ETV Bharat / sports

ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ନୂଆବର୍ଷ ଆରମ୍ଭ କରିବେ ସିନ୍ଧୁ - ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ନବବର୍ଷ ଆରମ୍ଭ ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ କରିବେ ବିଶ୍ବର 6ଷ୍ଠ ନମ୍ବର ଖେଳାଳି ପିଭି ସିନ୍ଧୁ । ପ୍ରଥମ ରାଉଣ୍ଡରେ ଋଷର ଖେଳାଳିଙ୍କ ବିପକ୍ଷରେ ଖେଳିବେ । ଅଧିକ ଖବର ପଢନ୍ତୁ...

pv sindhu
pv sindhu
author img

By

Published : Jan 6, 2020, 11:53 PM IST

କ୍ବାଲାଲାମ୍ପପୁର:ବିଶ୍ବ ଚମ୍ପିଆନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ନବବର୍ଷ ଆରମ୍ଭ କରିବେ । ତେବେ ମାଲେସିଆ ମାଷ୍ଟର୍ସ ସୁପର 500 ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରି ନବବର୍ଷ ଆରମ୍ଭ କରିବାକୁ ଚାହିଁବେ । 7ଜାନୁଆରୀରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

ତେବେ ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ବିଶ୍ବର 6ଷ୍ଠ ନମ୍ବର ଖେଳାଳି ସିନ୍ଧୁ ନିଜର ପ୍ରଥମ ରାଉଣ୍ଡରେ ଋଷର ୟେଓ୍ବଗୋନିୟା କୋସେତ୍ସକାୟାଙ୍କ ବିପକ୍ଷରେ ଖେଳିବେ । ଯଦି ସିନ୍ଧୁ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରନ୍ତି ତେବେ କ୍ବାଟର ଫାଇନାଲରେ ବିଶ୍ବର ନଂ 1 ଖେଳାଳି ତାଇ ଜୁ ୟିଙ୍ଗଙ୍କ ବିପକ୍ଷରେ ଖେଳିବେ ।

ସୂଚନାଥାଉକି, ଗତବର୍ଷ ବିଶ୍ବ ଚମ୍ପିଆନସିପ୍‌ରେ ଟାଇଟଲ ଜିତିଥିଲେ ସିନ୍ଧୁ । କିନ୍ତୁ ଏହାପରେ ସେ ଭଲ ଫର୍ମରେ ନଥିଲେ । ବର୍ଷର ଶେଷ ମାସରେ ବିଶ୍ବ ଟୁର ଫାଇନାଲ୍ସରେ ଟାଇଟଲ ଜିତିବାରୁ ମଧ୍ୟ ବଞ୍ଚିତ ରହିଲେ ପିଭି ସିନ୍ଧୁ ।

Intro:ଜନଜାତି ମାନଙ୍କର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା କୁ ରୁଦ୍ଧିମନ୍ତ କରିବା ସହିତ ସେମାନଙ୍କ ସାମାଜିକ ,ସାଂସ୍କୃତିକ ବୈଭବକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବହୁ ଉଦ୍ୟମ ହେଉଛି।ତେବେ ଆଗାମୀ ଭବିଷ୍ୟତର ପିଢ଼ି ମାନଙ୍କ ଦ୍ୱାରା ତାହାର କିପରି ଗାରିମା ବୃଦ୍ଧି ହେବା ସହ ତାହାକୁ ସାରା ଦୁନିଆରେ ପ୍ରଚାର କରାଯାଇପାରିବ ସେଥିପାଇଁ ପ୍ରତିବର୍ଷ ଲଳିତକଳା ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ଜନଜାତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତାଙ୍କନ ପ୍ରତିଯୋଗିତା ଆୟୋଜିତ ହେଉଅଛି।Body:ବିଗତ ବର୍ଷ କୌଣସି କାରଣ ବଶତଃ ଏହି ପ୍ରତିଯୋଗିତା ଆୟୋଜିତ ହୋଇ ନ ଥିବା ବେଳେ ଚଳିତ ବର୍ଷ ଏହା ଆୟୋଜିତ ହୋଇଥିଲା।ଯେଉଁଥିରେ 22ଟି ଜିଲ୍ଲାର 500ରୁ ଉର୍ଦ୍ଧ୍ବ 8ମ,9ମ ଓ 10ମ ଶ୍ରେଣୀର ଜନଜାତି ଛାତ୍ରଛାତ୍ରୀ ଭାଗନେଇ ସେମାନଙ୍କ କଳାନୈପୁଣ୍ୟତାର ପରିଚୟ କାନଭାସ ଉପରେ ଆଙ୍କିଥିଲେ।ସେମାନଙ୍କ ମଧ୍ୟରୁ 112 ଜଣ ଶିଳ୍ପୀଙ୍କ ପୁରସ୍କାର ପାଇଁ ଚୟନ କରାଯାଇଥିଲା।ଯେଉଁଥିରେ 12ଜଣ କୃତି ଶିଶୁ ଶିଳ୍ପୀଙ୍କୁ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କାର ସହିତ ନଗଦ ଅର୍ଥରାଶି ଯଥାକ୍ରମେ 5ହଜାର,3ହଜାର ଓ 2ହଜାର ଟଙ୍କା ପ୍ରଦାନ କରାଯାଇଛି।ଆଜି ଏହି ଅବସରରେ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ପ୍ରଦର୍ଶନୀ ଓ ପୁରସ୍କାର ବିତରାଣୀ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ର ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପିଲାମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀ ମାନେ କିପରି ଏହି ଦିଗରେ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେଥିପାଇଁ ବିଭାଗ ପକ୍ଷରୁ ଧ୍ୟାନ ଦିଆଯାଉଥିବା କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ନୂତନ ରଇତ ଭବିଷ୍ୟତ ରେ ଭଲ ଶିଳ୍ପୀଟିଏ ହେବେ ବୋଲି କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ସାଶନ ସଚିବ ସଂସ୍କୃତି ବିଭାଗ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ,ନିର୍ଦେଶକ ବିଜୟ କୁମାର ଜେନା ଲଳିତ କଲା ଏକାଡେମୀ ର ସଚିବ ମନସ୍ୱିନୀ ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟରେ ଆଗକୁ ଯିବା ପାଇଁ ଘରର ମୁରବୀମାନେ ସେମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ।
ବାଟ-ମନ୍ତ୍ରୀ-ଜ୍ୟୋତି ପାଣିଗ୍ରାହୀ,
ବାଇଟ-ଛାତ୍ର-ନୂତନ ରଇତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.