ETV Bharat / sports

ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ: ସ୍ବର୍ଣ୍ଣ ଜିତିଲେ ଭାରତର ମାନସୀ ଜୋଶୀ - ବିଶ୍ବ ଚମ୍ପିଆନ

ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ ଫାଇନାଲରେ ବିଶ୍ବ ମାନ୍ୟତାର ନଂ 1 ଖେଳାଳି ପାରୁଲ ପାର୍ମରଙ୍କୁ 21-12, 21-7 ସେଟରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ମାନସୀ ଜୋଶୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 25, 2019, 6:22 PM IST

ହାଇଦ୍ରାବାଦ: ବ୍ୟାଡମିଣ୍ଟନ କୋର୍ଟରୁ ଭାରତ ପାଇଁ ଲଗାତାର ଖୁସି ଖବର ଆସିବାରେ ଲାଗିଛି । ବାସେଲ ଠାରେ ଖେଳାଯାଉଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ମହିଳା ଏକକ SL3 ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ମାନସୀ ଜୋଶୀ ।

ମାନସୀ ବିଶ୍ବ ମାନ୍ୟତାର ନଂ 1 ଖେଳାଳି ପାରୁଲ ପାର୍ମରଙ୍କୁ 21-12, 21-7 ସେଟରେ ହରାଇଛନ୍ତି । ଏଥି ସହିତ ପ୍ରଥମ ଟାଇଟଲ ମଧ୍ୟ ହାସଲ କରିଛନ୍ତି ।

ତେବେ ସ୍ବର୍ଣ୍ଣ ପଦକ ଜିତିବା ପରେ ମାନସୀ କହିଛନ୍ତି, "ମୁଁ ଜଣେ ବିଶ୍ବ ଚମ୍ପିଆନ ହୋଇପାରିଛି । ସେଥିପାଇଁ ନିଜ ଉପରେ ବହୁତ ଗର୍ବ ଅନୁଭବ ହେଉଛି । ଶାରୀରିକ ଅକ୍ଷମତା ସତ୍ତ୍ବେ ଏଭଳି ଏକ ଖେଳକୁ କ୍ୟାରିୟର କରି, ବିଶ୍ବ ଚମ୍ପିଆନ ହେବା ଏତେ ସହଜ ନୁହେଁ । ଏହା ମୋର କ୍ୟାରିୟରର ସ୍ବର୍ଣ୍ଣିମ ସମୟ" ।
ସମାନ ସ୍ଥାନରେ ମହିଳା ଏକକ ବର୍ଗର ହାଇ ପ୍ରୋଫାଇଲ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ପିଭି ସିନ୍ଧୁ ମଧ୍ୟ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ।

SLUG-MISHRANA PARVA
AVO-MRUTYUNJAY SENAPATI,MAYURBHANJ
DATE-15.04.219
Anchor: ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିଲା ବେଳେ ରାଜନୀତି ଜୋର ଧରିବା ସାଙ୍ଗକୁ ଟଣା ଓଟରା ମଧ୍ୟ ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ମିଶ୍ରଣ । ସୂଚନାଅନୁସାରେ ଗଣେଶ ମିଶ୍ରଙ୍କ ତତ୍ବାବଧାନରେ ବାମନଘାଟି ଉପଖଣ୍ଡରେ ପତିଆରା ସୃଷ୍ଟି କରିଥିବା ଝାରଖଣ୍ଡ ମୁକ୍ତି ମର୍ଚ୍ଚାର ବମାନଘାଟି ସଭାପତି ହରେକୃଷ୍ଣ ମଣ୍ଡଳ ଆନ୍ଥପୋଲୋଜି ଅଧ୍ୟାପକ ଡ଼ଃ ପ୍ରମୋଦ ମହାନ୍ତ, ବହଳଦା ବ୍ଲକ ସେକ୍ରେଟାରୀ ସୁମନ୍ତ ବେହେରା, ରାଇରଙ୍ଗପୁର ବ୍ଲକ ସାଧାରଣ ସମ୍ପାଦକ କାଳିଚରଣ ଟୁଡୁ, ବିଗତ ଦିନର କିଛି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ହୋଇ ତାଙ୍କ ସହିତ ସହ ସହ ଦଳୀୟ କର୍ମୀ ଆସି ବାରିପଦା ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ବିଜେଡ଼ି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ସାଂସଦ ପାର୍ଥି ଡ଼ଃ ଦେବାଶିଷ ମାରାଣ୍ଡି ଏବଂ ବାରିପଦା ବିଧାୟିକା ପାର୍ଥି ସରୋଜିନୀ ହେମ୍ବ୍ରମଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିଲେ ।  ଏହା ଦଳ ପାଇଁ ଆଗାମୀ ଦିନରେ ଶୁଭ ସଙ୍କେତ ବୋଲି ଜିଲ୍ଲା ସଭାପତି ମତ ଦେଇଥିଲେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.