ETV Bharat / sports

ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବିସ୍ଫୋରଣ, ଖେଳାଳି ସୁରକ୍ଷିତ

author img

By

Published : Nov 16, 2021, 4:28 PM IST

Updated : Nov 16, 2021, 5:07 PM IST

ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବୋମା ବିସ୍ଫୋରଣ । ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା । ଅଧିକ ପଢନ୍ତୁ...

multiple bomb blasts india para-badminton team hotel uganda
ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଉଗାଣ୍ଡା ଗସ୍ତରେ ଥିବା ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବୋମା ବିସ୍ଫୋରଣ । ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା । ଭାରତୀୟ ଖେଳାଳିମାନେ ରହୁଥିବା ଟିମ ହୋଟେଲର ମାତ୍ର ୧୦୦ ମିଟର ଦୂରତାରେ ଏକାଧିକ ବୋମା ବିସ୍ଫୋରଣ ହୋଇଛି ।

ଭାରତୀୟ ପାରା-ବ୍ୟାଡ୍‌ମିଣ୍ଟନ ଟିମ ଉଗାଣ୍ଡା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ( Uganda Para-badminton International ) ୨୦୨୧ ଖେଳିବାକୁ ଉଗାଣ୍ଡା ଗସ୍ତରେ ରହିଛି । ଦୁଇଦିନ ତଳେ ଭାରତୀୟ ଟିମ ଉଗାଣ୍ଡାରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ ଉଗାଣ୍ଡାର କାମ୍ପାଲା ସହରରେ ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ରହୁଥିବା ହୋଟେଲ ଠାରୁ ମାତ୍ର ୧୦୦ ମିଟର ଦୂରରେ ଏକାଧିକ ବୋମା ବିସ୍ଫୋରଣ (bomb blast) ହୋଇଛି । ଏହି ବିସ୍ଫୋରଣରେ ସହରରୁ ଏକାଧିକ ଜୀବନହାନି ହୋଇଥିବା ସୂଚନା ମିଳୁଛି । ତେବେ ସମସ୍ତ ଭାରତୀୟ ସର୍ଟଲର ସୁରକ୍ଷିତ ଥିବା କୁହାଯାଉଛି ।

ଉଗାଣ୍ଡା ଗସ୍ତରେ ଥିବା ଏହି ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମରେ ରହିଛନ୍ତି ଟୋକିଓ ଅଲମ୍ପିକ୍‌ସ ପଦକ ବିଜେତା ପ୍ରମୋଦ ଭଗତ, ମନୋଜ ସରକାର ଓ ଅନ୍ୟ ଖେଳାଳି । ଉଗାଣ୍ଡା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୧ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ ଉଗାଣ୍ଡା ଅଭିମୁଖେ ଉଡାଣ ଭରିଥିଲେ ଓ ଦୁଇଦିନ ତଳେ କାମ୍ପାଲାରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2021, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.