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଆଉ ଏଥି ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ଓ ସାଇନା ନେହୱାଲ। ଏହାସହ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ସୂଚନା ଯୋଗ୍ୟ ଯେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତଙ୍କୁ ହଙ୍ଗକଙ୍ଗରେ ଖେଳାଯାଇଥିବା ଏସିଆ ମିକ୍ସଡ୍‌ ଟିମ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ବିଶ୍ରାମ ଦିଆଯାଇଥିଲା ।

pv sindhu, saina nehwal, ready, indian open, badminton tournament,  ସାଇନା, ସିନ୍ଧୁ
କିଦାମ୍ବୀ ଶ୍ରୀକାନ୍ତ

ଗତବର୍ଷ ଏସିଆ ମିକ୍ସଡ୍‌ ଟିମ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାରତ କେବଳ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ହିଁ ପହଁଞ୍ଚି ପାରିଥିଲା। କିନ୍ତୁ ଏଥର ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରୁ ହିଁ ବାହାରି ଯାଇଥିଲା। ସୂଚନା ଯେ ଇଣ୍ଡିଆ ଓପନରେ ସିନ୍ଧୁଙ୍କୁ ଦ୍ୱିତାୟ ଓ ସାଇନାଙ୍କୁ ପଞ୍ଚମ ପ୍ରାଥମିକତା ଦିଆଯାଇଛି।

ସାଇନା ନେହୱାଲ 2010 ଓ 2015ରେ ଇଣ୍ଡିଆ ଓପନ ଜିତି ସାରିଛନ୍ତି। ସେପଟେ ପିଭି ସିନ୍ଧୁ 2017 ଓ ଶ୍ରୀକାନ୍ତ 2015ରେ ଜିତିଥିଲେ। ଏହାସହ 2010ରେ ଦିଜୁ ଓ ଜ୍ୱାଲା ଗୁଟ୍ଟା ମିକ୍ସ ଡବଲ୍ସରେ ବିଜୟହାସଲ କରିଥିଲେ। କିନ୍ତୁ 2018ରେ ଭାରତ ଗୋଟିଏ ବି ବିଜୟ ହାତେଇ ପାରିନଥିଲା ।

slug-bjd congress preparation started kandhamal election
format-pkg(special)
report-sadasiba patra
place-Phulabani(Kandhamal)
date-23.3.2019
କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି ଓ କଂଗ୍ରେସ ଦଳ  । ବିଜେଡିରୁ ଡ.ଅଚ୍ୟୁତ ସାମନ୍ତ ଏବଂ କଂଗ୍ରେସରୁ ମନୋଜ ଆଚାର୍ଯ୍ୟ ଲଢେଇ କରିବାକୁ ମୈଦାନକୁ ଏକଦମ୍ ପ୍ରସ୍ତୁତ  । ସେଥିପାଇଁ ଆଜି ଫୁଲବାଣୀରେ ଦୁଇ ଦଳ ପ୍ରସ୍ତୁତ ବୈଠକ କରିଛନ୍ତି ଦଳୀୟ ନେତୃବର୍ଗ ଓ କର୍ମୀଙ୍କ ସହିତ  । ନାମାଙ୍କନରେ ବଳ କଷାକଷି ହେବାକୁ ଉଭୟେ ଯୋଜନା କରିଛନ୍ତି  । ବିଜେଡି ସୋମବାର ନାମାଙ୍କନ ଦାଖଲ କରୁଥିବା ବେଳେ ମଙ୍ଗଳବାର କଂଗ୍ରେସ ଦାଖଲ କରିବ ନାମାଙ୍କନ  । ଫଳରେ ଆଜି ଠାରୁ ମୈଦାନକୁ ତୈୟାର ଉଭୟ ଦଳ  । କିନ୍ତୁ ବିଜେପିର ପ୍ରାର୍ଥୀ ଚୟନ ଅଙ୍କକଷା ଶେଷ ହୋଇନାହିଁ ବର୍ତ୍ତମାନ ସୁଦ୍ଧା  ।
       ଗୁରୁତ୍ବପୂର୍ଣ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଆରମ୍ଭ କରିଦେଇଛି ପ୍ରସ୍ତୁତି  । ଗୁରୁତ୍ବ ଦୃଷ୍ଟିରୁ ବିଜେଡି ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ଦଳ ଟିକେଟ୍ ଦେଇଛି  । ସାଂସଦ ପୁଣି ସାଂସଦ ହେବାକୁ ଲଢିବେ  । ତେବେ ସେତେବେଳେ ପରୋକ୍ଷ ନିର୍ବାଚନ କିନ୍ତୁ ବର୍ତ୍ତମାନ ସିଧାସଳଖ ଲୋକଙ୍କ ଠାରୁ ଭୋଟ ପାଇ ସାଂସଦ ହେବାକୁ ନିର୍ବାଚନ ମୈଦାନକୁ ଡେଇଁଛନ୍ତି ଅଚ୍ୟୁତ  । ଟିକେଟ୍ ଘୋଷଣା  ହେବା ପରେ ପ୍ରଥମ ଥର ପାଇଁ ଆଜି ଫୁଲବାଣୀରେ ପହଞ୍ଚି ଦଳୀୟ ନେତା ଓ କର୍ମୀଙ୍କ ପ୍ରସ୍ତୁତି ବୈଠକ କରିଛନ୍ତି  । ଫୁଲବାଣୀ ସେନାପତି ରେସିଡେନସିରେ ଅନୁଷ୍ଠିତ ବୈଠକରେ ଜିଲାର ତୁଙ୍ଗ ନେତା ଯୋଗଦେବା ସହିତ ସଂଗଠନର ନେତା ମଧ୍ୟ ଯୋଗଦେଇଥିଲେ । ତାଙ୍କୁ କେହି ବିରୋଧ କରୁନାହାଁନ୍ତି ବୋଲି କହିଛନ୍ତି ଅଚ୍ୟୁତ  ।  ଅବଶ୍ୟ ଜିଲା ସଭାପତି ବୈଠକରେ ଅନୁପସ୍ଥିତ ଥିଲେ  । କନ୍ଧମାଳର ବିକାଶ ହିଁ ତାଙ୍କର ଲକ୍ଷ୍ୟ ହେବ ବୋଲି କହିଛନ୍ତି ଅଚ୍ୟୁତ ।
ବାଇଟ୍(1) ଅଚ୍ୟୁତ ସାମନ୍ତ,ବିଜେଡି ପ୍ରାର୍ଥୀ,କନ୍ଧମାଳ ଲୋକସଭା ଆସନ
ସେହିପରି କଂଗ୍ରେସ ମଧ୍ୟ ପ୍ରସ୍ତୁତ ନିର୍ବାଚନୀ ଲଢେଇ ମୈଦାନକୁ  । ଆଜି ନେତାଜୀ କ୍ଲବରେ କଂଗ୍ରେସର ବରିଷ୍ଠ ନେତା ଏକଜୁଟ୍ ହୋଇ ନିଷ୍ପତ୍ତି ନେଇଛନ୍ତି ଏକାଠି ହୋଇ ଲଢେଇ କରିବା ପାଇଁ  । କେଉଁଠି ଟିକେ ଅସନ୍ତୋଷ ଥିଲେ ହେଁ ସମସ୍ତେ ଏକ ହୋଇ ଲଢିବା ପାଇଁ ଅଣ୍ଟା ଭିଡିଛନ୍ତି  । କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ସମସ୍ତଙ୍କର ଆଶିର୍ବାଦ ଓ ସହଯୋଗ ଭିକ୍ଷା କରିଛନ୍ତି  । ଆସନ୍ତା ମଙ୍ଗଳବାର ଦିନ ନାମାଙ୍କନ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି  ।
(2) ମନୋଜ ଆଚ୍ରାଯ୍ୟ,କଂଗ୍ରେସ ପ୍ରାର୍ଥୀ,କନ୍ଧମାଳ ଲୋକସଭା ଆସନ
 (3) ବରୁଣ ଭୋଇ,ଜିଲା କଂଗ୍ରେସ ସଭାପତି ,କନ୍ଧମାଳ
ତେବେ ପ୍ରାର୍ଥୀ ଚୟନରେ କିନ୍ତୁ ବିଜେପି ପଛରେ ପଡିଯାଇଛି । ଆଜି ସୁଦ୍ଧା ବିଜେପି ପ୍ରାର୍ଥୀ ଚୁଡାନ୍ତ ହୋଇପାରିନାହିଁ  । ଫଳରେ ଆଶା ଓ ଆଶଙ୍କାରେ ବିଜେପି ଆଶାୟୀ ପ୍ରାର୍ଥୀ ଅଛନ୍ତି  । ବିଜେଡିର କନ୍ଧମାଳ ସାଂସଦ ଥିବା ପ୍ରତ୍ୟୁଷା ରାଜେଶ୍ବରୀ ଟିକେଟ୍ ନ ପାଇ ଦଳ ଛାଡି ବିଜେପିରେ ମିଶିଛନ୍ତି  । ସେ କନ୍ଧମାଳ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଇଛି  । ଏପରି ହେଲେ 2014 ଉପ ନିର୍ବାଚନରେ ରୁଦ୍ରମାଧବ ବିଜେଡି ଛାଡି ବିଜେପିରେ ମିଶିବା ଏବଂ ବିଜେପିରୁ ଲଢେଇ କରି ହାରିବା ଘଟଣାର ପୁନାରାବୃତ୍ତି ହେବ ବୋଲି ଚର୍ଚ୍ଚା ହେଉଛି  । ତେବେ ମୋଦିଙ୍କ ବିକାଶ ଓ ଲୋକପ୍ରୀୟତାରେ ବିଜେପି କନ୍ଧମାଳରେ ସବୁ ଆସନ ହାତେଇବ ବୋଲି କହିଛନ୍ତି ବିଜେପି ନେତା  ।
          (4) ପରେଶ ମହାପାତ୍ର,ଜିଲା ବିଜେପି ସଭାପତି,କନ୍ଧମାଳ
କଂଗ୍ରେସ ଓ ବିଜେଡି ନିଜ ନିଜର ପ୍ରାର୍ଥୀ ସହିତ ନିର୍ବାଚନୀ ରଣାଙ୍ଗନରେ ପ୍ରସ୍ତୁତ ହୋଇସାରିଥିବା ବେଳେ ବିଜେପି ଏବେ ମଧ୍ୟ ପ୍ରାର୍ଥୀ ଖୋଜା ଜାରିରଖିଛି  । ତେବେ ସୋମବାର ଠାରୁ ଜିଲାରେ ନିର୍ବାଚନ ମାହୋଲ ସରଗରମ ହେବା ସହିତ ଚମକି ଉଠିବ ସାରା ଜିଲା  ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ ପ୍ରତିନିଧି  
.... 
ଫିଡ୍ ଏଫଟିପିରେ ଯାଇଛି  । 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.