ETV Bharat / sports

ବିଶ୍ବ ଚମ୍ପିଆନ ପ୍ରମୋଦଙ୍କ ପାଇଁ ଗର୍ବିତ ବରଗଡ - ବରଗଡ

ସୁଇଜରଲାଣ୍ଡର ବାସିଲ  ଠାରେ ହେଉଥିବା ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଉଭୟ ପୁରୁଷ ଡବଲ୍ସ ଓ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ
author img

By

Published : Aug 26, 2019, 8:57 PM IST

ବରଗଡ: ବିଶ୍ବ ଚମ୍ପିଆନ ହୋଇଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ସୁଇଜରଲାଣ୍ଡର ବାସିଲ ଠାରେ ହେଉଥିବା ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଉଭୟ ପୁରୁଷ ଡବଲ୍ସ ଓ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ଏବେ ପ୍ରମୋଦ ବରଗଡ କିମ୍ବା ଓଡିଶାର ଗର୍ବ ନୁହଁନ୍ତି, ସମଗ୍ର ଦେଶ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ବ୍ୟାଡମିଣ୍ଟନର ଏହି ବିଶ୍ବସ୍ଥରୀୟ ଓ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ତ୍ରିରଙ୍ଗାକୁ ଉପରକୁ କରି ଭାରତର ଗୌରବ ବୃଦ୍ଧି କରିଛନ୍ତି ବରଗଡର ପୁଅ ପ୍ରମୋଦ । ସେ ଭାରତୀୟ କ୍ରୀଡାରେ ସଫଳତାର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି ।

ପ୍ରମୋଦଙ୍କ ଏହି ସଫଳତାରେ ପରିବାର ଲୋକେ ବେଶ ଉତ୍ସାହିତ ଅଛନ୍ତି । ସମଗ୍ର ବରଗଡ ଜିଲ୍ଲା ଓ ଅତାବିରା ଅଞ୍ଚଳରେ ଲୋକେ ଖୁସି ଅନୁଭବ କରୁଛନ୍ତି । ପ୍ରମୋଦ ଆନ୍ତର୍ଜାତୀୟ ସ୍ତରରେ ୧୯ ଗୋଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ମଧ୍ୟ ହାତେଇଛନ୍ତି ପ୍ରମୋଦ ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବା ପ୍ରମୋଦଙ୍କୁ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ଅର୍ଜୁନ ପରୁସ୍କାର ପ୍ରଦାନ କରାଯିବ । ଏନେଇ ପୂର୍ବରୁ ଘୋଷଣା ହୋଇଛି । ଭାରତର ମହମହୀମ ରାଷ୍ଟ୍ରପତି କ୍ରୀଡାକ୍ଷେତ୍ରର ଏହି ସମ୍ମାନଜନକ ପୁରସ୍କାର ପ୍ରମୋଦଙ୍କୁ ପ୍ରଦାନ କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସରକାର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରିଥିବା ବେଳେ ସେ ଦେଶ ପାଇଁ ପୁଣି ଦୁଇଟି ସ୍ଵର୍ଣ୍ଣ ପଦକ ଆଣିଦେଇଛନ୍ତି | ଯାହାକୁ ନେଇ ସାରା ଦେଶ ପ୍ରମୋଦ ଉପରେ ଗର୍ବିତ ଅନୁଭବ କରୁଛି | ପ୍ରମୋଦ ସ୍ଵିଜରଲେଣ୍ଡ ର ବାସେଲ ଠାରେ ହେଉଥିବା ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚମ୍ପିୟାନଶିପ ରେ ଯୋଗେ ଦେଇ ଦୁଇଗୋଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି |ସିଂଗଲ ଓ ଡବଲ ଉଭୟ ଚମ୍ପିୟାନଶିପ ରେ ସଫଳତା ପାଇଥିବା ପ୍ରମୋଦ ଭଗତ ବରଗଡ ଜିଲ୍ଲା ଅତାବିରା ର ହୋଇଥିବା ବେଳେ ଅତାବିରା ଅଞ୍ଚଳ ବାସୀ ବହୁ ଖୁଶି ଅନୁଭବ କରୁଥିବା ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ବେସ ଉତ୍ସାହିତ ଅଛନ୍ତି |Body:ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବା ବରଗଡ ଜିଲ୍ଲାର ପ୍ରମୋଦ ଭଗତଙ୍କୁ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ଅର୍ଜୁନ ପରୁସ୍କାର ପ୍ରଦାନ କରାଜିବାର ଘୋଷଣା କରାଯାଇଥିବା ବେଳେ ତା ପୂର୍ବରୁ ପ୍ରମୋଦ ଦେଶକୁ ଆଉ ଦୁଇଟି ସ୍ଵର୍ଣ ପଦକ ର ଭେଟି ଆଣି ଦେଇଛନ୍ତି | ପ୍ରମୋଦ ଆନ୍ତର୍ଜାତୀୟ ସ୍ତରରେ ୧୯ ଗୋଟି ସ୍ଵର୍ଣ ପଦକ ଜିତିଥିବା ବେଳେ ୭ ଗୋଟି ରୌପ୍ୟ ଓ ୧୨ ଗୋଟି ବ୍ରୋଞ୍ଜ ପଦକ ଜିତିଥିଲେ |ଏବେ ସେ ବିଶ୍ଵ ଚମ୍ପିୟାନ ହେବା ସହିତ ଦୁଇଟି ସ୍ଵର୍ଣ ପଦକ ଜିତି ସମଗ୍ର ଦେଶ ପାଇଁ ଆଣି ଗୌରବ ଆଣି ଦେଇଛନ୍ତି |

ବାଇଟ ୧ - ଶେଖର ଭଗତ ( ପ୍ରମୋଦ ର ସାନ ଭାଇ )
ବାଇଟ ୨- ଜଗଦୀଶ ମିଶ୍ର ( ଅତାବିରା ବାସିନ୍ଦା ) mojo ରେ ଯାଇଛି Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.