ETV Bharat / sports

ଦୁବାଇ ପାରା ବ୍ୟାଡମିଣ୍ଟନ 2021: ସେମିରେ ପ୍ରମୋଦ ଭଗତ - ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ସେମିଫାଇନାଲ

ଦୁବାଇ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ସେମିଫାଇନାଲରେ ଓଡିଆ ପୁଅ ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

PRAMOD BHAGAT AND SUKANT KADAM REACH SEMIFINALS OF DUBAI PARA BADMINTON TOURNAMENT
ଦୁବାଇ ପାରା ବ୍ୟାଡମିଣ୍ଟନ 2021:ସେମିରେ ପ୍ରମୋଦ ଭଗତ
author img

By

Published : Apr 2, 2021, 9:14 PM IST

ଦୁବାଇ: ଚଳିତ ଦୁବାଇ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ 2021 ଟୁର୍ଣ୍ଣାମେଣ୍ଟରେ ଓଡିଆ ପୁଅ ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତଙ୍କ ବିଜୟ ଯାତ୍ରା ଜାରି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ।

ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ସର୍ଟଲର ପ୍ରମୋଦ ଭଗତ ଓ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଶୁକାନ୍ତ କଦମ ନିଜର କ୍ବାର୍ଟର ଫାଇନାଲା ମୁକାବିଲାରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ ମୁକାବିଲାରେ ଇଣ୍ଡୋନେସିଆର ଉକୁନ ରୁକାଏନ୍ଦିଙ୍କୁ 21-16 ଓ 21-13ରେ ହରାଇ ଶ୍ରେଷ୍ଠ 4 ମଧ୍ୟରେ ପହଞ୍ଚିଛନ୍ତି । ଏହି ମ୍ୟାଚ 44 ମିନିଟ ଧରି ଖେଳାଯାଇଥିଲା ।

ପୂର୍ବରୁ ମାଳଦୀପର ଅବଦୁଲ ଲତିଫ ମହମ୍ମଦଙ୍କୁ 21-10, 21-9ରେ ତୃତୀୟ ରାଉଣ୍ଡ ମ୍ୟାଚରେ ଏକତରଫା ହରାଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ପ୍ରମୋଦ । ସେମିଫାଇନାଲ ମୁକାବିଲାରେ ମାଲେସିଆର ମହମ୍ମଦ ହୁଜେରୀ ଅବଦୁଲଙ୍କ ସହ ପ୍ରମୋଦଙ୍କ ଲଢେଇ ହେବ । ଅନ୍ୟପଟେ ପୁରୁଷ ଯୁଗଳ ବର୍ଗରେ ମଧ୍ୟ ମନୋଜ ସରକାରଙ୍କ ସହ ଭଗତଙ୍କ ଯୋଡି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.