ହାଇଦ୍ରାବାଦ: ବିଶ୍ବର ନମ୍ବର 1 ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କ କୀର୍ତ୍ତମାନ । ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ଡବଲ୍ସ ଫାଇନାଲରେ ସ୍ବର୍ଣ୍ଣ ଜିତିଲା ପରେ ସିଙ୍ଗଲ୍ସରେ ବି ଦମ୍ଦାର ପ୍ରଦର୍ଶନ କରି ଚାମ୍ପିଆନ ହୋଇଛନ୍ତି ପ୍ରମୋଦ ।
ଗତ ଶନିବାର ରାତିରେ ପାରା ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଆନସିପ୍ର ଡବଲ୍ସ ଫାଇନାଲରେ ପ୍ରମୋଦ ଭଗତ ଓ ତାଙ୍କ ସହ ଖେଳାଳୀ ମନୋଜ ସରକାର ନିଜ ଦେଶର ବିପକ୍ଷ ପ୍ରତିଦ୍ବନ୍ଦୀ ତରୁଣ ଓ ନିତେଶ ଯୋଡିଙ୍କୁ 14-21,21-15,21-16 ସେଟ୍ରେ ମାତ୍ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ପାଇଁ ପୁଣି ଓଡିଶା ଗର୍ବିତ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୂଚନାଥାଉକି, ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଭାରତ 12 ପଦକ ସହ ଯାତ୍ର ସମାପ୍ତ କରିଛି ।